Author: Purva Paksha

ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ‘ଅଣହିନ୍ଦୁ’ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ TTD ପର୍ବ ଏବଂ ପୂଜାର୍ଚ୍ଚନାରେ ସାମିଲ ହେବା ପାଇଁ ୧୮ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। TTD ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନିର୍ଦ୍ଦେଶରେ, ପ୍ରଭାବିତ କର୍ମଚାରୀମାନଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି:ସେମାନଙ୍କୁ ଅନ୍ୟ ସରକାରୀ ବିଭାଗକୁ ଟ୍ରାନସଫର ହେବାକୁ କିମ୍ବା ସ୍ୱେଚ୍ଛାକୃତ ଅବସର ଯୋଜନା (VRS) ପାଇଁ ଆବେଦନ କରିବାକୁ ଟିଟିଡି ପକ୍ଷରୁ କୁହାଯାଇଛି। ଏହି ବିକଳ୍ପଗୁଡ଼ିକ ପାଳନ ନ କଲେ ଅଧିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଡି କହିଛି। TTD ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ‘ମନ୍ଦିର ଏବଂ ଧାର୍ମିକ ଅଭ୍ୟାସର ଆଧ୍ୟାତ୍ମିକ ପବିତ୍ରତା’ ସଂରକ୍ଷଣ ପ୍ରତି ଏହାର ପ୍ରତିବଦ୍ଧତା ଅନୁଯାୟୀ ନିଆଯାଇଛି। TTD, ଏକ ସ୍ୱାଧୀନ ସରକାରୀ ଟ୍ରଷ୍ଟ, ତିରୁପତିର ତିରୁମାଲା ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରେ, ଯାହା ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ…

Read More