Author: Purva Paksha

Donald trump project 2025: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଆଉ କିଛିଦିନ ପରେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ଫେରିବା ପରେ ଏକ ଦସ୍ତାବିଜକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଦସ୍ତାବିଜଟି ସମୁଦାୟ ୯୨୨ ପୃଷ୍ଠା, ଯାହାର ନାମ ପ୍ରୋଜେକ୍ଟ ୨୦୨୫ ରଖାଯାଇଛି। ଏହାକୁ ଟ୍ରମ୍ପ ସରକାରଙ୍କ ଇସ୍ତାହାର ଭାବେ ବିବେଚନା କରାଯାଉଛି। ଏହି ଦସ୍ତାବିଜରେ ଭବିଷ୍ୟତର ନୀତିର ଝଲକ ଦେଖିବାକୁ ମିଳିଛି ଯାହା ଟ୍ରମ୍ପ ପ୍ରଶାସନ ଅଧୀନରେ ବୈଶ୍ୱିକ ଶକ୍ତି ସନ୍ତୁଳନକୁ ନୂଆ ରୂପ ଦେଇପାରିବ । ଭାରତ ବିଷୟରେ କ’ଣ କୁହାଯାଇଛି ଜାଣନ୍ତି କି? ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ। ତାଙ୍କ ପ୍ରତ୍ୟାବର୍ତ୍ତନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହେଉଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି କେବଳ ଆମେରିକାର ବୈଦେଶିକ ନୀତିକୁ ନୂଆ ରୂପ ଦେବ ନାହିଁ, ବରଂ ବିଶ୍ୱ ରାଜନୀତିରେ…

Read More