Author: Purva Paksha

Crocodile Census : ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା। ୩ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କୁମ୍ଭୀର ଗଣନାରେ ୧୪ଟି ଟିମ୍‌ର ମୋଟ୍ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି। ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଓ ଅନ୍ୟାନ୍ୟ ଜଳାଶୟରେ କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ତିନି ଦିନିଆ ଅଭ୍ୟାସ ଆରମ୍ଭ ହୋଇଛି। ଜାନୁଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିବ। ଏହି ସମୟରେ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ଯିବାକୁ ବାରଣ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠାରୁ ଜାନୁଆରି ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ। କୁମ୍ଭୀର ଗଣନା କାର୍ଯ୍ୟରେ ବନ ବିଭାଗର ୧୪ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ସେକ୍ଟରରେ ୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ…

Read More