Author: Purva Paksha

CMO:ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବଭାବେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ଆଜି ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସରକାର ଗତମାସରେ ଓଡ଼ିଶାକୁ ପଠାଇଥିଲେ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଭାବେ ଅବସ୍ଥାପିତ କରାଯାଇଛି। ସେ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗୁରୁବାର ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଅବଶ୍ୟ ରାଜ୍ୟରେ ମୋହନ ଚରଣ…

Read More