Curd: ଦହି ଅନେକ ପୋଷକ ତତ୍ୱରେ ଭରପୂର ହୋଇଥିବା ସହ ଏହା ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ ।
ଏଥିରେ କ୍ୟାଲେସିୟମ, ମ୍ୟାଗ୍ନେସିୟମ, ଭିଟାମିନ-ଏ, ଡି, ଭିଟାମିନ ବି-12, ପ୍ରୋଟିନ, ସୋଡିୟମ, ପୋଟାସିୟମ, କ୍ୟାଲେସିୟମ ରହିଛି । ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଖାଇବାକୁ ପସନ୍ଦ କରନ୍ତି ନାହିଁ ହେଲେ ସେମାନଙ୍କୁ ଦହି ଖାଇବାକୁ ପସନ୍ଦ କରିଥାନ୍ତି । ଭାରତରେ ଖାଦ୍ୟରେ ଦହିର ବ୍ୟବହାର ବହୁତ ପସନ୍ଦ କରାଯାଏ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ । ଦହିରେ ପ୍ରୋବାୟୋଟିକ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ବଦହଜମୀ ସମସ୍ୟାରେ ପୀଡ଼ିତ ଲୋକେ ନିୟମିତ ଦହି ସେବନ ଦ୍ୱାରା ବେଶ୍ ଲାଭ ମିଳିଥାଏ ।
ଦହି ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହେବା ସହ ହାଡ଼ ଓ ଦାନ୍ତ ମଜଭୁତ ହୁଏ । ହୃଦଜନିତ ରୋଗ ଆଶଙ୍କା କମିଥାଏ, ତ୍ୱଚା ସୁସ୍ଥ ରଖେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଓ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ କରେ । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ପ୍ରତିଦିନ ଦହି ଖାଇବା ଭଲ । ଏଥିରେ ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ରହିଛି, ଯାହା ଶରୀର ପାଇଁ ଜରୁରୀ । ଦହିରେ ଅତ୍ୟଧିକ ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ । ଦୈନନ୍ଦିତ କାର୍ଯ୍ୟ ପାଇଁ ଶରୀରକୁ ଆକ୍ଟିଭ ରଖିବା, ତାପମାତ୍ରା ନିୟନ୍ତ୍ରଣ କରିବା ଓ ଡିହାଇଡ୍ରେସନ ରୋକିବା ପାଇଁ ସଠିକ୍ ହାଇଡ୍ରେସନ ରହିବା ଜରୁରୀ । ନିୟମିତ ଦହି ସେବନ କଲେ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇପାରିବ । ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ରହେ । ହାଇ ବ୍ଲଡପ୍ରେସର (ଉଚ୍ଚ ରକ୍ତଚାପ) ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ।
ଦହିରୁ ଅନେକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ, ଯେପରିକି ଦହି କଡ଼ି, ରାଇତା, ବିରିୟାନି ଏବଂ ଅନ୍ୟାନ୍ୟ ଜିନିଷ । କିନ୍ତୁ ଦହିରୁ ଡିସ୍ ତିଆରି କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ । ଯାହା ଦ୍ୱାରା ଡିସ୍ ଅଧିକ ସ୍ୱାଦିଷ୍ଟ ହୋଇଯାଏ । ହେଲେ ଏହାକୁ ସଠିକ ଢଙ୍ଗରେ ବ୍ୟବହାର ନ କଲେ ଆପଣଙ୍କ ଡିସ୍ ର ଟେଷ୍ଟରେ ଅନେକ ପରିବର୍ତନ ଆସିଥାଏ । ଚାଲନ୍ତୁ ଜାଣିବା ଦାହିକୁ କିପରି ଆପଣଙ୍କ ଡିସରେ ବ୍ୟବହାର କରିପାରିବେ…
- ସବୁବେଳେ ଦହିକୁ ରେଫ୍ରିଜରେଟରରୁ ବାହାର କରି ଏହାକୁ ଘରର ତାପମାତ୍ରାରେ ଆସିବାକୁ ଦିଅନ୍ତୁ, ତା’ପରେ ଏହାକୁ ଆପଣଙ୍କ ରୋଷେଇରେ ବ୍ୟବହାର କରନ୍ତୁ । ଥଣ୍ଡା ଦହିକୁ ସିଧାସଳଖ ଗରମ ଖାଇବାରେ ପକେଇବା ଦ୍ୱାରା ଏହା ଫାଟି ଯାଇପାରେ । ଏହାକୁ ରୋଷେଇର ୧୫-୨୦ ମିନିଟ୍ ପୂର୍ବରୁ ବାହାର କରନ୍ତୁ ।
- ଦହି ସହିତ କୌଣସି ରୋଷେଇ ପ୍ରସ୍ତୁତ କରିବା ପୂର୍ବରୁ, ଦହିକୁ ଭଲ ଭାବରେ ଫେଟି ନିଅନ୍ତୁ । ଯାହା ଦ୍ୱାରା ଏହା ଚିକ୍କଣ ହୋଇଯାଏ । ଏହା ଗ୍ରେଭି ଏବଂ ତରକାରୀରକୁ ଆହୁରି ସ୍ୱାଦିଷ୍ଟ କରିଥାଏ ।
- ଗରମ ଗ୍ରେଭିରେ ସିଧାସଳଖ ଦହି ମିଶାନ୍ତୁ ନାହିଁ । ପ୍ରଥମେ ଦହିରେ ଅଳ୍ପ ଗରମ ଗ୍ରେଭିକୁ ମିଶାନ୍ତୁ ଏବଂ ପରେ ଧୀରେ ଧୀରେ ଏହାକୁ ଗ୍ରେଭିରେ ଢାଳନ୍ତୁ । ଏହା ଦହିକୁ ଫଟିବାରେ ରୋକିଥାଏ ।
- ଅତ୍ୟଧିକ ଖଟା ଦହିର ସ୍ୱାଦକୁ ନଷ୍ଟ କରିପାରେ । ତେଣୁ, ଯେକୌଣସି ରୋଷେଇ ପାଇଁ ଅଳ୍ପ ଖଟା କିମ୍ବା ତାଜା ଦହି ବ୍ୟବହାର କରନ୍ତୁ, ବିଶେଷ କରି କଡ଼ି ଏବଂ ଗ୍ରେଭି ରେସିପି ପାଇଁ ।
- ଦହିକୁ କମ୍ କିମ୍ବା ମଧ୍ୟମ ଫ୍ଲେମରେ ରାନ୍ଧନ୍ତୁ । ହାଇ ଫ୍ଲେମରେ ଏହା ଫାଟି ଯାଇପାରେ ଏବଂ ଏହାର ସ୍ୱାଦ ନଷ୍ଟ ହୋଇପାରେ।
ALSO READ: https://purvapaksa.com/land-of-the-midnight-sun/