EPF Wage Ceiling Hike: ନଭେମ୍ବର ୩୦ରେ ସିବିଟି ବୈଠକରେ ଇପିଏଫ ମଜୁରି ସୀମା ବୃଦ୍ଧି ପାଇଁ ସହମତି ହୋଇଛି କିନ୍ତୁ ନୂଆ ବର୍ଷ ୨୦୨୫ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାକୁ ଆହୁରି ସୁଦୃଢ଼ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି, ଯାହାଦ୍ୱାରା ସେମାନେ ଅଧିକ ସଞ୍ଚୟ କରିପାରିବେ ଏବଂ ଅବସର ପରେ ଅଧିକ ପେନସନ ପାଇପାରିବେ । ଅଧିକରୁ ଅଧିକ କର୍ମଚାରୀଙ୍କୁ ଇପିଏଫ୍ ଇଏସ୍ଆଇସି ପରିସରଭୁକ୍ତ କରିବା ଲକ୍ଷ୍ୟରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଅଧୀନରେ ସର୍ବନିମ୍ନ ମଜୁରି ସୀମା କୁ ୧୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ଦ୍ୱିଗୁଣିତ କରିବାର ସମ୍ଭାବନା ରହିଛି। ସରକାରଙ୍କ ଏହି ନିଷ୍ପତି ଯୋଗୁଁ ପ୍ରାୟ ୧୦ ନିୟୁତ ନୂଆ କର୍ମଚାରୀଙ୍କୁ ଇପିଏଫ-ଇଏସଆଇସିର ସାମାଜିକ ସୁରକ୍ଷା ପରିସରକୁ ଆଣିବାରେ ସଫଳ ହେବେ ।
୨୦୧୪ରେ ମଜୁରି ସୀମା ବୃଦ୍ଧି କରାଯାଇଥିଲା
କର୍ମଚାରୀଙ୍କ ମୂଳ ଦରମାରୁ ଇପିଏଫ-ଇଏସଆଇସି କାଟିବା ପାଇଁ ବେତନ ସୀମା ଶେଷ ଥର ପାଇଁ ୨୦୧୪ରେ ବୃଦ୍ଧି କରାଯାଇଥିଲା । ଏହାପରେ ସର୍ବନିମ୍ନ ମଜୁରି ସୀମା ୬୫୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ୧୦ ବର୍ଷ ପରେ ଏହା ପୁଣି ବଢ଼ିବାକୁ ଯାଉଛି। ଇପିଏଫ-ଇଏସଆଇସି ବେତନ ସୀମା ବୃଦ୍ଧି ଦ୍ୱାରା ଭବିଷ୍ୟନିଧି ପାଣ୍ଠି ପାଇଁ କର୍ମଚାରୀଙ୍କ ଦରମାରୁ ଅଧିକ ଟଙ୍କା ହ୍ରାସ ପାଇବ।
ଇପିଏଫ ଆକାଉଣ୍ଟରେ ଜମା ହେବ ଅଧିକ ଟଙ୍କା
ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଯୋଗଦାନ କରିବାକୁ ପଡ଼ିବ। କର୍ମଚାରୀମାନେ ନିଜର ମୂଳ ଦରମାର ୧୨% ଇପିଏଫରେ ଯୋଗଦାନ କରିବା ଆବଶ୍ୟକ । ଇପିଏସ୍ ରେ କର୍ମଚାରୀଙ୍କୁ ସେମାନଙ୍କ ତରଫରୁ କୌଣସି ଯୋଗଦାନ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଇପିଏସ୍ ଅର୍ଥାତ୍ କର୍ମଚାରୀ ପେନସନ୍ ଯୋଜନାରେ ନିଯୁକ୍ତିଦାତାଙ୍କୁ ମୂଳ ଦରମା ରାଶିର ୮.୩୩ ପ୍ରତିଶତ ଇପିଏସ୍ (କର୍ମଚାରୀ ପେନସନ୍ ସ୍କିମ୍) ରେ ଏବଂ ୩.୬୭ ପ୍ରତିଶତ କର୍ମଚାରୀଙ୍କ ଇପିଏଫ୍ ଆକାଉଣ୍ଟରେ ଜମା କରିବାକୁ ପଡ଼ିବ।
ଇପିଏଫ ପାଇଁ ବେତନ ସୀମା ବୃଦ୍ଧି କଲେ କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ଅଧିକ ଟଙ୍କା ଜମା ହେବ । ଉଦାହରଣ ସ୍ୱରୂପ, ଯଦି କୌଣସି କର୍ମଚାରୀଙ୍କ ମୂଳ ଦରମା ବର୍ତ୍ତମାନ ୧୫,୦୦୦ ଟଙ୍କା, ତେବେ ଇପିଏଫ ଆକାଉଣ୍ଟରେ ୧୮୦୦ ଟଙ୍କା ଜମା କରାଯାଏ । ଯଦି ମଜୁରି ସୀମା ୩୦,୦୦୦ଟଙ୍କାକୁ ବୃଦ୍ଧି କରାଯାଏ, ତେବେ ଯେଉଁ କର୍ମଚାରୀଙ୍କ ମୂଳ ଦରମା ୩୦,୦୦୦ ଟଙ୍କା, ସେମାନଙ୍କ ଇପିଏଫ ଆକାଉଣ୍ଟରେ ୩୬୦୦ ଟଙ୍କା ଜମା କରାଯିବ ।
ଅଧିକ କର୍ମଚାରୀ ଇପିଏଫ ପରିସରକୁ ଆସିବେ!
ଇପିଏଫ-ଇପିଏସର ବେତନ ସୀମା ହେଉଛି ସେହି ସୀମା ଯାହା ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ତରଫରୁ ଇପିଏଫ-ଇଏସଆଇସିରେ ଆଇନଗତ ଭାବରେ ଯୋଗଦାନ କରିବାକୁ ପଡିବ ।
ସିବିଟିରେ ସହମତି !
୨୦୨୪ ନଭେମ୍ବର ୩୦ ତାରିଖ ଶନିବାର ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଶ୍ରମ ମନ୍ତ୍ରଣାଳୟଠାରୁ ଆରମ୍ଭ କରି ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି (ସିବିଟି)ର ସଦସ୍ୟମାନେ ମଜୁରି ସୀମା ବୃଦ୍ଧି ସପକ୍ଷରେ ଅଛନ୍ତି। ନୂଆବର୍ଷ ୨୦୨୫ରେ ଫେବ୍ରୁଆରିରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।
Also read https://purvapaksa.com/26-rafale-m-jets-to-be-inked-soon/