Author: Purva Paksha

ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ଗତିରେ ଡିଜିଟାଲକରଣ ହେଉଛି। ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଏବଂ ନିରନ୍ତର ବିକାଶରେ ଡିଜିଟାଲ ଅର୍ଥନୀତିର ଭୂମିକାକୁ ନିର୍ଦ୍ଧାରଣ କରିବା ଏବଂ ବୁଝିବା ଉଭୟ ନୀତି ନିର୍ଦ୍ଧାରଣକାରୀ ଏବଂ ଘରୋଇ କ୍ଷେତ୍ର ପାଇଁ ଜରୁରୀ ହୋଇପଡ଼ିଛି। ଷ୍ଟେଟ୍ ଅଫ୍ ଇଣ୍ଡିଆର ଡିଜିଟାଲ ଇକୋନୋମି ରିପୋର୍ଟ ୨୦୨୪ ଅନୁଯାୟୀ, ଅର୍ଥନୀତିବ୍ୟାପୀ ଡିଜିଟାଲାଇଜେସନ୍ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଡିଜିଟାଲାଇଜ୍‍ଡ ଦେଶ ଏବଂ ବ୍ୟକ୍ତିଗତ ଉପଭୋକ୍ତାଙ୍କ ଡିଜିଟାଇଜେସନ୍ ସ୍ତରରେ ଜି-୨୦ ଦେଶ ମଧ୍ୟରେ ଦ୍ୱାଦଶ ସ୍ଥାନରେ ରହିଛି। ୨୦୨୯-୩୦ ସୁଦ୍ଧା ଭାରତର ଡିଜିଟାଲ ଅର୍ଥନୀତି ସାମଗ୍ରିକ ଅର୍ଥନୀତି ତୁଳନାରେ ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏହା ଜାତୀୟ ଆୟର ପାଖାପାଖି ଏକ ପଞ୍ଚମାଂଶ ହେବ ବୋଲି ଆଶା କରାଯାଉଛି। ଅର୍ଥାତ୍ ୬ ବର୍ଷରୁ କମ୍ ସମୟ ମଧ୍ୟରେ ଡିଜିଟାଲ ଅର୍ଥନୀତିର ଅଂଶ ଦେଶର କୃଷି କିମ୍ବା ଉତ୍ପାଦନ ତୁଳନାରେ ଅଧିକ…

Read More