Author: Purva Paksha

MSME: ପ୍ରତିଷ୍ଠା ହୋଇଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ମଧ୍ୟରୁ ସାଢ଼େ ୩ହଜାର ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ହଜାରେରୁ ଅଧିକ ବନ୍ଦ ହୋଇଗଲାଣି। ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଲିଜ୍‍ ସୂତ୍ରରେ ମିଳିଥିବା ଜମିକୁ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତିକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଉତ୍କର୍ଷ ଓଡ଼ିଶା ମେଳା ମାଧ୍ୟମରେ ଏମଓୟୁ କରୁଛନ୍ତି। କିନ୍ତୁ ଏହି ବୃହତ୍‍ ଶିଳ୍ପକୁ ସହାୟକ ହେଉଥିବା ତଥା ନିଯୁକ୍ତି ସୃଷ୍ଟି କରୁଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥା ମଧ୍ୟରୁ ହଜାରେରୁ ଅଧିକ ସରକାରୀ ଅବହେଳାରୁ ବନ୍ଦ ହୋଇଯାଇଛି। ଯାହାଫଳରେ  ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ ଅନ୍ୟ କାର୍ଯ୍ୟରେ ଲଗାଇ ଦେଇଥିବା ସୂଚନା ମିଳିଛି। ରାଜ୍ୟରେ ଏବେ ଉତ୍କର୍ଷ ଓଡିଶା ଶିଳ୍ପ ମହାକୁମ୍ଭ ଚାଲିଥିବାବେଳେ ବଡ଼ ବଡ଼ ଶିଳ୍ପ…

Read More