Author: Purva Paksha

ବାଂଲାଦେଶ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟର ଉପଦେଷ୍ଟା ମହମ୍ମଦ ତୌହିଦ ହୁସେନ ସୋମବାର କହିଛନ୍ତି ଯେ ଶେଖ୍ ହସିନାଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଫେରାଇ ଦିଆଯାଉ ବୋଲି ସେ ଭାରତକୁ ଜଣାଇଛନ୍ତି। ତେବେ ବାଂଲାଦେଶ ମୌଖିକଭାବେ ଭାରତକୁ ଏହା ଜଣାଇଥିବା ଜଣାପଡ଼ିଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଅଗଷ୍ଟ ୫ରୁ ଭାରତରେ ଅଛନ୍ତି। ବାଂଲାଦେଶର ଗୃହ ମନ୍ତ୍ରାଳୟର ଉପଦେଷ୍ଟା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀ ସୋମବାର କହିଛନ୍ତି ଯେ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ମୌଖିକ ସୂଚନା ଦିଆଯିବା ପରେ ଏକ ଚିଠି ପଠାଯାଇଛି। ଅନ୍ୟପକ୍ଷରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ସୋମବାର କହିଛନ୍ତି, ବାଂଲାଦେଶ ହାଇକମିଶନଙ୍କ ଠାରୁ ଆମକୁ ପ୍ରତ୍ୟର୍ପଣ ଅନୁରୋଧ ମିଳିଛି। ଆମେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ…

Read More