Author: Purva Paksha

Syria Civil War : ଅଲ-ଅସଦ ପରିବାର ସିରିଆର ସଂଖ୍ୟାଲଘୁ ସିଆ ସମ୍ପ୍ରଦାୟର ହୋଇଥିବା ବେଳେ ସିରିଆର ଅଧିକାଂଶ ଜନସଂଖ୍ୟା ସୁନ୍ନି ମୁସଲମାନ। ଏହି ଧାର୍ମିକ ବିଭାଜନ ସିରିଆର ଗୃହଯୁଦ୍ଧର ଏକ ପ୍ରମୁଖ କାରଣ ହୋଇଛି। ତେବେ ସମଗ୍ର ବିଶ୍ୱରେ ସିଆ ଏବଂ ସୁନ୍ନି ମୁସଲମାନଙ୍କ ମଧ୍ୟରେ ଉତ୍ତେଜନାର ଅନେକ କାରଣ ରହିଛି । ସିରିଆରେ ଗୃହଯୁଦ୍ଧ ଏବେ ଟର୍ଣ୍ଣିଂ ପଏଣ୍ଟରେ ପହଞ୍ଚିଛି। ରାଷ୍ଟ୍ରପତି ଅଲ-ଅସଦଙ୍କୁ ବିଦ୍ରୋହୀମାନେ ହଟାଇ ଦେଇଛନ୍ତି। କ୍ଷମତାରୁ ହଟିବା ପରେ ସେ ରୁଷିଆ ପଳାୟନ କରିଛନ୍ତି। ସେଠାରେ ଏବେ ସେ ଋଷ ରାଷ୍ଟ୍ରପତିଙ୍କ ଆତିଥ୍ୟର ମଜା ନେଉଛନ୍ତି। ଗତ ୫୪ ବର୍ଷ ଧରି ସିରିଆ ଉପରେ କବଜା କରି ବସିଥିବା ଅସଦ ପରିବାରର ପତନ ଏମିତି କେଇ ସପ୍ତାହ ମଧ୍ୟରେ କେମିତି ହେଲା? ୧୯୭୦ ମସିହାରେ  ଅସଦଙ୍କ ବାପା ଏକ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତାକୁ ଆସନ୍ତି। ସେବେଠାରୁ ଅସଦ ପରିବାର ହିଁ ଥିଲା ସିରିଆର ଭାଗ୍ୟ…

Read More