Author: Purva Paksha

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବାକୁ ଏକ ଜନସ୍ୱାର୍ଥ ମାମଲାର ଜବାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନେତାଜୀଙ୍କୁ ଜାତୀୟ ପୁତ୍ର ଘୋଷଣା କରିବା ସହ ତାଙ୍କ ଜନ୍ମଦିନକୁ ଜାତୀୟ ଦିବସଭାବେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କଟକ ବାସିନ୍ଦା ପିନାକପାଣି ମହାନ୍ତି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ନେତାଜୀଙ୍କ ଜନ୍ମସ୍ଥାନକୁ ଜାତୀୟ ସଂଗ୍ରହାଳୟଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ନେତାଜୀଙ୍କ ସମ୍ପର୍କରେ ଗୁଇନ୍ଦା ବ୍ୟୁରୋର ଗୁପ୍ତ ଫାଇଲ୍ ସମେତ ୧୯୪୭ ମସିହାର କ୍ଷମତା ଚୁକ୍ତିକୁ ହସ୍ତାନ୍ତର କରିବା ଏବଂ ଜଷ୍ଟିସ୍ ମୁଖାର୍ଜୀ ତଦନ୍ତ କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଏମଏସ ସାହୁଙ୍କୁ…

Read More