Author: Purva Paksha

Working hours: ଲାର୍ସନ୍ ଆଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ୍ ଟି)ର ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟନ୍ କହିଛନ୍ତି ଯେ ସମସ୍ତ କର୍ମଚାରୀ ସପ୍ତାହକୁ ଅତିକମରେ ୯୦ ଘଣ୍ଟା କାମ କରିବା ଉଚିତ। ଏସ୍ ଏନ୍ ସୁବ୍ରମଣ୍ୟନ୍‍ଙ୍କ ଏହି ବୟାନ କାର୍ଯ୍ୟ ସମୟ ଏବଂ କର୍ପୋରେଟ୍ କାର୍ଯ୍ୟ ସଂସ୍କୃତିକୁ ନେଇ ବିତର୍କକୁ ସରଗରମ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଭାରତରେ କାର୍ଯ୍ୟ ସମୟକୁ ନେଇ ଆଇନ କ’ଣ କହୁଛି, ଓଭରଟାଇମ୍ ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନ କଲେ କେଉଁଠି ଅଭିଯୋଗ କରିବେ ଏବଂ ନିୟମ ଉଲ୍ଲଂଘନ କଲେ କମ୍ପାନି ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇନଫୋସିସ୍‍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କିଛିଦିନ ତଳେ ଯୁବକମାନଙ୍କୁ ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକ୍ରମେ ପ୍ରବଳ ହଙ୍ଗାମା ହୋଇଥିଲା। ଏବେ ଲାର୍ସନ୍ ଆଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ୍ ଟି)ର ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟନ୍‍ ଏହାଠାରୁ…

Read More