Author: Purva Paksha

Seikh Hasina : ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛି। ଅନ୍ତରୀଣ ସରକାର ଶେଖ ହସିନାଙ୍କୁ ଏକ କୂଟନୈତିକ ଚିଠିରେ କୋର୍ଟରେ ହାଜର ହୋଇଥିବା ଦର୍ଶାଇ ବାଂଲାଦେଶ ପଠାଇବାକୁ କହିଛନ୍ତି। ଶେଖ୍‍ ହସିନା ଅଗଷ୍ଟ ୫ ତାରିଖରେ ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଆସନ୍ତୁ ଜାଣିବା କେଉଁ ଚୁକ୍ତି ଅନୁଯାୟୀ ବାଂଲାଦେଶ ଭାରତଠାରୁ ଶେଖ୍‍ ହସିନାଙ୍କୁ ଚାହୁଁଛି? ୨୦୨୪ ଅଗଷ୍ଟ ୫ତାରିଖରେ ବାଂଲାଦେଶରେ ବିଦ୍ରୋହ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କୁ ନିଜ ଜୀବନ ବଞ୍ଚାଇବା ପାଇଁ ଭାରତ ଆସିବାକୁ ପଡ଼ିଥିଲା। ସେବେଠାରୁ ହସିନା ଭାରତରେ ରହୁଛନ୍ତି। ଏବେ ବାଂଲାଦେଶର ଅନ୍ତରୀଣ ୟୁନୁସ୍ ସରକାର ହସିନାଙ୍କୁ ଫେରାଇ ଆଣିବା ପାଇଁ ଭାରତକୁ ଏକ କୂଟନୈତିକ ଚିଠି ପଠାଇଛନ୍ତି। ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଦେଶଦ୍ରୋହ ଭଳି ଗୁରୁତର ଅଭିଯୋଗରେ ୟୁନୁସ୍ ସରକାର ୨୨୫ରୁ ଅଧିକ ମାମଲା ରୁଜୁ କରିଛନ୍ତି। ଭାରତରେ…

Read More