Author: Purva Paksha

Farmer Death: କଟକ ସୁମଣ୍ଡି ଗାଁରେ ଫସଲ ନଷ୍ଟ ହେଉଥିବା ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ଅଦିନିଆ ବର୍ଷା ଓ ଫସଲ ନଷ୍ଟ ଯୋଗୁଁ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ବାରଙ୍ଗ ବ୍ଲକ ଉସୁମା ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡି ଗ୍ରାମରେ ଫସଲ ନଷ୍ଟ ହୋଇଥିବା ଦେଖି ସୋମବାର ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ହୋଇଥିବା ଅଦିନିଆ ଓ ଲଘୁଚାପ ଜନିତ ବର୍ଷା ପରେ ଓଡ଼ିଶାରେ ଚାଷୀ ମୃତ୍ୟୁ ସଂଖ୍ୟା ଭୟଙ୍କର ହେବାରେ ଲାଗିଛି। ଇନ୍ଦ୍ରଜିତ ଚଟୋଇ ନାମକ ମୃତ କୃଷକଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ସନ୍ଧ୍ୟାରେ କ୍ଷେତ ଯାଞ୍ଚ ସାରି ଘରକୁ ଫେରିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ବର୍ଷାରେ ସେ ତାଙ୍କ ଫସଲର ଏକ ବଡ଼ ଅଂଶ ହରାଇଥିଲେ ଏବଂ ଋଣ ଭାର ରେ ବୁଡି ଆର୍ଥିକ ଚାପରେ ଥିଲେ ବୋଲି ଜଣାପଡ଼ିଛି। ପୂର୍ବରୁ…

Read More