Author: Purva Paksha

CAG : ବାତ୍ୟା ଜଳ ନିଷ୍କାସନ ପରିଚାଳନା ପାଇଁ ନିୟାମକ ଢାଞ୍ଚା ନଥିବାରୁ ଓଡ଼ିଶା ସରକାର ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଜାତୀୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହୋଇଛି। ଓଡ଼ିଶା ମହାନଗର ନିଗମ ଅଞ୍ଚଳରେ ସ୍ୱେରେଜ୍ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତିରେ ତ୍ରୁଟି ଯୋଗୁଁ ୩୦୪୫.୪୪ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଭାରତୀୟ ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି)ଙ୍କ ଏକ ରିପୋର୍ଟରେ କୁହାଯାଇଛି। ଭୁନେଶ୍ୱରବାସୀଙ୍କୁ କୁଆଖାଇ ନଦୀରୁ ଅତ୍ୟନ୍ତ ଦୂଷିତ ଜଳ ଯୋଗାଣ କରାଯାଉଛି। ଏହି ଜଳ ଅତ୍ୟନ୍ତ ଦୂଷିତ ବୋଲି ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି କହିଲେ। ତଥାପି ସରକାର ଫାଙ୍କିଦେଲେ। ଖାଲି ସେତିକି ନୁହେଁ ରାଜ୍ୟର ଭୁବନେଶ୍ୱର ସମେତ ଅନ୍ୟ ୪ଟି ମହାନଗର ନିଗମ କଟକ,ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଦୂଷିତ ଜଳ ଯୋଗାଣ ଯୋଗୁ ୪୨.୨୩ଲକ୍ଷ ଲୋକ ସାଂଘାତିକ ଝାଡ଼ାବାନ୍ତି,୪.୬୩ଲକ୍ଷ ଟାଇଫଏଡ୍…

Read More