Author: Purva Paksha

Share Market: ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲିଂ ପୁସ୍ତକ ରିଚ୍ ଡାଡ୍ ପୁଅର୍ ଡାଡ୍‍ର ଲେଖକ ବଜାର ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ଆମେରିକୀୟ ବ୍ୟବସାୟୀ ତଥା ବେଷ୍ଟସେଲିଂ ଲେଖକ ରବର୍ଟ କିୟୋସାକି କହିଛନ୍ତି ଯେ ଚଳିତ ମାସ, ଫେବୃଆରୀରେ ଷ୍ଟକ୍‍ ବଜାର ଇତିହାସରେ ସବୁଠାରୁ ଅଧିକ ହ୍ରାସ ଘଟିପାରେ। ବଜେଟ୍‍ ପରେ ସେୟାର ବଜାର ଉଡ଼ାଣ ଭରିବ। ଗ୍ରାଫ୍ ଉପରକୁ ଆସିବ। ଏହି ଆଶାରେ ଭାରତୀୟ ନିବେଶକ ନିବେଶ ଜାରି ରଖିଥିଲେ। ବିଶେଷକରି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରେ ଅଧିକରୁ ଅଧିକ ନିବେଶ ହୋଇଥିଲା। ରେଲୱେ, ପ୍ରତିରକ୍ଷା ସେକ୍ଟରର ଅଗ୍ରଣୀ ସେୟାରରେ ନିବେଶକ ବଢ଼ିଚଢ଼ି ନିବେଶ କରିଥିଲେ। କିନ୍ତୁ ମାଡାମ ସୀତାରମଣଙ୍କ ବଜେଟ୍ ସେମାନଙ୍କ ଆଶା ଉପରେ ପାଣି ପକାଇ ଦେଇଥିଲା। ଶନିବାର ସୀତାରମଣଙ୍କ ବଜେଟ୍ ଉପସ୍ଥାପନ ସହିତ ସେୟାର ବଜାର ତଳମୁହାଁ ହୋଇଥିଲା ସୋମବାର ମଧ୍ୟ ବଜାର ସେହି ଆଘାତରୁ ଉବୁରି ପାରିନାହିଁ। ସୋମବାର ମଧ୍ୟାହ୍ନବେଳକୁ ମଧ୍ୟ ବଜାର ତଳେ…

Read More