Author: Purva Paksha

Disaster mitigation funds: ନିୟମିତଭାବେ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାକୁ ସକ୍ରିୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ପ୍ରଶାସନିକ ଅପାରଗତା ହେଉ ଅବା ଅବହେଳା, ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ଓ ପ୍ରତିକ୍ରିୟା କାର୍ଯ୍ୟ ପାଇଁ ଆବଣ୍ଟିତ ୨୧୦୦ କୋଟିରୁ ଅଧିକ ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମିଶନଙ୍କ ଅବଧି ଶେଷ ହେବାକୁ ଥିବାବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ଅଧୀନରେ ପ୍ରାୟ ୧୪୨୦ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ଅଧୀନରେ ୬୮୯ କୋଟି ଟଙ୍କା ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇପାରିନାହିଁ। କାରଣ ରାଜ୍ୟ ସରକାର ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଉଥିବା ଶୀର୍ଷ…

Read More