What's Hot
Author: Purva Paksha
Pakistan: ପାକିସ୍ତାନ ସହ ଉତ୍ତେଜନା ଭିତରେ ଆଫଗାନିସ୍ତାନ ଏବେ ଭାରତକୁ ଆଶାର ଦୃଷ୍ଟିରେ ଦେଖୁଛି। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କୁ ଭେଟିଛନ୍ତି। ତାଲିବାନ ସହ ଏହା ହେଉଛି ଭାରତର ସବୁଠାରୁ ବଡ଼ କଥାବାର୍ତ୍ତା। ଭାରତକୁ ଘେରିବା ପାଇଁ ପାକିସ୍ତାନ ବିଭିନ୍ନ କୌଶଳ ଅବଲମ୍ବନ କରୁଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଖୁସିରେ ଗଦଗଦ ହୋଇପଡ଼ିଥିଲା। ଆଇଏସଆଇ ଭାବିଥିଲା ଯେ ଏବେ କାବୁଲରେ ପୁରୁଣା ବନ୍ଧୁ ତାଲିବାନ କ୍ଷମତାକୁ ଫେରିଛି। ଦକ୍ଷିଣ ଏସିଆରେ ଏହା ପାକିସ୍ତାନକୁ ରଣନୈତିକ ଶକ୍ତି ପ୍ରଦାନ କରିବ। ଖୁସିରେ ଆଇଏସଆଇ ମୁଖ୍ୟ ମଧ୍ୟ ତାଲିବାନୀ ନେତାଙ୍କୁ ସାକ୍ଷାତ୍ କରିବାକୁ ପହଞ୍ଚିଥିଲେ। କିନ୍ତୁ କିଛିବର୍ଷ ମଧ୍ୟରେ ସ୍ଥିତି ବଦଳିଯାଇଛି। ପାକିସ୍ତାନ ଯେଉଁ ତାଲିବାନକୁ ନିଜର ବନ୍ଧୁଭାବେ ବିବେଚନା କରୁଥିଲା, ଏବେ ସେହି ତାଲିବାନ ଭାରତ ସହ ବନ୍ଧୁତା ଆଶାରେ ରହିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟଦ୍ୱାରା ସେୟାର କରାଯାଇଥିବା…
