Author: Purva Paksha

Kishan Registration: ପିଏମ୍-କିଷାନ ଅଧୀନରେ ପଞ୍ଜୀକରଣ କରିଥିବା କୃଷକଙ୍କ ପଞ୍ଜୀକରଣକୁ ପ୍ରାଥମିକତା ଦିଆଯିବ କାରଣ ଦସ୍ତାବିଜ ଏବଂ ଜମି ରେକର୍ଡର ସର୍ବନିମ୍ନ ଆବଶ୍ୟକତା ରହିବ। କୃଷି କ୍ଷେତ୍ରକୁ ଡିଜିଟାଇଜ୍ କରିବା ପାଇଁ ସରକାର ଜାନୁଆରୀ ପହିଲାରୁ ସାରାରାଜ୍ୟରେ କୃଷକ ପଞ୍ଜୀକରଣ ଆରମ୍ଭ କରିବାକୁ ଯାଉଛନ୍ତି। କୃଷକମାନଙ୍କୁ ଆଧାର ଭଳି ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟ ପ୍ରଦାନ କରାଯିବ। କୃଷକ ପରିଚୟ ପତ୍ର ନାମରେ ପରିଚିତ ଏହା ଏକ ଆଧାର ଲିଙ୍କ୍ ବିଶିଷ୍ଟ ସ୍ୱତନ୍ତ୍ର ଡିଜିଟାଲ ପରିଚୟ ହେବ ଯାହା ରାଜ୍ୟର ଜମି ରେକର୍ଡ, ପଶୁସମ୍ପଦ ମାଲିକାନା, ଫସଲ ଚାଷ ଏବଂ ବିଭିନ୍ନ ଯୋଜନା ଅଧୀନରେ ଉପଲବ୍ଧ ଲାଭ ସହିତ ଗତିଶୀଳ ଭାବରେ ସଂଯୁକ୍ତ ହେବ। କୃଷି ଓ ସମବାୟ ବିଭାଗ ମିଳିତଭାବେ ପଞ୍ଜୀକରଣ କରିବ। ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବାରେ ଚାଷୀଙ୍କୁ ସହାୟତା କରିବା ପାଇଁ ପଞ୍ଚାୟତ ସ୍ତରରେ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୃଷି ବିଭାଗର ଜଣେ…

Read More