Author: Purva Paksha

ବିଜେଡି ଶାସନକାଳରେ ଯେପରି ଆମ ଓଡ଼ିଶା, ନବୀନ ଓଡ଼ିଶା ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଥିଲା, ସେହି ରାସ୍ତାକୁ ବିଜେପି ସରକାର ଗ୍ରହଣ କରିବାକୁ ଯାଉଛି। କେବଳ ଗ୍ରହଣ କରୁନାହିଁ, ଏହା କିପରି ପ୍ରଭାବଶାଳୀ ଢଙ୍ଗରେ କାମ କରିବ ସେଥିପାଇଁ ରାଜ୍ୟର ଶାସନକଳ ତତ୍ପର ହୋଇଉଠିଛି। କାରଣ ରାଜ୍ୟର ଶାସନକଳ ଏବେବି ବିଜେଡି ପ୍ରତି ଆନୁଗତ୍ୟତାକୁ ଭୁଲି ପାରୁନାହିଁ, ଯାହାଫଳରେ ବିଜେପିର ମନ୍ତ୍ରୀମାନଙ୍କୁ ଭୂଆଁ ବୁଲାଇ ପୁରୁଣା ବ୍ୟବସ୍ଥା ଜାରି ରଖିବାକୁ ପ୍ରୟାସ ଜାରି ରଖିଛନ୍ତି। ଏପରି ଅନେକ ଦୃଷ୍ଟାନ୍ତ ରହିଛି। ଏବେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ନାଁ‘ରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୃତ୍ତିଗତ ଏବଂ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଅଧୀନରେ ନାଗରିକଙ୍କ ସମ୍ପୃକ୍ତି ବୃଦ୍ଧି, ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ…

Read More