Author: Purva Paksha

ଲିବରାଲ ପାର୍ଟି ନେତା ଏବଂ ପ୍ରଧାନମନ୍ତ୍ରୀ ପଦବୀରୁ ଟ୍ରୁଡୋ ଇସ୍ତଫା ଦେବା ପରେ କାନାଡା ରାଜନୀତିରେ ହଲଚଲ ସୃଷ୍ଟି ହେବା ସହିତ ଏବେ ନୂଆ ନେତା କିଏ ହେବ ତାହାକୁ ନେଇ ତର୍ଜମା ଚାଲିଛି। ମାର୍ଚ୍ଚ ୨୪ ସୁଦ୍ଧା ନୂଆ ନେତା ନିର୍ବାଚିତ କରିବାକୁ କାନାଡା ସଂସଦର ପ୍ରାବଧାନ ରହିଥିଲାବେଳେ ଏହି ସ୍ଥାନ ଭାରତୀୟ ବଂଶୋଦ୍ଭବ ସୁନୀତା ଆନନ୍ଦ ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନୂଆ ନେତା ନିର୍ବାଚିତ ହେବା ଯାଏଁ କାନାଡା ସଂସଦ ମୁଲତବୀ ରହିବ। ତେଣୁ ଯଥାଶୀଘ୍ର ନେତା ନିର୍ବାଚିତ କରିବାକୁ ସାଂସଦମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ କାନାଡାର ପରିବହନ ମନ୍ତ୍ରୀ ରହିଥିବା ସୁନୀତାଙ୍କୁ ଟ୍ରୁଡୋଙ୍କ ସ୍ଥାନ ଦେବାକୁ ସର୍ବାଧିକ ସାଂସଦ ସହମତ ରହିଥିବା କୁହାଯାଇଛି। ସୁନୀତା ଗତ ପାଞ୍ଚ ବର୍ଷ ଭିତରେ ପରିବହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ବ୍ୟତୀତ ପ୍ରତିରକ୍ଷା ଏବଂ ଅର୍ଥ ବିଭାଗରେ କାର୍ଯ୍ୟ କରି ସୁନାମ ଅଜୋନ କରିଛନ୍ତି।…

Read More