What's Hot
Author: Purva Paksha
DMF Keonjhar :କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ ଟ୍ରଷ୍ଟ ପାଣ୍ଠିରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଜ୍ୟସ୍ତରୀୟ କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସ୍ୱଚ୍ଛତା ଚାହୁଁଛନ୍ତି। କେନ୍ଦୁଝର ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ) ଟ୍ରଷ୍ଟ ପାଣ୍ଠିରେ ହୋଇଥିବା ଅନିୟମିତତା ଓ ଦୁର୍ନୀତି କୁ ନେଇ ଓଡ଼ିଶା ହାଇକୋର୍ଟ ରାଜ୍ୟସ୍ତରୀୟ କମିଟିକୁ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟେଣ୍ଡରରେ ଅନିୟମିତତା, ପାଣ୍ଠି ପ୍ରଦାନରେ ବ୍ୟାପକ ଦୁର୍ନୀତି, ବ୍ୟବହାର ପ୍ରମାଣପତ୍ର ପ୍ରଦାନରେ ବିଫଳତା ଏବଂ ଠିକାଦାରଙ୍କୁ ଆଗୁଆ ଦେୟ ପ୍ରଦାନ ଆଦି ପ୍ରମୁଖ ଅଭିଯୋଗ ରହିଛି। ଟ୍ରଷ୍ଟ ବୋର୍ଡର ବିନା ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ପ୍ରକଳ୍ପ ଆକଳନ ଉପରେ ଅତ୍ୟଧିକ ଖର୍ଚ୍ଚ, ଡିଏମଏଫ ବ୍ୟାଙ୍କ ଆକାଉଣ୍ଟ ପାଣ୍ଠିରେ ଅନିୟମିତତା, ଅନଧିକୃତ ନିଯୁକ୍ତି ଏବଂ ଆକସ୍ମିକ ଅନୁଦାନରେ ଅନିୟମିତତା ଆଦି ଅଭିଯୋଗ ରହିଛି। କମିଟିର ପରୀକ୍ଷା ପାଇଁ…
