Author: Purva Paksha

Odisha Railway Budget: ୨୦୨୫ କେନ୍ଦ୍ର ବଜେଟରେ ଓଡ଼ିଶାରେ ରେଳବାଇ ପାଇଁ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୋମବାର ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ବ୍ୟୟବରାଦ ଘୋଷଣା କରି ରେଳମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୪୬ଟି ନୂଆ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହା ମାଲେସିଆର ସମସ୍ତ ଟ୍ରାକ୍‍ଠାରୁ ଅଧିକ। ଓଡ଼ିଶାରେ ଏବେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହାବ୍ୟତୀତ ଓଡ଼ିଶାରେ ୭୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି। ଉନ୍ନତ ନିରାପତ୍ତା ପାଇଁ ଓଡ଼ିଶାର ୧୮୯୮ କିଲୋମିଟର ଟ୍ରାକରେ କବଚ ଟେକ୍ନୋଲୋଜି କାର୍ୟ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଉପରେ ଧ୍ୟାନ ଦେଉଛନ୍ତି, ଯେଉଁଥିରେ ରେଳ କ୍ଷେତ୍ରରେ ୭୮,୦୦୦ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ହୋଇଛି ଏବଂ ଗତ ଜୁଲାଇରୁ ୨୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ବର୍ତ୍ତମାନ ଅମୃତ ଭାରତ ଯୋଜନାରେ ୫୯ଟି…

Read More