Author: Purva Paksha

State Law Commission: ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଜଷ୍ଟିସ ରଥ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷଭାବେ ଏବେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଏନେଇ ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗଠନ କରାଯାଇଥିବା ଏହି କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ସମୁଦାୟ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ, ରାଜ୍ୟ ଆଡଭୋକେଟ୍‍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବିଧି ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରକାଶ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ଓ କମିଶନଙ୍କ ସଚିବ ତଥା ସରକାରଙ୍କ ଅତିରିକ୍ତ ସଚିବ। ବିଧି ଆୟୋଗ ରାଜ୍ୟରେ ପୁରୁଣା ଆଇନଗୁଡ଼ିକୁ ନିରୀକ୍ଷଣ କରିବ। ଏଥିରେ…

Read More