Author: Purva Paksha

Animal-man fight in Odisha : ତଥ୍ୟ ଅନୁସାରେ ଭାରତରେ ୨୦୨୨ରେ ୧୪୩ ବାଘ ମରିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି।  ଅବୈଧ ବନ୍ୟଜନ୍ତୁ ଶିକାର ବୃଦ୍ଧି ସମସ୍ୟାର ନିରାକରଣ ଯେକୌଣସି ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ୱାନ। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ପ୍ରତିବିଧାନ ସତ୍ତ୍ବେ ଦେଶର ବିଭିନ୍ନ ଅଞ୍ଚଳରେ ବାଘ ଓ ହାତୀଙ୍କ ଶିକାର ତଥା ଅପମୃତ୍ୟୁ ବଢ଼଼ୁଛି। ଚୋର, ଶିକାରୀ ଓ ସେମାନଙ୍କ ଗୁପ୍ତ ଗୋଷ୍ଠୀଙ୍କ ଲୋଲୁପ ଦୃଷ୍ଟିକୁ ଛାଡ଼ି ଦେଲେ ମଧ୍ୟ ବାଘ ଓ ହାତୀମାନେ ଅନେକ ସମୟରେ ଜନବସତି ମଧ୍ୟକୁ ପଶି ଆସି ଘଟଣାଚକ୍ରରେ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି। ପଶୁ-ମଣିଷ ଲଢ଼େଇ ଏକ ପ୍ରାଚୀନ କ୍ରିୟା-ପ୍ରତିକ୍ରିୟା। ସଚେତନତା ସୃଷ୍ଟି ତଥା ଦୃଢ଼ ଆଇନକାନୁନ ସତ୍ତ୍ବେ ଏହାକୁ ସମ୍ପୂର୍ଣ୍ଣ ରୋକିବା ଏ ଯାଏଁ ସମ୍ଭବ ହୋଇପାରିନାହଁ। ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସମାଜ(ଡବ୍ଲ୍ୟୁପିଏସ୍‌‌ଆଇ)ର ତଥ୍ୟ ଅନୁସାରେ ଭାରତରେ ୨୦୨୨ରେ ୧୪୩…

Read More