Author: Chinmaya Senapati

STAND WITH TRUTH

କାମ ଦେଲାନି ନାଗ ଚୋଟ । ଏ କଥା ଆମେ ଏଥିପାଇଁ କହୁଛୁ । ଦୀର୍ଘ ଦିନ ଅପେକ୍ଷା କରି ଶୁଭ ବେଳା ଶୁଭ ମୁହୁର୍ତ୍ତ ଦେଖି ଅର୍ଚ୍ଚନା ନାଗ ମୁହଁ ଖୋଲିଲେ । ଏତେ ଦିନ ହେଲା ଯେତେ ଯିଏ ଯାହା ବି ପଚାରୁଥିଲେ ମୁହଁରେ ତୁଣ୍ଡି ବାନ୍ଧି ବସିଥିବା ଅର୍ଚ୍ଚନା ନାଗ ସବୁବେଳେ ସମୟ ଆସିଲେ ସବୁ କହିବି କହି ଏତେ ଦିନକେ ମୁହଁ ଖୋଲିଥିଲେ । ଏତେ ଦିନ ପରେ ମିଡିଆକୁ ତ ଆସିଲେ କିନ୍ତୁ ଯେତେବେଳେ ମିଡିଆକୁ ଆସିଲେ ସେତବେଳେ ପୁରା ରାଜ୍ୟ ରାଜନୀତି ହଲଚଲ ହେଇଗଲା । ବିଜୁ ଜନତା ଦଳର ଛାମୁଆ ନେତାଙ୍କ ମୁଖା ଖୋଲିଲା । ଯାହାକୁ ନେଇ ଉଠିଲା ପଡିଲା ରାଜ୍ୟ ରାଜନୀତି । ନାଗଙ୍କ ଚୋଟରେ ଘାଇଲା ହେଲେ ବିଜେଡି ନେତାଏଁ । ଆଉ ଏହି ସମୟରେ ସେ ଘଟିଲା ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଅତ୍ମହତ୍ୟା…

Read More