Author: Purva Paksha

Country’s 1st hydrogen-powered train : କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ପ୍ରଥମ ଦେଶଭାବେ ୧୨୦୦ ହର୍ସପାୱାର କ୍ଷମତା ବିଶିଷ୍ଟ ପରିବେଶ ଅନୁକୂଳ, ଶୂନ୍ୟ ନିର୍ଗମନ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ବିକଶିତ କରିଛି। ଏହି ହାଇଡ୍ରୋଜେନ ଟ୍ରେନ୍‍ ପାଇଁ ଇଞ୍ଜିନ ଉତ୍ପାଦନ ସରିଥିବାବେଳେ ଏବେ ଟ୍ରେନ୍‍ର ସିଷ୍ଟମ୍ ଇଣ୍ଟିଗ୍ରେସନ୍ ଚାଲିଛି। ପ୍ରଥମ ଟ୍ରେନ୍ ଖୁବ୍‍ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ରୁଟରେ ପରୀକ୍ଷାମୂଳକଭାବେ ଚଳାଚଳ କରିବ ବୋଲି ଆଶା କରାଯାଉଛି। ‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ’ ଶୀର୍ଷକ ୧୮ତମ ପ୍ରବାସୀ ଭାରତୀୟ ଦିବସର ଏକ ପ୍ୟାନେଲ ଆଲୋଚନାରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରି ବୈଷ୍ଣବ କହିଛନ୍ତି ଯେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଏଭଳି ଉଲ୍ଲେଖନୀୟ ସଫଳତା ଦେଶକୁ ଅଭିବୃଦ୍ଧି ପାଇଁ ସବୁଜ ଶକ୍ତି ବ୍ୟବହାର କରି ପ୍ରମୁଖ ଅର୍ଥନୀତିମଧ୍ୟରେ ଅଗ୍ରଣୀ ହେବାକୁ ପ୍ରେରଣା ଦେଉଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୪ଟି…

Read More