Author: Purva Paksha

ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେବାର ଦୀର୍ଘଦିନ ବିତିଗଲାଣି। ଏହାସତ୍ତ୍ୱେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂତନ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇ ପାରୁନି। ସଭାପତିଙ୍କ ବଦଳରେ ୧୫ଜଣିଆ ଷ୍ଟିଅରିଂ କମିଟି କଂଗ୍ରେସର କମାଣ ସମ୍ଭାଳିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ପଦ୍ମ ଘୁଞ୍ଚିଲା ପରି ଘୁଞ୍ଚି ଚାଲିଛି। ସଭାପତି ନ ଥିବାରୁ ଦଳର ରଣନୀତି ଠିକ୍‌ଭାବେ କାର୍ଯ୍ୟକାରୀ ହେଉନାହିଁ। ମଙ୍ଗୁଆଳ ନଥିବାରୁ ବିରୋଧୀ ଦଳଭାବେ ଶାସକ ଦଳ ବିରୋଧରେ କଂଗ୍ରେସ ଠିକ୍‌ଭାବେ ଜନଆନ୍ଦୋଳନ ଗଢ଼ି ତୋଳିବାରେ ସଫଳ ହୋଇପାରୁନଥିବା ଅଭିଯୋଗ ହେଉଛି। ନୂଆ ବର୍ଷରେ ଦଳ ନୂଆ ସଭାପତି ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ୧୦ ତାରିଖ ପୂର୍ବରୁ ସମ୍ଭବ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଭାପତି ଦୌଡ଼ରେ ସାଂସଦ ସପ୍ତଗିରି ଉଲାକା ଓ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା…

Read More