Author: Purva Paksha

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର କେତେକ କାରବାର ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଶେଷ କରିଛନ୍ତି। ଏଣିକି ଆଉ ଗିଫ୍ଟ କାର୍ଡ ଏବଂ ଭାଉଚରରେ ଜିଏସ୍‌ଟି ଲାଗୁ ହେବନାହିଁ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପ୍ରିପେଡ ଭାଉଚର, ଗିଫ୍ଟ କାର୍ଡ ଓ ଡିଜିଟାଲ ୱାଲେଟ ଭଳି ସୁବିଧା ଉପରେ ସେବା ଓ ସାମଗ୍ରୀ କର (ଜିଏସଟି) ଲାଗୁ କରିବେ ନାହିଁ। ତେବେ ସିବିଆଇସିର ଏହି ନିଷ୍ପତ୍ତି ସେହି ବ୍ୟବସାୟୀଙ୍କ ନିମନ୍ତେ ଆଶ୍ୱସ୍ତିକର ହୋଇଛି ଯେଉଁମାନେ ଦୀର୍ଘ ସମୟରୁ ଗିଫ୍ଟ କାର୍ଡ ଓ ଭାଉଚର ସମ୍ପର୍କିତ କାରବାର ଚଳାଉଥିଲେ। ସିବିଆଇସି ସ୍ଥିତିକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ଭାଉଚର, କାର୍ଡ ଅଥବା ୱାଲେଟ୍ ଦେବାକୁ ମାଲ୍‌ ଅଥବା ସେବା ଯୋଗାଣ ମନେ କରାଯିବ ନାହିଁ। ଅର୍ଥାତ ଭାଉଚର ଅଥବା ଗିଫ୍ଟ କାର୍ଡରେ ଜିଏସ୍‌ଟି ଲାଗିବ ନାହିଁ। ହେଲେ ଯେତେବେଳେ ଏହି ସବୁ…

Read More