What's Hot
Author: Purva Paksha
ଭାରତର ନିଜସ୍ୱ ଜିପିଏସ୍ ବ୍ୟବସ୍ଥା ‘ନାଭିକ୍’କୁ ଆଉଏକ ଝଟକା ଲାଗିଛି। ବୁଧବାରଦିନ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ରକେଟରେ ବୈଷୟିକ ତ୍ରୁଟି ଯୋଗୁ ‘ନାଭିକ’କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିବା ସମ୍ଭବପର ହୋଇପାରି ନାହିଁ। ଏହି ଅସୁବିଧାକୁ ସୁଧାରିବା ଲାଗି ଇସ୍ରୋ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଆପଣାଯାଉଥିବା ସ୍ପଷ୍ଟ କରାଯାଇଛି। ସାଟେଲାଇଟ୍ ମାଧ୍ୟମରେ ଭୌଗୋଳିକ ସ୍ଥିତିକୁ ଚିହ୍ନଟ କରିବା ଲାଗି ‘ନାଭିକ’ ଏକ ଗୁରୁତ୍ୱପୂର୍ଣ୍ଣ ଗେମ୍ ଚେଞ୍ଜର ହେବ ବୋଲି ଆଶା କରାଯାଇଛି। ୧୯୯୯ କାରଗିଲ୍ ଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ଅବସ୍ଥିତି ଜାଣିବା ଲାଗି ଭାରତ ଜିପିଏସ୍ ତଥ୍ୟ ଚାହିଁଥିଲା। ହେଲେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ସାମରିକ ଶକ୍ତିକୁ ସୁଦୃଢ଼ କରିବା ତଥା ସାଧାରଣ ଗମନାଗମନକୁ ସରଳୀକୃତ କରିବା ଉଦ୍ଦେଶ୍ୟରେ ନିଜସ୍ୱ ସାଟେଲାଇଟ୍ ପାଇଁ ଗବେଷଣା ଓ ନିର୍ମାଣ ଆରମ୍ଭ କରିବାକୁ ଇସ୍ରୋକୁ ଅନୁରୋଧ କରିଥିଲେ। ଇସ୍ରୋ…
