କ୍ରିକେଟ୍ ପଡ଼ିଆରେ ବ୍ୟାଟ୍ସମ୍ୟାନ୍ଙ୍କ ରନ୍ ଏବଂ ବୋଲ୍ରଙ୍କ ୱିକେଟ୍ ନେବା କଥା ଆପଣମାନେ ସବୁବେଳେ ଦେଖିଥିବେ। କିନ୍ତୁ ଏପରି ଏକ ଖବର, ଯାହା ଜଣେ କ୍ରିକେଟ୍ ଖେଳାଳିଙ୍କ ଫିଲ୍ଡିଂ ଏବଂ ଚଞ୍ଚଳତାକୁ ନେଇ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭାରତୀୟ ଟିମ୍ର ଯୁବ ତାରିଖ ତଥା ଉପ-ଅଧିନାୟକ ତିଲକ ବର୍ମା କ୍ରିକେଟ୍ ପଡ଼ିଆରେ ଏକ ବଡ଼ ବିଶ୍ଵକାଳୀନ ରେକର୍ଡ ନିଜ ନାମରେ କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା ଟି-୨୦ ମ୍ୟାଚ୍ରେ ତିଲକ ବର୍ମା ଏପରି ଏକ କାରନାମା କରି ଦେଖାଇଛନ୍ତି, ଯାହା ପୂର୍ବରୁ କୌଣସି ଭାରତୀୟ କିମ୍ବା ବଡ଼ ବଡ଼ ଦେଶର ଖେଳାଳି କରିପାରିନଥିଲେ। ତେବେ କ’ଣ ସେହି ବିଶ୍ଵ ରେକର୍ଡ? କିପରି ଭାବେ ତିଲକ ବର୍ମା ଏହି ଇତିହାସ ରଚିଲେ?

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍ର ପ୍ରାରମ୍ଭରୁ ହିଁ ଭାରତୀୟ ବୋଲର୍ମାନେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ମ୍ୟାଚ୍ର ପ୍ରଥମ ତିନି ଓଭର ଭାଗ୍ୟରେ ଯାହା ଘଟିଲା, ତାହା ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଗଲା।
ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ ହେବା ମାତ୍ରେ ତିଲକ ବର୍ମା ନିଜର ଚମତ୍କାର ଫିଲ୍ଡିଂର ଯାଦୁ ଦେଖାଇଥିଲେ। ପ୍ରଥମେ ଓପନର୍ ଟିମ୍ ସେଫର୍ଟ ଏବଂ ପରେ ଡାରିଲ୍ ମିଚେଲ୍ଙ୍କୁ ଆଉଟ୍ କରିବାରେ ତିଲକ ଗୁରୁତ୍ଵପୂର୍ଣ୍ଣ କ୍ୟାଚ୍ ଧରିଥିଲେ। ଆଉ ଏହି ଦୁଇଟି କ୍ୟାଚ୍ ସହିତ ତିଲକ ବର୍ମା ଏକ ବିରାଟ ବିଶ୍ଵ ରେକର୍ଡ ନିଜ ନାମରେ କରିନେଥିଇଲେ।
ତଥ୍ୟ ଅନୁଯାୟୀ, ତିଲକ ବର୍ମା ଚଳିତ କ୍ୟାଲେଣ୍ଡର ବର୍ଷରେ (୨୦୨୬) ଟି-୨୦ ଆନ୍ତର୍ଜାତୀକ କ୍ରିକେଟ୍ରେ ଜଣେ ଫିଲ୍ଡିଂ ଖେଳାଳି ଭାବେ ସର୍ବାଧିକ କ୍ୟାଚ୍ ନେବାର ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମ୍ୟାଚ୍ରେ ଦୁଇଟି କ୍ୟାଚ୍ ଧରିବା ସହିତ ତାଙ୍କର ଚଳିତ ବର୍ଷର ମୋଟ୍ କ୍ୟାଚ୍ ସଂଖ୍ୟା ୨୬ ରେ ପହଞ୍ଚିଯାଇଛି।
ଏହି ବିଶ୍ଵ ରେକର୍ଡ କରିବା ସେ ପଛରେ ପକାଇ ଦେଇଛନ୍ତି ଇଣ୍ଡୋନେସିଆର ଖେଳାଳି ଡାନିଲସନ୍ ହାୱୋଏଙ୍କୁ, ଯିଏ ୨୦୨୫ ମସିହାରେ ୨୫ଟି କ୍ୟାଚ୍ ନେଇ ରେକର୍ଡ କରିଥିଲେ। ସେହିପରି ୟୁଏଇର ମହମ୍ମଦ ୱାସିମ ୨୪ଟି କ୍ୟାଚ୍ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ଭାରତୀୟ ଟିମ୍ର ଉପ-ଅଧିନାୟକ ଭାବେ ଦାୟିତ୍ଵ ନିର୍ବାହ କରୁଥିବା ତିଲକ ବର୍ମା କେବଳ ବ୍ୟାଟିଂରେ ନୁହେଁ, ବରଂ ନିଜର ଦମଦାର୍ ଫିଲ୍ଡିଂ ମାଧ୍ୟମରେ ପ୍ରମାଣିତ କରିଦେଇଛନ୍ତି ଯେ ସେ ବର୍ତ୍ତମାନ ବିଶ୍ଵର ସବୁଠୁ ନିର୍ଭରଯୋଗ୍ୟ ଏବଂ ଚତୁର ଫିଲ୍ଡରମାନଙ୍କ ମଧ୍ୟରୁ ଜଣେ। ମାତ୍ର ୩୦ଟି ଇନିଂସ ମଧ୍ୟରେ ଏହି ୨୬ଟି କ୍ୟାଚ୍ ଧରିବା ତାଙ୍କର ସ୍ଥିରତା ଏବଂ ଦକ୍ଷତାର ପ୍ରମୁଖ ପ୍ରମାଣ।
ଆଜିର ଆଧୁନିକ କ୍ରିକେଟ୍ରେ କେବଳ ବ୍ୟାଟିଂ କିମ୍ବା ବୋଲିଂ ଯଥେଷ୍ଟ ନୁହେଁ। ଗୋଟିଏ ରନ୍ ରକ୍ଷା କରିବା କିମ୍ବା ଗୋଟିଏ ଗୁରୁତ୍ଵପୂର୍ଣ୍ଣ କ୍ୟାଚ୍ ଧରିବା ମ୍ୟାଚ୍ର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥାଏ। ତିଲକ ବର୍ମା ବାରମ୍ବାର ଏହା ପ୍ରମାଣିତ କରିଛନ୍ତି ଯେ ସେ କେବଳ ଜଣେ ଜବରସ୍ତ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି, ବରଂ ଟିମ୍ ଇଣ୍ଡିଆର ପଡ଼ିଆରେ ଜଣେ ସବୁଠୁ ଆକ୍ରମଣାତ୍ମକ ଏବଂ ସତର୍କ ଫିଲ୍ଡର ମଧ୍ୟ।
ଏହାପୂର୍ବରୁ ମଧ୍ୟ ସେ ଅଳ୍ପ ମ୍ୟାଚ୍ରେ ୫୦ଟି କ୍ୟାଚ୍ ପୂର୍ଣ କରିବାର ରେକର୍ଡ କରିସାରିଛନ୍ତି। ଆଜି ଯେତେବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଏହି ନୂତନ ବିଶ୍ଵ ରେକର୍ଡ ସ୍ଥାପନ କଲେ, ସେତେବେଳେ ସମଗ୍ର କ୍ରିକେଟ୍ ଜଗତରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
also read
From Europe to India— A single formula for protest? II ୟୁରୋପରୁ ଭାରତ ପର୍ଯ୍ୟନ୍ତ ବିରୋଧର ଗୋଟିଏ ଫର୍ମୁଲା?
https://purvapaksa.com/from-europe-to-india-a-single-formula-for-protest/


