ଆମେରିକା ସମଗ୍ର ବିଶ୍ୱରେ ନିଜର ସାମରିକ ଉପସ୍ଥିତିକୁ ମଜବୁତ କରିବାରେ ଲାଗିଛି। ବିଶେଷକରି ଏସିଆ ମହାଦେଶରେ ଚୀନ୍ର ବଢ଼ୁଥିବା ଆକ୍ରମଣାତ୍ମକ ନୀତି ଏବଂ ସାମରିକ ଶକ୍ତିକୁ ପ୍ରତିହତ କରିବା ପାଇଁ ଆମେରିକା ବିଭିନ୍ନ ଦେଶରେ ନିଜର ସୈନ୍ୟ ଏବଂ ମିଲିଟ୍ରି ବେସ୍ ସ୍ଥାପନ କରିଛି। କିନ୍ତୁ କେବେ ଆପଣମାନେ ଚିନ୍ତା କରିଛନ୍ତି କି, ଭାରତର ପଡ଼ୋଶୀ ଏବଂ ଏହି ଅଞ୍ଚଳରେ ଆମେରିକାର କେଉଁ କେଉଁ ପ୍ରମୁଖ ସାମରିକ ଆଡ଼ା ବା ବେସ୍ ରହିଛି ଏବଂ ଭାରତଠାରୁ ସେଗୁଡ଼ିକର ଦୂରତା କେତେ?
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତର ଆଖପାଖରେ ଆମେରିକାର ଏପରି ୫ଟି ପ୍ରମୁଖ ସାମରିକ ବେସ୍ ରହିଛି, ଯାହା ବିଶ୍ୱ ରାଜନୀତି ଏବଂ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଲିକାର ପ୍ରଥମ ଏବଂ ଭାରତର ସବୁଠାରୁ ସବୁଠାରୁ ନିକଟରେ ଥିବା ଆମେରିକୀୟ ସାମରିକ ବେସ୍ଟି ହେଉଛି— ଡିଏଗୋ ଗାର୍ସିଆ (Diego Garcia), ଯାହା ମରିସସ୍ ଅନ୍ତର୍ଗତ।
ଏହା ଠିକ୍ ଭାରତ ମହାସାଗରର ମଧ୍ୟଭାଗରେ ଅବସ୍ଥିତ। ଡିଏଗୋ ଗାର୍ସିଆ ହେଉଛି ଚାଗୋସ ଦ୍ୱିପପୁଞ୍ଜର ସର୍ବବୃହତ ଏବଂ ସବୁଠାରୁ ଦକ୍ଷିଣ ଦ୍ୱିପ। ଏହାର ସମୁଦାୟ କ୍ଷେତ୍ରଫଳ ପ୍ରାୟ ୧୭ ବର୍ଗ ମିଲ୍ ଏବଂ ଏହା ଏକ ଘୋଡ଼ାର ନାଳ ଆକାରର। ସବୁଠାରୁ ବଡ଼ କଥା ହେଉଛି, ଏହି ଦ୍ୱିପକୁ ହିନ୍ଦ ମହାସାଗରରେ ଆମେରିକାର ‘କେବେ ନ ବୁଢ଼ୁଥିବା ଏୟାରକ୍ରାଫ୍ଟ କ୍ୟାରିଅର୍’ ବୋଲି କୁହାଯାଇଥାଏ।
ରିପୋର୍ଟ ମୁତାବକ, ନିକଟସ୍ଥ ବିଭିନ୍ନ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ହୋଇଥିବା ବୋମାବର୍ଷଣ ଅଭିଯାନରେ ଆମେରିକା ଏହି ଡିଏଗୋ ଗାର୍ସିଆ ସାମରିକ ବେସ୍ର ବ୍ୟାପକ ବ୍ୟବହାର କରିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା— ଭାରତର ମୁଖ୍ୟ ଭୂଭାଗରୁ ଏହି ବେସ୍ର ଦୂରତା ମାତ୍ର ୧,୭୯୬ କିଲୋମିଟର! ଭାରତର ସୁରକ୍ଷା ଦୃଷ୍ଟିରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଏ।
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି— ବାହାରିନ୍ରେ ଅବସ୍ଥିତ ନେଭଲ୍ ସପୋର୍ଟ ଆକ୍ଟିଭିଟି ।
ଏହା ବାହାରିନରେ ଥିବା ଆମେରିକାର ଏକ ଅତ୍ୟନ୍ତ ପ୍ରମୁଖ ସାମରିକ ତଥା ନୌସେନା ବେସ୍। ଏଠାରେ ଆମେରିକାର ‘ପଞ୍ଚମ ବେଢ଼ା’ର ମୁଖ୍ୟାଳୟ ରହିଛି, ଯାହା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସମସ୍ତ ଆମେରିକୀୟ ସାମରିକ ଅଭିଯାନ ଏବଂ ଜଳପଥର କମାଣ୍ଡ ସମ୍ଭାଳିଥାଏ। ଏହି ମିଲିଟ୍ରି ବେସ୍ଟିକୁ ପ୍ରଥମେ ୧୯୭୧ ମସିହାରେ ସକ୍ରିୟ କରାଯାଇଥିଲା ଏବଂ ପରେ ୧୯୯୭ରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ନେଭଲ୍ ସପୋର୍ଟ ଆକ୍ଟିଭିଟି ଭାବେ ପ୍ରତିଷ୍ଠା କରାଗଲା।
ତେବେ ସାମ୍ପ୍ରତିକ ସମୟରେ, ବିଶେଷକରି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଇରାନ୍ର ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ବାହାରିନ୍ରେ ଥିବା ଏହି ଆମେରିକୀୟ ବେସ୍କୁ ମଧ୍ୟ କିଛିମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ଇରାନ୍ କେବଳ ଆମେରିକୀୟ ସାମରିକ ବେସକୁ ନୁହେଁ, ବରଂ ଏଠାରେ ଥିବା ଏକ ପ୍ରମୁଖ ରାଡାର୍ ଷ୍ଟେସନ୍କୁ ମଧ୍ୟ ଟାର୍ଗେଟ୍ କରିଥିଲା। ଭାରତଠାରୁ ବାହାରିନର ଏହି ନେଭଲ୍ ବେସ୍ର ଦୂରତା ପ୍ରାୟ ୨,୭୮୬ କିଲୋମିଟର ଅଟେ।
ତୃତୀୟ ସ୍ଥାନରେ ରହିଛି କତାରର ରାଜଧାନୀ ଦୋହା ନିକଟରେ ଅବସ୍ଥିତ ଅଲ୍ ଉଦୀଦ୍ ଏୟାର୍ ବେସ୍ ।
ଏହାକୁ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ଏବଂ ସବୁଠାରୁ ଶକ୍ତିଶାଳୀ ସାମରିକ ଏୟାର୍ ବେସ୍ ଭାବେ ଗଣନା କରାଯାଏ। ଏହି ବେସ୍ ମାଧ୍ୟମରେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସମସ୍ତ ବାୟୁସେନା ଅଭିଯାନକୁ ପରିଚାଳନା କରିଥାଏ।
ରିପୋର୍ଟ ଅନୁଯାୟୀ, ଅଲ୍ ଉଦୀଦ୍ ଏୟାର୍ ବେସ୍ରେ ଏକାଥରେ ପ୍ରାୟ ୧୦,୦୦୦ ଆମେରିକୀୟ ସୈନିକ ମୁତୟନ ରହିଥାଆନ୍ତି। ଐତିହାସିକ ଦୃଷ୍ଟିରୁ ଦେଖିଲେ, ଆମେରିକା ପକ୍ଷରୁ ଅତୀତରେ କରାଯାଇଥିବା ଆଫଗାନିସ୍ତାନ ଯୁଦ୍ଧ, ଇରାକ୍ ଯୁଦ୍ଧ ଏବଂ ସିରିଆ ଗୃହଯୁଦ୍ଧ ଭଳି ବଡ଼ବଡ଼ ଅଭିଯାନଗୁଡ଼ିକରେ ଏହି ଏୟାର୍ ବେସ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତର ପଶ୍ଚିମ ଦିଗରେ ଅବସ୍ଥିତ ଏହି ବେସ୍ଟିର ଭାରତଠାରୁ ଦୂରତା ପ୍ରାୟ ୨,୩୦୦ କିଲୋମିଟରରୁ ୨,୮୦୦ କିଲୋମିଟର ମଧ୍ୟରେ ରହିଛି।
ତାଲିକାର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛି— ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଏଇ) ର ଅଲ୍ ଧଫ୍ରା ଏୟାର୍ ବେସ୍ ଏବଂ ସାଉଦି ଆରବର ପ୍ରିନ୍ସ ସୁଲତାନ୍ ଏୟାର୍ ବେସ୍।
• ଅଲ୍ ଧଫ୍ରା ଏବଂ ୟୁଏଇ: ଆବୁଧାବି ନିକଟରେ ଅବସ୍ଥିତ ଏହି ବେସ୍ଟିକୁ ଆମେରିକା ଏବଂ ୟୁଏଇ ମିଳିତ ଭାବେ ପରିଚାଳନା କରନ୍ତି। ଏଠାରେ ଆମେରିକା ବ୍ୟତୀତ ଫ୍ରାନ୍ସର ବାୟୁସେନା ମଧ୍ୟ ମୁତୟନ ରହିଆସିଛି। ସାମ୍ପ୍ରତିକ ସଂଘର୍ଷରେ ଇରାନ୍ ଏହି ବେସ୍କୁ ମଧ୍ୟ ଟାର୍ଗେଟ୍ କରି ଅନେକଗୁଡ଼ିଏ ହମଲା କରିଛି, ଯାହାଫଳରେ ଆମେରିକା ଓ ୟୁଏଇକୁ କିଛିମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ଭାରତଠାରୁ ଏହାର ଦୂରତା ପ୍ରାୟ ୨,୨୮୦ ରୁ ୨,୩୧୬ କିଲୋମିଟର ମଧ୍ୟରେ ରହିଛି।
• ପ୍ରିନ୍ସ ସୁଲତାନ୍ ଏୟାର୍ ବେସ୍, ସୌଦି ଆରବ: ଏହା ସୌଦି ଆରବର ରିୟାଦ୍ ପ୍ରାନ୍ତରେ ଅବସ୍ଥିତ। ଏହି ଏୟାର୍ ବେସ୍ର ମୁଖ୍ୟ ପରିଚାଳନା ସୌଦି ଆରବ ବାୟୁସେନା ହାତରେ ଥିଲେକିଂ, ଏଠାରେ ଆମେରିକୀୟ ବାୟୁସେନାର ବ୍ୟାପକ ମୁତୟନ ରହିଛି। ଆମେରିକା ଏଠାରେ ନିଜର ଅତ୍ୟାଧୁନିକ ଏୟାର୍ ଡିଫେନ୍ସ ସିଷ୍ଟମ୍ ବା ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ମୁତୟନ କରିଛି। ଭାରତରୁ ଏହାର ଦୂରତା ପ୍ରାୟ ୨,୯୮୯ କିଲୋମିଟର।
ଏହି ସମସ୍ତ ସାମରିକ ବେସ୍ଗୁଡ଼ିକ କେବଳ ମଧ୍ୟପ୍ରାଚ୍ୟର ସୁରକ୍ଷାକୁ ନିୟନ୍ତ୍ରଣ କରୁନାହାନ୍ତି, ବରଂ ଭାରତର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ସାମୁଦ୍ରିକ ତଥା ଆକାଶମାର୍ଗର ସୁରକ୍ଷା ଏବଂ ଭୂ-ରାଜନୈତିକ ସମୀକରଣ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛନ୍ତି।
ଦର୍ଶକବନ୍ଧୁ, ଆମେରିକାର ଏହି ସମସ୍ତ ସାମରିକ ବେସ୍ ଗୋଟିଏ କଥା ସ୍ପଷ୍ଟ କରୁଛି— ଆମେରିକା କେବଳ ନିଜର ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ନୁହେଁ, ବରଂ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଚୀନ୍ ଓ ଇରାନ୍ ଭଳି ଦେଶର ଆକ୍ରମଣାତ୍ମକ ନୀତିକୁ ରୋକିବା ପାଇଁ ଏକ ବ୍ୟୁହାତ୍ମକ ପ୍ରସ୍ତୁତି କରି ରଖିଛି। ଭାରତ ପାଇଁ, ବିଶେଷକରି ହିନ୍ଦ ମହାସାଗରରେ ଥିବା ଡିଏଗୋ ଗାର୍ସିଆ ବେସ୍ ଭାରତୀୟ ସୁରକ୍ଷା ବାହିନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ।
also read
https://purvapaksa.com/a-tamil-person-will-definitely-become-the-prime-minister/


