ଓଡ଼ିଶାର ମତଦାତାମାନେ ଯେଉଁ ବିଜୁ ଜନତା ଦଳର ନେତାଙ୍କୁ ଭୋଟ ଦେଇ ବିଧାୟକ ଭାବରେ ନିର୍ବାଚିତ କରିଛନ୍ତି, ସେମାନେ ବର୍ତ୍ତମାନ ବିଚଳିତ ଓ ଚିନ୍ତିତ। କାହିଁକି ବିଚଳିତ? କାରଣ ସେମାନଙ୍କ ଭୋଟ କୌଣସି ନୀତି, ଦୃଷ୍ଟିକୋଣ କିମ୍ବା ଜନସେବାରେ ବିଶ୍ୱାସ ରଖିଥିବା ନେତାଙ୍କୁ ନୁହେଁ- ବରଂ ‘ଚାକର’- ‘କ୍ରୀତଦାସ’ -‘ଗୋତି’ ଶ୍ରେଣୀରେ ପଡ଼ିଥିବା ଲୋକଙ୍କୁ ନିଜର ନେତା ଭାବରେ ଦେଖିବାକୁ ବାଧ୍ୟ ହେଉଛନ୍ତି।
ଏହା କୌଣସି ଭାବେ ଅତିଶୟୋକ୍ତି ନୁହେଁ- ଏହା ପିଛଲା ୨୦ ବର୍ଷର ରାଜନୀତିକ ସଂସ୍କୃତିର ସର୍ବାଧିକ ଦୁର୍ଭାଗ୍ୟଜନକ ଅଧୋପତନ। ଆଜି ଆମେ ଆଲୋଚନା କରିବା ଚାକର, କ୍ରୀତଦାସ ପରେ ଏବେ ଗୋତି। ଆପଣମାନେ; ଦେଖୁଥାଆନ୍ତୁ ପୂର୍ବପକ୍ଷ। ଆପଣମାନଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ଲାଇକ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଓ ସେୟାର କରନ୍ତୁ।
ଚାକର ପର୍ଯ୍ୟାୟ: ସୂର୍ଯ୍ୟନାରାୟଣ ପାତ୍ରଙ୍କ ‘ଘୋଷଣା’ ଯାହା ରାଜନୀତିକ ଲଜ୍ଜା

୨୦୦୪ ନିର୍ବାଚନ ପରବର୍ତ୍ତୀ ଓଡ଼ିଶା ରାଜନୀତିର ଗୋଟେ ଅବିଶ୍ୱସନୀୟ ଦୃଶ୍ୟ ଦେ୍ଖିବାକୁ ମିଳିଲା। ଗଞ୍ଜାମର ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ନିଜକୁ “ନବୀନଙ୍କ ଚାକର” ବୋଲି ବିଭିନ୍ନ ମଞ୍ଚରେ କହି ବୁଲିଲେ।
ହଁ, ନେତା ନୁହେଁ-ଚାକର।
ଏହା କେବଳ ଏକ ଅସାବଧାନ ମନ୍ତବ୍ୟ ନୁହେଁ, ଏହା ଥିଲା ଓଡ଼ିଶାର ରାଜନୀତିକ ସ୍ଵାଭିମାନକୁ ଅଥଳ ସାଗରରେ ପକାଇ ଦେଇଥିବା ଦିନ।
ତତ୍କାଳୀନ ବିଜେଡି ନେତା ଡା. ଦାମୋଦର ରାଉତ ଖୋଲାଖୋଲି ଭାବରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମାଲୋଚନା କରିଥିଲେ- ସେ ବୁଝିଥିଲେ ଯେ ଏହି ଶବ୍ଦ ଅର୍ଥ କେବଳ ସ୍ୱୟଂ-ବିନମ୍ରତା ନୁହେଁ; ଏହା ସମସ୍ତ ନେତୃତ୍ୱକୁ ସେବକ-ଶ୍ରେଣୀରେ ଅବନତ କରିବାର ଘୋଷଣା।
ଏବଂ ଦୁଃଖର କଥା—ଏହିଠାରୁ ବିଜେଡି ନେତାମାନଙ୍କର ପତନର ଚରିତ୍ର ଶେଷ ହୋଇନଥିଲା- ଆଗକୁ ଆହୁରି ତଳକୁ ଗଲା।
କ୍ରୀତଦାସ ପର୍ଯ୍ୟାୟ: ପ୍ରଣବପ୍ରକାଶ ଦାସଙ୍କ ‘ଦାସତ୍ୱ’ ଘୋଷଣା
୨୦୨୨ ପରେ ଯାଜପୁରର ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ନିଜକୁ “ପାଣ୍ଡିଆନଙ୍କ କ୍ରୀତଦାସ” ବୋଲି ଘୋଷଣା କଲେ।
ଚାକର ଠିକ୍ ଥିଲା, କମସେକମ୍ କୌଣସି ଶ୍ରମିକର ସମ୍ମାନ ରହିଥାଏ।
କିନ୍ତୁ କ୍ରୀତଦାସ?- ଇଏ ମାନବିକ ଗୌରବ ଓ ରାଜନୀତିକ ସ୍ୱାଧୀନତାର ସମ୍ପୂର୍ଣ୍ଣ ପରାଭବ।
ପ୍ରତିକ୍ରିୟା ଜୋରଦାର ହେଲା- କିନ୍ତୁ ପାର୍ଟିର ଅନ୍ୟ ନେତାମାନେ ଶାନ୍ତ। କାହିଁକି?
କାରଣ ଏହା ଏକ ସତ୍ୟକୁ ସିଧାସଳଖ ଦର୍ଶାଉଥିଲା- ସେମାନେ ସ୍ୱତନ୍ତ୍ର ନୁହନ୍ତି, ପ୍ରତିନିଧି ନୁହନ୍ତି, ନେତା ନୁହନ୍ତି।
ସେମାନେ ଅନୁଜୀବୀ, ଶାସକଙ୍କ ଆଜ୍ଞାକାରୀ ହୋଇ ରହିଲେ।
ଏହା କୌଣସି ଗୌରବ ଗାଥା ନୁହେଁ—ଏହା ଗୋଟେ ରାଜ୍ୟର ଗଣତାନ୍ତ୍ରିକ ଚେତନାକୁ ଶବଦାହ କରିବାର ପର୍ଯ୍ୟାୟ।
ଟ୍ରାଫିକ–କନଷ୍ଟେବଳ ପର୍ଯ୍ୟାୟ: ମନ୍ତ୍ରୀମାନଙ୍କ ନୂତନ ‘କାମ’

ବିଜେଡି ନେତାମାନଙ୍କର ନିଜକୁ କେବଳ ଦାସତ୍ୱ ଘୋଷଣାରେ ପ୍ରସଙ୍ଗ ଅଟକି ରହିଲା ନାହିଁ।
ବିଜେଡି ସରକାରର ଦୁଇ ମନ୍ତ୍ରୀ ଓ ନେତା- ଆଳି ରାଜା ପ୍ରତାପ ଦେବ ଓ ବବି ଦାସ;ପାଣ୍ଡିଆନଙ୍କ ଗାଡ଼ି ପାଇଁ ଟ୍ରାଫିକ ପୁଲିସ ସାଜି ରୋଡ଼ କ୍ଲିୟର କରୁଥିବା ଭିଡିଓ ଦେଶ ଦେଖିବାକୁ ମିଳିଥିଲା।
ଏହା କୌଣସି ଆକସ୍ମିକ ଦୃଶ୍ୟ ନୁହେଁ।
ଏହା ଏକ ପୋଷ୍ଟ–ଡେମୋକ୍ରାଟିକ ରାଜ୍ୟର ସ୍ପଷ୍ଟ ଛବି—ଯେଉଁଠି ନିର୍ବାଚିତ ମନ୍ତ୍ରୀମାନେ ନିର୍ବାଚିତ ହୋଇନଥିବା ବରଂ ଦଳର ନେତାଙ୍କ ସେବକ ରୂପକ ଶକ୍ତିକେନ୍ଦ୍ରକୁ ଭୟରେ ଥରିବାର ପ୍ରକ୍ରିୟା ଭାବରେ ଦେଖାଗଲା।
ଓଡ଼ିଶାରେ ଯେତେବେଳେ ମନ୍ତ୍ରୀମାନେ ଟ୍ରାଫିକ ପୁଲିସ ହୋଇଥିବା ଚିତ୍ର ଭାଇରାଲ୍ ହୁଏ, ମତଦାତା ନିଜକୁ ପଚାରନ୍ତି-
“ତାହେଲେ ଆମେ କାହାକୁ ଭୋଟ ଦେଇଛୁ?”
ଏକ ପାର୍ଟିକୁ?
ନେତାକୁ?
ନାକାହାର ବ୍ୟକ୍ତିଗତ କର୍ମଚାରୀକୁ?
ଏବେ ‘ଗୋତି’– ପ୍ରଣାଳୀର ଶେଷ ପତନ
ସବୁଠାରୁ ନୂତନ ଏପିସୋଡ୍:
ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗ ଉପରେ କଡ଼ା ସମାଲୋଚନା କଲେ। ବହୁତ ଦିନ ପରେ କେହି ମୁଖ ଖୋଲିଲେ- କି ସବୁ ମୁଖ ସରକାରୀ ସିଲରେ ବନ୍ଦ।
କିନ୍ତୁ ଅତି ସ୍ୱଳ୍ପ ସମୟ ପରେ, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯେତେବେଳେ ଉତ୍ତର ଦେବାକୁ ଉଠିଲେ ଏବଂ ତାଙ୍କ ଉତ୍ତରରେ ପାଣ୍ଡିଆନଙ୍କ ସୁରକ୍ଷା ଯୋଗାଇ ଦିଆଯାଇଥିବା ୭୨ ସୁରକ୍ଷାକର୍ମୀଙ୍କ ନିୟୋଜନ ପ୍ରସଙ୍ଗ ଆସିଲା- ନେତାମାନେ କକ୍ଷତ୍ୟାଗ କରି ଚାଲିଗଲେ।
ଆଉ କେବଳ କକ୍ଷ ତ୍ୟାଗକଲେ ନୁହେଁ ଏହା ପ୍ରମାଣ କଲେ ଯେ ସେମାନେ
ନେତା ନୁହଁନ୍ତି,
ଜନ ପ୍ରତିନିଧି ନୁହଁନ୍ତି,
ଲୋକଙ୍କ ସ୍ଵର ନୁହଁନ୍ତି
‘ଗୋତି ଶ୍ରମିକ’—ଯେଉଁଠି ନିଜର ମଣିଷ ନିନ୍ଦିତ ହେଲେ ଘୃଣା ଶବ୍ଦ ଶୁଣିବାକୁ ମଧ୍ୟ ସାହସ ନାହିଁ।
କିନ୍ତୁ କାହିଁକି?
କାରଣ ଖାଉନ୍ଦ ଜାଣିଦେଲେ ଆଗାମୀ ଟିକେଟ୍, ପଦ, ଅବସ୍ଥା- ସବୁ ବାତିଲ୍ ହୋଇଯିବାର ଆଶଙ୍କା ରହିଛି।
ଏହି ଭୟରେ ବିଜେଡି ନେତାଙ୍କର ବୈଚାରିକ ଶକ୍ତି, ରାଜନୀତିକ ମର୍ଯ୍ୟାଦା ଓ ନେତୃତ୍ୱ ହଜିଯାଇଛି।
ଅଟିଛି କେବଳ ଗୋତିର ଶ୍ରମ–ସଂସ୍କୃତି।
ମତଦାତାଙ୍କ ଦୃଷ୍ଟିରେ: ଏହା ବିଜେଡିର ପତନ ନୁହେଁ, ଏହା ରାଜନୀତିର ପତନ
ଜନମତ ଏବେ ଏହି ତିନିଟି କଥାକୁ ସ୍ପଷ୍ଟ ଦେଖୁଛି-
(କ) ବିଜେଡି ନେତାମାନେ ନେତା ନୁହନ୍ତି- ‘ଚାକର–କ୍ରୀତଦାସ–ଗୋତି’
ଏହା କେବଳ ରାଜନୀତିକ ଅଜ୍ଞାନତା ନୁହେଁ-
ଏହା ନେତୃତ୍ୱର ନିମ୍ନତମ ସ୍ତର।
(ଖ) ନିର୍ବାଚିତ ବିଧାୟକ ଅନିର୍ବାଚିତ ଶକ୍ତି ପାଖରେ ଉତ୍ତରଦାୟୀ
ଗଣତନ୍ତ୍ରର ମୂଳ ମନ୍ତ୍ର- ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ, ତାହା ଏବେ ଅନୁପସ୍ଥିତ।
ଏଠାରେ ଭୋଟରଙ୍କ ପ୍ରତି ତଳକୁ ନୁହେଁ, ଭୂଲମ୍ବ ଭାବରେ ଉପର ଆଡ଼କୁ ଦାୟିତ୍ୱ। (ଗ) ବିଧାନସଭାରେ ପ୍ରଶ୍ନ ଶୁଣିବାର ସାହସ ନ ଥିବା ପାର୍ଟି- ବିବେକ ଶୂନ୍ୟ
ଏହା ମାନସିକ କ୍ରୀତଦାସତ୍ୱର ଚରମ ପର୍ଯ୍ୟାୟ।
ଯଦି ନିଜ ପାର୍ଟି ନେତୃତ୍ୱ ଉପରେ ବିଷୟ ଉଠିଲେ ଭାଗିବାକୁ ପଡ଼େ-
ତାହେଲେ ସେମାନେ ରାଜନୀତିକ ନେତା ନୁହନ୍ତି;
କେବଳ ବ୍ୟକ୍ତିଗତ କାର୍ଯ୍ୟାଳୟର ଦୂତ–ସେବକ।
ଏହି ରାଜନୀତିର ଦୟନୀୟ ପରିଣାମ
ମତଦାତା ନିରାଶଏବଂ ଭ୍ରମିତ, ସେମାନେ ଭୋଟ ଦେଇଛନ୍ତି ‘ଦଳକ’କୁ- କିନ୍ତୁ ପାଉଛନ୍ତି ‘ନିଜ ମଣିଷଙ୍କ ପାଖରେ ଗୋତି’ ନେତାମାନଙ୍କୁ।
ଏବେ ଉତ୍ତର ପ୍ରଣାଳୀ ଭାଙ୍ଗି ପଡ଼ିଛି।
ସରକାର ପ୍ରଶ୍ନକୁ ଅପମାନ ବୋଲି ନେଉଛି; ବିଧାୟକମାନେ ପ୍ରଶ୍ନକୁ ଅନୁଶାସନଭଙ୍ଗ ବୋଲି ଧରୁଛନ୍ତି।
ଗଣତନ୍ତ୍ରୀୟ ସଂସ୍କୃତି ପୂର୍ଣ୍ଣ ଧ୍ୱଂସ
ପ୍ରଶ୍ନ କରିବା ଏଠି ଅପରାଧ
ସମାଲୋଚନା କରିବା ପାପ
ଏବଂ ନେତୃତ୍ୱ ଉପରେ ଚର୍ଚ୍ଚା—ଦଳଦ୍ରୋହ।
କେଉଁଠି ଆମେ ପହଞ୍ଚିଲୁ?
ଏହାର ମୂଳ ପ୍ରଶ୍ନ—କିଏ ବଡ଼, ପାର୍ଟି କିମ୍ବା ବ୍ୟକ୍ତି?
ଓଡ଼ିଶା ପରିସ୍ଥିତି ଦର୍ଶାଉଛି—ପାର୍ଟି ବଳୀୟାନ ନୁହେଁ।
ନିୟମ ବଳୀୟାନ ନୁହେଁ।
ବ୍ୟକ୍ତି—ପ୍ରବଳପ୍ରତାପୀ।
ଏବଂ ସେହି ବ୍ୟକ୍ତିଙ୍କୁ ଖୁସି ରଖିବା ପାଇଁ ବିଧାୟକମାନେ ଚାକର ହେଉଛନ୍ତି, କ୍ରୀତଦାସ ହେଉଛନ୍ତି, ଗୋତି ହେଉଛନ୍ତି।
ଏହା କେବଳ ରାଜନୀତିର ପତନ ନୁହେଁ-
ଏହା ରାଜ୍ୟର ସ୍ୱାଭିମାନ ଓ ଲୋକତନ୍ତ୍ରର ପତନ।
ମୁଖ୍ୟ ଶିକ୍ଷା: ଏବେ ସମୟ ଗୋଟେ ନୂତନ ଚର୍ଚ୍ଚାର
ରାଜନୀତି କେବଳ ଶକ୍ତିର ଖେଳ ହେଲା କାହିଁକି?
କାହିଁକି ନେତାମାନେ ମତଦାତାଙ୍କ ଆମନ୍ତ୍ରଣକୁ ମୁହଁ ଦେବା ବଦଳରେ ଗୋଟିଏ ବ୍ୟକ୍ତିର ଆଖ୍ୟାନକୁ ଶୁଣୁଛନ୍ତି?
କାହିଁକି ଗଣତନ୍ତ୍ରୀୟ ପ୍ରଶ୍ନ- ‘କିପରି ସୁରକ୍ଷା?’- କେବଳ ଏକ ନିଷେଧ ବିଷୟ?
ଏହି ପ୍ରଶ୍ନଗୁଡ଼ିକକୁ ଏବେ ଓଡ଼ିଶା ଆଲୋଚନା କରିବାକୁ ହିଁ ପଡ଼ିବ।
ନ ହେଲେ ଆମକୁ ଦେଖିବାକୁ ପଡ଼ିବ- ନେତୃତ୍ୱର ପରବର୍ତ୍ତୀ ଶ୍ରେଣୀ ଚାକର -କ୍ରୀତଦାସ- ଗୋତି – ଏବଂ ପତନ ଅସୀମ।
ଓଡ଼ିଶା ରାଜନୀତିରେ ‘ନେତୃତ୍ୱ’ ଜୀବନ୍ତ—କିନ୍ତୁ ‘ନେତା’ ମୃତ
ଆଜିର ରାଜନୀତିକ ଦୃଶ୍ୟର ଚିତ୍ରଣ ସାଧାରଣମାନଙ୍କ ମଧ୍ୟରେ ବସିଯାଇଛି-ଚାକର–କ୍ରୀତଦାସ–ଟ୍ରାଫିକ–ଗୋତି ଦେଶର ନେତୃତ୍ୱ ତମାଖୁ ଦରରେ ବିକୁଛି।
ଏବଂ ଏହାକୁ ଆମେ- ମତଦାତା, ନାଗରିକ, ସଚେତନ ଓଡ଼ିଆ-କେବେ ସ୍ୱୀକାର କରିପାରିବୁ?
ପ୍ରଶ୍ନଟି ହେଉଛି:
ଓଡ଼ିଶା କିଛି ଦୃଢ଼ ନେତା ଚାହିଁଛି ନିଶ୍ଚୟ,
କିନ୍ତୁ ଗୋତି ନୁହେଁ- ନେତା।
ଏବଂ ସେହି ନିଷ୍ପତ୍ତିର ଅଧିକାର ଅଛି-
ମତଦାତାଙ୍କ ହାତରେ,
କକ୍ଷତ୍ୟାଗ କରି ଚାଲିଯାଉଥିବା ନେତାମାନଙ୍କର ନୁହେଁ।
also read https://purvapaksa.com/more-than-2900-children-missing/
୨୯୦୦ରୁ ଅଧିକ ଶିଶୁ ନିଖୋଜ : ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ।। More than 2900 children missing


