Frog Pizza: ବର୍ତ୍ତମାନ ସମୟରେ ଖାଦ୍ୟ ବା ଫୁଡ୍ କୁ ନେଇ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିବାର ଦେଖାଯାଏ ।
ଯାହାକୁ ଅନେକ ସମୟରେ ପସନ୍ଦ କରାଯାଉଥିବା ବେଳେ ଅନେକ ସମୟରେ ଏହାକୁ ନେଇ ଅନେକ ସମାଲୋଚନା କରାଯାଇଥାଏ । ସେହିପରି ଆଉ ଏକ ଫୁଡ୍ କୁ ନେଇ ପୁଣିଥରେ ଚର୍ଚ୍ଚା ଚାଲିଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ରେଷ୍ଟୁରାଣ୍ଟଗୁଡ଼ିକ ପ୍ରାୟତଃ ଅନେକ ସୀମାକୁ ପାର କରି ଦିଅନ୍ତି । ତେବେ ଏପରି ବିଚିତ୍ର ଫୁଡ୍ ଚୀନ୍ରେ ଦେଖିବାକୁ ମିଳିଛି । ଏମିତି ବି ଅନେକ ସମୟରେ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଅଜବ ଏବଂ ବିଚିତ୍ର ଖାଇବା ଖାଉଥିବାର ଦେଖିବାକୁ ମିଳେ ।
ଏବେ ପୁଣିଥରେ ସେମାନେ ତାଙ୍କ ଖାଇବାକୁ ନେଇ ଆଉ ଏକ ଏକ୍ସପେରିମେଣ୍ଟ କରିଛନ୍ତି । ସେଠାରେ ଥିବା ‘ପିଜା ହଟ ଚାଇନା’ ନାମକ ଏକ କମ୍ପାନୀ ଏକ ନିଆରା ପରୀକ୍ଷଣ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ‘ପିଜା ହଟ ଚାଇନା’ ଏକ ନିଆରା ଏବଂ ବୋଲ୍ଡ ପିଜା ତିଆରି କରିଥିଲେ । ଯାହା ଖାଦ୍ୟାରସିକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା ଏବଂ ଲୋକଙ୍କୁ ଭୟଭୀତ କରିଥିଲା । ଏହି ନୂତନ ପ୍ରକାରର ପିଜା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ପିଜାର ନାମ ହେଉଛି ‘ଗୋବଲିନ୍ ପିଜା’ । ଏହି ନୂତନ ପ୍ରକାରର ପିଜା ସୋସିଆଲ ମିଡ଼ିଆରେ ଖୁବ ଶୀଘ୍ର ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି । ଗୋଟିଏ ପଟେ ଏହି ନୂତନ ଆଇଟମ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥି ସହିତ ଏହା ଏକ ନୂତନ ଆଲୋଚନାକୁ ମଧ୍ୟ ଜନ୍ମ ଦେଇଛି । ଦାବି କରାଯାଉଛି ଯେ, ‘ଗୋବଲିନ୍ ପିଜା’ରେ ଏକ ସମ୍ପୂର୍ଣ୍ଣ ବୁଲଫ୍ରଗ୍ କୁ ଡିପ୍ ଫ୍ରାଏ କରାଯାଏ । ଏହା ସହିତ ପିଜାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଏକ ସ୍ପେସିଆଲ ମସଲା ଦିଆଯାଏ । ପିଜା ଉପରେ ଟପିଙ୍ଗ୍ ଭାବରେ ଧନିଆ ପତ୍ର ଏବଂ ବ୍ଲାକ ଅଲିଭ ଏବଂ ବିଭିନ୍ନ ପ୍ରକାରର ସସ୍ ମଧ୍ୟ ପ୍ରଚୁର ପରିମାଣରେ ବ୍ୟବହୃତ ହୁଏ । ଉପାଦାନଗୁଡ଼ିକର ଏହି ମିଶ୍ରଣ ହେଉଛି ପାରମ୍ପାରିକ ପିଜା ଉପାଦାନ ତଥା ବିଦେଶୀ ଏବଂ ସ୍ଥାନୀୟ ପସନ୍ଦିତ ସ୍ୱାଦର ମିଶ୍ରଣ । ଏହି କାରଣରୁ, ଏହା ଏକ ନିଆରା ଖାଦ୍ୟ ଭାବରେ ପରିଚିତ ହୋଇଛି । “ଗୋବଲିନ୍ ପିଜା”ର ଶୁଭାରମ୍ଭ ଘୋଷଣା ହୋଇଥିବା ପରେ ଏହି ପିଜା ବର୍ତ୍ତମାନ କେବଳ ସିଲେକ୍ଟ ଆଉଟଲେଟ୍ ଗୁଡ଼ିକରେ ଉପଲବ୍ଧ ।
ସୂଚନାଯୋଗ୍ୟ ଯେ, ବେଙ୍ଗ ମାଂସ କିଛି ଲୋକଙ୍କ ପାଇଁ ଅସ୍ୱାଭାବିକ ଖାଦ୍ୟ ହୋଇପାରେ, କିନ୍ତୁ ଏହା ସାଧାରଣତଃ ଚୀନ୍ର କେତେକ ସ୍ଥାନରେ ଖିଆଯାଏ । ଚୀନ୍ର ଅନେକ ଅଞ୍ଚଳରେ ଏହାକୁ ଏକ ସୁସ୍ୱାଦୁ ବା ବିଦେଶୀ ଖାଦ୍ୟ ଭାବରେ ଖିଆଯାଏ । ଏଥି ସହିତ, ଚୀନ୍ର ଅନେକ ଅଞ୍ଚଳରେ ବେଙ୍ଗ ଗୋଡ଼କୁ ଚିକେନ୍ କିମ୍ବା ମାଛ ପରି ଖିଆଯାଏ । ଏହାକୁ ପ୍ରାୟତଃ ଷ୍ଟ୍ରର-ଫ୍ରାଏ କିମ୍ବା ସୁପ୍ ରେ ଖିଆଯାଏ । ତଥାପି, ବେଙ୍ଗକୁ ପିଜା ଟପିଙ୍ଗ୍ ଭାବରେ ବ୍ୟବହାର କରିବା ପାଶ୍ଚାତ୍ୟ ଫାଷ୍ଟଫୁଡ୍ ଏବଂ ଚାଇନାର ରନ୍ଧନ ପରମ୍ପରାରରେ ଏକ ନୂଆ ମୋଡ଼ ଆଣି ଦେଇଛି । ଯଦି ଆମେ ଏହି ଅଭିନବ ପିଜାର ମୂଲ୍ୟ ବିଷୟରେ ଆଲୋଚନା କରିବା, “ଗୋବଲିନ୍ ପିଜା”ର ମୂଲ୍ୟ ୧୬୯ ୟୁଆନ୍ (ପ୍ରାୟ ୨,୦୦୦) ଅଟେ, ଯାହାକି ଟପ୍ପିଙ୍ଗ୍ ସହିତ ଏକ ପିଜା ପାଇଁ ପ୍ରିମିୟମ୍ ମୂଲ୍ୟ ଅଟେ । କିନ୍ତୁ ଏହି ପିଜାର ଉପଲବ୍ଧତା ବହୁତ କମ୍ ଅଟେ ।
ALSO READ: https://purvapaksa.com/ndias-first-restaurant-to-serve-full-meals-for-waste/