What's Hot
Author: Purva Paksha
ଲୋକଙ୍କ ଅଭିଯୋଗ ଶୁଣିବାକୁ ବି ମୋହନଙ୍କ ବେଳ ଅଣ୍ଟୁନି, ୩୧ରୁ ୭ ସୋମବାର ଆସିଛନ୍ତି ମୁଖ୍ୟମନ୍ତ୍ରୀ
ଲୋକଙ୍କ ମୁଖ୍ୟମନ୍ତ୍ରୀଭାବେ ରାଜ୍ୟରେ ଭାବମୂର୍ତ୍ତି ଗଢ଼ିବାକୁ ବିଜେପି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଏ ଭିତରେ ପ୍ରଧାନମନ୍ତ୍ରୀ ଯେତେଥର ବି ଓଡ଼ିଶା ଆସିଛନ୍ତି ମୋହନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଛନ୍ତି। ଏ ଭାବମୂର୍ତ୍ତିକୁ ନିରନ୍ତର ରଖିବା ଲାଗି ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସାଧାରଣ ଲୋକଙ୍କ ଅଭିଯେଗା ଶୁଣାଣି ପାଇଁ ଉନ୍ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଏ ଭିତରେ ୩୧ ସୋମବାର ଭିତରୁ ମାତ୍ର ୭ଟିରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଣି ଏ ଅଭିଯୋଗ ଶୁଣାଣୀକୁ ଦିନକୁ ଦିନ ଅଧିକ କଠୋର କରାଯାଇଛି। ସାଧାରଣ ଲୋକଙ୍କ ବଦଳରେ ପଞ୍ଜିକୃତ ଅଭିଯୋଗକାରୀଙ୍କୁ ଏଥିଲାଗି ସୁଯୋଗ ମିଳୁଛି। ତାହା ପୁଣି ଇଣ୍ଟନେଟ୍ ଜାଣିଥିବା, ସଚେତନ ଅଭିଯୋଗକାରୀଙ୍କୁ ହିଁ ଉଦ୍ଦିଷ୍ଟ ହୋଇଛି। ଅର୍ଥାତ୍ ଜନସାଧାରଣଙ୍କ ମୁଖ୍ୟମନ୍ତ୍ରୀ ଟ୍ୟାଗ୍ ହାସଲ କରିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
