What's Hot
Author: Purva Paksha
Pravasi Bharatiya Divas: ଉଭୟ ଭୌଗୋଳିକ ଓ ସାଂସ୍କୃତିକ ଦୃଷ୍ଟିରୁ ରାମାୟଣର ପ୍ରଭାବ ଭାରତୀୟ ସୀମା ଅତିକ୍ରମ କରିଛି। ରାମାୟଣ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀରେ ସଂସ୍କୃତି ମନ୍ତ୍ରାଳୟ କଳାର ବ୍ୟବହାର କରି ଦୁଇଟି ଅନନ୍ୟ ସାଂସ୍କୃତିକ ଯାତ୍ରା – ‘ବିଶ୍ୱରୂପ ରାମ: ରାମାୟଣର ସାର୍ବଜନୀନ ପରମ୍ପରା’ ଏବଂ ‘ରାମକଥା: ଦ ଲିଭିଂ ଟ୍ରାଡିସନ’ ବର୍ଣ୍ଣନା କରୁଛି, ଯାହା ଭଗବାନ ରାମଙ୍କ ଐତିହ୍ୟ ଏବଂ ବିଭିନ୍ନ ଦେଶଦ୍ୱାରା ରାମାୟଣର ବିଭିନ୍ନ ରୂପାନ୍ତର, ପ୍ରବାସୀ ଭାରତୀୟମାନଙ୍କୁ ବୁଝାଉଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇସିସିଆର) ସହଯୋଗରେ ଆୟୋଜିତ ‘ବିଶ୍ୱରୂପ ରାମ’ରେ କେବଳ ଭାରତ ନୁହେଁ, ଶ୍ରୀଲଙ୍କା, ଜାପାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଚାଇନା, ତ୍ରିନିଦାଦ ଓ ଟୋବାଗୋ ଭଳି ଦେଶରେ ରାମାୟଣର ବିଭିନ୍ନ ରୂପାନ୍ତର ଓ ପୁନଃବ୍ୟାଖ୍ୟା ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀକୁ ଦୁଇଟି…
