Author: Purva Paksha

PBD: ଓଡ଼ିଶା ସରକାରଙ୍କ ଗୃହ ବିଭାଗର ତଥ୍ୟାନୁଯାୟୀ, ପ୍ରତିଦିନ ୧୫୦ରୁ ଅଧିକ ଏନଆରଆଇ ପଞ୍ଜୀକରଣ କରୁଥିବାବେଳେ ଗୋଟିଏ ସପ୍ତାହ ପୂର୍ବରୁ ପଞ୍ଜୀକରଣ ସଂଖ୍ୟା ମାତ୍ର ୪୦-୫୦ ଥିଲା। ଆସନ୍ତା ୮ତାରିଖରୁ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜନତା ମଇଦାନରେ ଚାଲିଥିବା ପ୍ରସ୍ତୁତିକୁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସମୀକ୍ଷା କରିଛନ୍ତି। ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା ସାଢ଼େ ୩ ହଜାର ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିସାରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୂଚନା ଦେଇଛନ୍ତି।  ଶିଳ୍ପ ସଚିବ ହେମନ୍ତ ଶର୍ମା କହିଥିଲେ, ତିନିଦିନ ଧରି ପ୍ରତ୍ୟେକ କାର୍ଯ୍ୟକ୍ରମ ଜନତା ମଇଦାନରେ ହେବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି; କିନ୍ତୁ ୫୦୦ ପ୍ରବାସୀ ଭାରତୀୟଙ୍କୁ ନେଇ ଇନଭେଷ୍ଟମେଣ୍ଟ ଓଡ଼ିଶା ସମ୍ମିଳନୀ ଗୋଟିଏ ତାରକା ହୋଟେଲରେ କରାଯିବ। ଏହି କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ…

Read More