Author: Purva Paksha

Salil Panigrahi: ମାଳଦ୍ୱୀପରେ ବିଳାସପୂର୍ଣ୍ଣ ରିସୋର୍ଟର ଏକ ବଡ଼ ପୋର୍ଟଫୋଲିଓ ସୃଷ୍ଟି କରିବା ପରେ ଓଡ଼ିଶାରେ ଜନ୍ମିତ ହୋଟେଲ ବ୍ୟବସାୟୀ ସଲିଲ ପାଣିଗ୍ରାହୀ ଏବେ ଓଡ଼ିଶା ବଜାର ଉପରେ ନଜର ରଖିଛନ୍ତି। ମାଳଦ୍ୱୀପରେ ୮ଟି ରିସୋର୍ଟ ଚଳାଉଥିବା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆତିଥ୍ୟ କମ୍ପାନୀ ‘ଆଟମୋସ୍ଫିୟର ହୋଟେଲ୍ସ ଆଣ୍ଡ ରିସର୍ଟ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପାଣିଗ୍ରାହୀ କହିଛନ୍ତି ଯେ ତାଙ୍କ କମ୍ପାନୀ ଭାରତରେ ହୋଟେଲ ପରିଚାଳନା ପାଇଁ ୧୫ଟି ବିଳାସପୂର୍ଣ୍ଣ ହୋଟେଲ ମ୍ୟାନେଜମେଣ୍ଟ ଚୁକ୍ତି ସ୍ୱାକ୍ଷର କରିସାରିଛି, ଯେଉଁଥିରୁ ଭୋପାଳ, କୁର୍ଗ ଏବଂ କୋଲକାତାରେ ଚଳିତ ବର୍ଷ ହୋଟେଲ ଖୋଲାଯିବ। ଆଗକୁ ବଢ଼ିବା ପାଇଁ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ଉପରେ ବିଶ୍ୱାସ ବଢ଼ୁଥିବାରୁ ଆମ କମ୍ପାନି ଭୁବନେଶ୍ୱର, ଚିଲିକା, କୋଣାର୍କ ଓ କୋରାପୁଟ ଭଳି ୪ଟି ସ୍ଥାନରେ ରିସୋର୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ଆମେ ସରକାରଙ୍କୁ…

Read More