Author: Purva Paksha

Prashant Kishor arrested: ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ବିହାର ପୋଲିସ ସୋମବାର ସକାଳେ ଗିରଫ କରିଛି। ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ। ପାଟନାର ଗାନ୍ଧୀ ମଇଦାନଠାରେ ପ୍ରଶାସନ୍ତ ଆମରଣ ଅନଶନ ଚଳାଇଥିବାବେଳେ ସୋମବାର ଭୋର ସକାଳୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ପ୍ରଶାସନ୍ତ ଆମରଣ ଅନଶନ କରୁଥିଲେ। ବିପିଏସସିର ୭୦ ତମ ପରୀକ୍ଷା ଆୟୋଜନ ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ପରୀକ୍ଷା ବାତିଲ କରିବାକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଦାବି କରିବା ସହିତ ୨ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି। ତେଣୁ ଗତ ୨ ତାରିଖରୁ…

Read More