ଗୋଟିଏ ସମୟ ଥିଲା, ଯେତେବେଳେ ଭାରତ ନିଜ ସୁରକ୍ଷା ପାଇଁ, ଛୋଟରୁ ବଡ଼ ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଅନ୍ୟ ଦେଶମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। କିନ୍ତୁ ଆଜିର ‘ଆତ୍ମନିର୍ଭର ଭାରତ’ କେବଳ ନିଜ ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ତିଆରି କରୁନାହିଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବିକ୍ରି ମଧ୍ୟ କରୁଛି!
ଆପଣମାନେ ଜାଣନ୍ତି, ଆମର DRDO ଏବଂ ରୁଷର ମିଳିତ ସହଯୋଗରେ ତିଆରି ହୋଇଥିବା ବ୍ରହ୍ମୋସ୍ (BrahMos) ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ପ୍ରଥମେ ଫିଲିପାଇନ୍ସ କିଣିଥିଲା। ଆଉ ୨୦୨୬ରେ ଇଣ୍ଡୋନେସିଆ ଏହାକୁ କିଣିବାକୁ ଚୁକ୍ତିବଦ୍ଧ ହୋଇଛି, ଏବଂ ଭିଏତନାମ ସହ ମଧ୍ୟ ଚୂଡ଼ାନ୍ତ ଆଲୋଚନା ଚାଲିଛି। ଅର୍ଥାତ୍, ଭାରତ ଏବେ “Defense Importer” ରୁ “Defense Exporter” ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି।
କିନ୍ତୁ ଆଜି ମୁଁ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛି, ତାହା ଶୁଣି ପୂରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି! ଆମେରିକା, ରୁଷ ଏବଂ ଜର୍ମାନୀ ପରି ବଡ଼ ବଡ଼ ମହାଶକ୍ତି ଗୋଟିଏ ପଟେ ରହିଯାଇଥିବା ବେଳେ, ଭାରତ ଏବଂ ଫ୍ରାନ୍ସ ମିଶି ବିଶ୍ୱର ସବୁଠାରୁ ଆଡଭାନ୍ସଡ୍ ଷଷ୍ଠ ପିଢ଼ିର (6th Generation) ଫାଇଟର ଜେଟ୍ ତିଆରି କରିବାକୁ ଯାଉଛନ୍ତି!
ଫ୍ରାନ୍ସର FCAS (Future Combat Air System) ପ୍ରୋଗ୍ରାମରୁ ଜର୍ମାନୀ ଓହରିଯିବା ପରେ, ଫ୍ରାନ୍ସ ଭାରତକୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି। ଏହା କୌଣସି ସାଧାରଣ ଯୁଦ୍ଧବିମାନ ନୁହେଁ — ଏହା ଆକାଶରେ ଉଡ଼ୁଥିବା ‘ଆଇରନ୍ ମ୍ୟାନ୍’ ପରି କାମ କରିବ!
ଏହି ଭିଡିଓରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବା:
1. ଷଷ୍ଠ ପିଢ଼ିର (6th Gen) ଫାଇଟର ଜେଟ୍ ପ୍ରକୃତରେ କ’ଣ?
2. ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ କେଉଁ କାରଣରୁ ବିବାଦ ହେଲା?
3. ଆମେରିକା ଓ ରୁଷକୁ ଛାଡ଼ି ଭାରତ କାହିଁକି ଫ୍ରାନ୍ସକୁ ବାଛିଲା?
4. ଏବଂ ଏହି ମାଷ୍ଟରପ୍ଲାନ୍ ଦ୍ୱାରା ଭାରତର ଚୀନ୍ ଓ ପାକିସ୍ତାନ ବିରୋଧୀ ରଣନୀତି କିପରି ବଦଳିଯିବ?
ପ୍ରଥମେ ବୁଝିବାକୁ ହେବ ଯେ ଏହି FCAS ବା Future Combat Air System କ’ଣ ଏବଂ ଏଥିରେ କ’ଣ ନାଟକୀୟ ମୋଡ଼ ଆସିଛି।
ସ୍ୱାଧୀନତା ପରଠାରୁ ଭାରତ ନିଜର ସୁରକ୍ଷା ପାଇଁ ବିଭିନ୍ନ ଦେଶ ସହ ସମ୍ପର୍କ ସ୍ଥାପନ କରିଛି। ଆମେ ଇସ୍ରାଏଲ, ରୁଷ ଏବଂ ଫ୍ରାନ୍ସଠାରୁ ବହୁତ କିଛି ଶିଖିଛୁ ଓ କିଣିଛୁ। କିନ୍ତୁ ଯେତେବେଳେ ଷଷ୍ଠ ପିଢ଼ିର ଯୁଦ୍ଧବିମାନ କଥା ଆସେ, ସେତେବେଳେ ବିଶ୍ୱର ସମୀକରଣ ସମ୍ପୂର୍ଣ୍ଣ ଅଲଗା ହୋଇଯାଏ।
• ରୁଷ (Russia): ରୁଷ ବର୍ତ୍ତମାନ ୟୁକ୍ରେନ ଯୁଦ୍ଧ ଏବଂ ନିଜର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ 6th Gen ଟେକ୍ନୋଲୋଜିରେ ଟିକେ ପଛରେ ପଡ଼ିଯାଇଛି।
• ଆମେରିକା (USA): ଆମେରିକା କଦାପି ଚାହେଁନାହିଁ ଯେ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେଉ। ଆମେରିକା ଅତୀତରେ ଚୀନ୍କୁ ସାହାଯ୍ୟ କରି ଯେଉଁ ଭୁଲ୍ କରିଥିଲା, ସେହି ଭୁଲ୍ ଭାରତ ସହ ଦୋହରାଇବାକୁ ଚାହେଁନାହିଁ। ଆପଣ ଦେଖିଥିବେ, ଆମର AMCA (Advanced Medium Combat Aircraft) ଏବଂ 5th Gen ଜେଟ୍ ପାଇଁ କାବେରୀ ଏଞ୍ଜିନ୍ (Kaveri Engine) କିମ୍ବା GE ଏଞ୍ଜିନ୍ ଯୋଗାଣରେ ଆମେରିକା କିପରି ବିଳମ୍ବ ଓ ନାନା ଅଜୁହାତ ଦେଖାଉଛି।
ଏପଟେ ୟୁରୋପରେ ଫ୍ରାନ୍ସ, ଜର୍ମାନୀ ଏବଂ ସ୍ପେନ୍ ମିଶି FCAS (Future Combat Air System) ପ୍ରୋଜେକ୍ଟ ଉପରେ କାମ କରୁଥିଲେ। କିନ୍ତୁ ହଠାତ୍ ଜର୍ମାନୀ ଏହି ପ୍ରୋଜେକ୍ଟରୁ ଓହରିଗଲା!
କାହିଁକି ଓହରିଲା ଜର୍ମାନୀ? ଏହାର ମୁଖ୍ୟ କାରଣ ହେଉଛି Work Share (କାର୍ଯ୍ୟ ଭାଗ) ଏବଂ National Interests (ଜାତୀୟ ସ୍ୱାର୍ଥ)। ଯେପରି ଭାରତ ଓ ରୁଷ ବ୍ରହ୍ମୋସ୍ ତିଆରି କଲାବେଳେ ଭାରତର ପ୍ରାୟ ୫୧% ଏବଂ ରୁଷର ୪୯% ୱାର୍କ-ସେୟାର୍ ଥିଲା, ଫଳରେ ବିକ୍ରି ହେଲେ ସେହି ଅନୁପାତରେ ଲାଭ ମିଳେ। ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ କିଏ କେତେ ଟଙ୍କା ନିବେଶ କରିବ, ଫ୍ରାନ୍ସର ଡାସୋଲ୍ଟ (Dassault Aviation) ନେତୃତ୍ୱ ନେବ ନା ଜର୍ମାନୀର କମ୍ପାନୀ ନେବ — ଏହାକୁ ନେଇ କଳି ସୃଷ୍ଟି ହେଲା।
ଏହା ବ୍ୟତୀତ, ଫ୍ରାନ୍ସ ଚାହୁଁଥିଲା ଏହି ଯୁଦ୍ଧବିମାନ ପରମାଣୁ ଅସ୍ତ୍ର (Nuclear Deterrence) ବହନ କରିପାରୁ ଏବଂ ବିମାନବାହୀ ଜାହାଜ (Aircraft Carrier) ରୁ ଉଡ଼ାଣ ଭରିପାରୁ। କିନ୍ତୁ ଜର୍ମାନୀର ଆବଶ୍ୟକତା ଅଲଗା ଥିଲା।
ଫଳରେ, ଜର୍ମାନୀ ବାହାରିଗଲା। ଆଉ ଠିକ୍ ଏହି ସମୟରେ, ଫ୍ରାନ୍ସ ଭାରତକୁ ଏହି ଐତିହାସିକ ପ୍ରୋଜେକ୍ଟରେ ଭାଗିଦାରୀ ହେବାକୁ ଆମନ୍ତ୍ରଣ କଲା!
ଫାଇଟର ଜେଟ୍ର ଜେନେରେସନ୍ ବା ପିଢ଼ି କ’ଣ? ଯେମିତି iPhone 12, 13, 14, 15 ଆସୁଛି, ସେମିତି ଯୁଦ୍ଧବିମାନରେ ମଧ୍ୟ Generation ବଦଳିଥାଏ। ଆସନ୍ତୁ ଏହାକୁ ବହୁତ ସହଜ ଭାଷାରେ ବୁଝିବା:
ଏଗୁଡ଼ିକ ପ୍ରଥମ ଜେଟ୍ ଏଞ୍ଜିନ୍ ବିମାନ ଥିଲା। ଏହାର ସ୍ପୀଡ୍ ଶବ୍ଦର ବେଗଠାରୁ କମ୍ (Subsonic) ଥିଲା ଏବଂ ରୋଡାର ସିଷ୍ଟମ୍ ନଥିଲା। (ଉଦାହରଣ: MiG-15, F-86 Sabre)।
1. 2nd Generation (1950-1960):
ଏହି ବିମାନଗୁଡ଼ିକ ଶବ୍ଦର ବେଗଠାରୁ ଦ୍ରୁତ (Supersonic) ଗତି କରିପାରିଲେ। ଏଥିରେ ଏୟାର-ଟୁ-ଏୟାର ମିସାଇଲ୍ ଏବଂ ରୋଡାର୍ ଲଗାଗଲା। (ଉଦାହରଣ: MiG-21, Mirage III)।
2. 3rd Generation (1960-1970):
ଏଥିରେ BVR (Beyond Visual Range) ମିସାଇଲ୍ ଆସିଲା। ଅର୍ଥାତ୍, ଆଖିକୁ ଦେଖାଯାଉ ନଥିବା ଦୂର ଶତ୍ରୁ ବିମାନକୁ ମଧ୍ୟ ରୋଡାର୍ ସାହାଯ୍ୟରେ ଟାର୍ଗେଟ୍ କରି ଖସାଯାଇପାରିଲା। (ଉଦାହରଣ: F-4 Phantom, MiG-23)।
3. 4th & 4.5 Generation (1970-2000):
ଏଥିରେ Maneuverability (ଘୁରିବାର କ୍ଷମତା), Fly-By-Wire କମ୍ପ୍ୟୁଟର କଣ୍ଟ୍ରୋଲ୍, ଏବଂ ଆଡଭାନ୍ସଡ୍ ସେନ୍ସର ଆସିଲା। (ଉଦାହରଣ: F-16, Su-30MKI, Rafale)।
4. 5th Generation (Present Day):
ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି Stealth Capability (ଅଦୃଶ୍ୟ ହେବାର କ୍ଷମତା)। ଶତ୍ରୁର ରୋଡାର୍ ଏହି ବିମାନକୁ ସହଜରେ ଚିହ୍ନଟ କରିପାରେ ନାହିଁ, କାରଣ ଏହାର ମିସାଇଲ୍ ବାହାରେ ଝୁଲି ନଥାଏ, ବରଂ ବିମାନ ଭିତରେ (Internal Weapons Bay) ଲୁଚି ରହିଥାଏ। (ଉଦାହରଣ: ଆମେରିକାର F-22 Raptor, F-35, ରୁଷର Su-57, ଏବଂ ଭାରତ ନିଜେ ତିଆରି କରୁଥିବା AMCA)।
ତେବେ 6th Generation (ଷଷ୍ଠ ପିଢ଼ି) କ’ଣ? ଏହା 5th Gen ଠାରୁ କିପରି ଅଲଗା?
୬ଷ୍ଠ ପିଢ଼ିର ଯୁଦ୍ଧବିମାନ କେବଳ ଗୋଟିଏ ପ୍ଲେନ୍ ନୁହେଁ, ଏହା ଆକାଶରେ ଏକ “Combat Cloud” ଏବଂ AI Neural Network ସୃଷ୍ଟି କରେ!
ଆପଣମାନେ Marvel ମୁଭିର ‘Iron Man’ କୁ ନିଶ୍ଚୟ ଦେଖିଥିବେ! ଆଇରନ୍ ମ୍ୟାନ୍ ଯେତେବେଳେ ସୁଟ୍ ପିନ୍ଧି ଉଡ଼େ, ସେ କେବଳ ଏକା ଲଢ଼େନାହିଁ। ତା’ ସାଙ୍ଗରେ ଛୋଟ ଛୋଟ ଗ୍ୟାଜେଟ୍, ଡ୍ରୋନ୍, ସାଟେଲାଇଟ୍ ଲିଙ୍କ୍ ଏବଂ AI (JARVIS/FRIDAY) କାମ କରେ, ଯାହା ତାକୁ ସେକେଣ୍ଡକ ଭିତରେ ଶତ୍ରୁର ସବୁ ତଥ୍ୟ ଦେଇଦିଏ।
ଠିକ୍ ସେହିପରି, ଫ୍ରାନ୍ସ ଓ ଭାରତର ଏହି ଷଷ୍ଠ ପିଢ଼ିର ଫାଇଟର ଜେଟ୍ରେ ରହିବ:
1. Manned-Unmanned Teaming (MUM-T):
ବିମାନରେ ଜଣେ ମାନବ ପାଇଲଟ୍ (Human Pilot) ବସିଥିବେ, କିନ୍ତୁ ସେହି ବିମାନ ଚାରିପାଖରେ ୪ ରୁ ୬ଟି ଆଡଭାନ୍ସଡ୍ ଷ୍ଟେଲ୍ଥ ଡ୍ରୋନ୍ (Remote Carriers) ଉଡ଼ୁଥିବେ!
o ୧ମ ଡ୍ରୋନ୍: ଶତ୍ରୁର ସୀମା ଭିତରକୁ ଯାଇ ରାସ୍ତା ସାଫ୍ କରିବ (Reconnaissance)।
o ୨ୟ ଡ୍ରୋନ୍: ଶତ୍ରୁର ରୋଡାରକୁ ଜାମ୍ କରିବ (Jamming & Decoy)।
o ୩ୟ ଡ୍ରୋନ୍: ଆସୁଥିବା ମିସାଇଲ୍କୁ ନିଜ ଦେହରେ ସହି ନେଇ ପାଇଲଟ୍ଙ୍କୁ ବଞ୍ଚାଇବ!
o ୪ର୍ଥ ଡ୍ରୋନ୍: ସିଧାସଳଖ ଶତ୍ରୁ ଠିକଣା ଉପରେ ବୋମାବର୍ଷା କରିବ!
2. AI Sensor Fusion & Brain Operation:
ପାଇଲଟ୍ଙ୍କୁ ଆଉ ଶହ ଶହ ସ୍ୱିଚ୍ ଦାବିବାକୁ ପଡ଼ିବ ନାହିଁ କିମ୍ବା ଡାଟା ଆନାଲିସିସ୍ କରିବାକୁ ପଡ଼ିବ ନାହିଁ। ବିମାନ ଭିତରେ ଥିବା Artificial Intelligence (AI) ମହାକାଶ ସାଟେଲାଇଟ୍, ସମୁଦ୍ରର ଜାହାଜ, ଜମିରେ ଥିବା ରୋଡାର ଏବଂ ଆକାଶର AWACS ବିମାନରୁ ଡାଟା ଏକାଠି କରି ପାଇଲଟ୍ଙ୍କ ସାମ୍ନାରେ ସବୁଠାରୁ ସଠିକ୍ ନିଷ୍ପତ୍ତି ରଖିଦେବ। ପାଇଲଟ୍ କେବଳ ‘ବ୍ରେନ୍’ (Brain) ପରି ନିର୍ଦ୍ଦେଶ ଦେବେ, ବାକି ସବୁ କାମ ମେସିନ୍ କରିବ!
ବର୍ତ୍ତମାନ ପ୍ରଶ୍ନ ଉଠୁଛି — ଫ୍ରାନ୍ସ ପାଖରେ ଜାପାନ କିମ୍ବା ଅନ୍ୟ ୟୁରୋପୀୟ ଦେଶର ବିକଳ୍ପ ଥିଲା। ତଥାପି ଫ୍ରାନ୍ସ କାହିଁକି ଭାରତକୁ ଚୟନ କଲା? ଏବଂ ଭାରତ କାହିଁକି ଫ୍ରାନ୍ସ ଉପରେ ବିଶ୍ୱାସ କରେ?
ଏହାର ୫ଟି ମୁଖ୍ୟ କାରଣ ରହିଛି:
1. Strategic Autonomy (ସ୍ୱାଧୀନ ବୈଦେଶିକ ନୀତି):
ଭାରତ ଏବଂ ଫ୍ରାନ୍ସ — ଦୁଇଟିଯାକ ଦେଶ କୌଣସି ସୁପରପାୱାର୍ ଆଗରେ ମୁଣ୍ଡ ନୁଆଁନ୍ତି ନାହିଁ। ଆମେରିକା ଯେତେ ପ୍ରତିବନ୍ଧକ (Sanctions) ଲଗାଇଲେ ବି ଭାରତ ନିଜ ଜାତୀୟ ସ୍ୱାର୍ଥ ପାଇଁ ନିଷ୍ପତ୍ତି ନିଏ। ଫ୍ରାନ୍ସ ମଧ୍ୟ ନାଟୋ (NATO) ରେ ଥାଇ ବି ଆମେରିକାର ସମ୍ପୂର୍ଣ୍ଣ ଆଧିପତ୍ୟ ସ୍ୱୀକାର କରେନାହିଁ।
2. Responsible Nuclear Powers:
ଭାରତ ଏବଂ ଫ୍ରାନ୍ସ ଦୁହେଁ ଦାୟିତ୍ୱବାନ୍ ପରମାଣୁ ଶକ୍ତି। ପାକିସ୍ତାନ ପରି ଭାରତ କଦାପି ପରମାଣୁ ବୋମାର ଧମକ ଦିଏନାହିଁ, ବରଂ ଏହାକୁ ‘Deterrence’ (ସୁରକ୍ଷା କବଚ) ଭାବେ ବ୍ୟବହାର କରେ।
3. Proven Historic Trust (୧୯୯୮ ରୁ ଆଜି ଯାଏଁ ବିଶ୍ୱାସ):
୧୯୯୮ରେ ଯେତେବେଳେ ଭାରତ ପୋଖରାନ୍ ପରମାଣୁ ପରୀକ୍ଷଣ କରିଥିଲା, ସାରା ବିଶ୍ୱ (ଆମେରିକା ସହ) ଭାରତ ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଫ୍ରାନ୍ସ ଭାରତ ସହ ଛିଡ଼ା ହୋଇଥିଲା! ତା’ପରେ Mirage 2000, ତା’ପରେ Rafale (ଯାହା ‘ଅପରେସନ୍ ସିନ୍ଦୂର’ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ପାକିସ୍ତାନର ନିନ୍ଦ ଚୋରା Convoy କୁ ଛାତିରେ ଛନକା ପଶାଇଥିଲା), ଏବଂ ନୌସେନା ପାଇଁ Scorpène Submarines (କାଲଭରୀ କ୍ଲାସ୍) — ଫ୍ରାନ୍ସ ସଦାସର୍ବଦା ନିର୍ଭରଯୋଗ୍ୟ ବନ୍ଧୁ ପ୍ରମାଣିତ ହୋଇଛି।
4. Make in India & Technology Transfer:
ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ କେବଳ ଏକ ‘ବଜାର’ (Market/Buyer) ଭାବେ ଦେଖନ୍ତି। କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି — “ଆମେ କେବଳ କିଣିବୁ ନାହିଁ, ଆମେ ଭାରତ ମାଟିରେ ତିଆରି କରିବୁ (Co-design, Co-develop, Co-produce)!” ଫ୍ରାନ୍ସ ଏହି ସର୍ତ୍ତରେ ରାଜି ହୋଇଛି, ଯାହା ଦ୍ୱାରା ଆମର DRDO, HAL, ଏବଂ ସ୍ଥାନୀୟ ଏରୋସ୍ପେସ୍ ଇଞ୍ଜିନିୟରମାନଙ୍କୁ ଆଡଭାନ୍ସଡ୍ ଟେକ୍ନୋଲୋଜି ମିଳିବ।
ବନ୍ଧୁଗଣ, ଏସବୁ ଶୁଣିବାକୁ ବହୁତ ଗର୍ବର ବିଷୟ, କିନ୍ତୁ ଏହା ସହ ଆମକୁ ଗୋଟିଏ କଠୋର ସତ୍ୟ ସ୍ୱୀକାର କରିବାକୁ ପଡ଼ିବ।
ଆମେ ଆଜି ୬ଷ୍ଠ ପିଢ଼ିର ଯୁଦ୍ଧବିମାନ ବିଷୟରେ କଥା ହେଉଛୁ, କିନ୍ତୁ ସତ କଥା ହେଉଛି — ଭାରତ ପାଖରେ ଆଜି ପର୍ଯ୍ୟନ୍ତ ନିଜର ସମ୍ପୂର୍ଣ୍ଣ ପ୍ରସ୍ତୁତ 5th Generation Fighter Jet ମଧ୍ୟ ନାହିଁ! ଚୀନ୍ ପାଖରେ J-20 ଏବଂ J-35 ପରି 5th Gen ଜେଟ୍ ରହିଛି, ଆମେରିକା 6th Gen NGAD (F-47) ଉପରେ କାମ ସାରିବାକୁ ବସିଲାଣି।
କାହିଁକି ଭାରତ ପଛରେ ପଡ଼ୁଛି?
କାରଣ ହେଉଛି — R&D (Research & Development) ରେ ସୀମିତ ବଜେଟ୍!
ଆମ ଦେଶରେ ରାଜନୈତିକ ଲାଭ ପାଇଁ ହଜାର ହଜାର କୋଟି ଟଙ୍କାର ‘ମାଗଣା ସ୍କିମ୍’ (Freebies), ଫ୍ରି ବିଜୁଳି, ଫ୍ରି ପାଣି ବଣ୍ଟାଯାଉଛି। କିନ୍ତୁ ସେହି ଅର୍ଥ ଯଦି ବୈଜ୍ଞାନିକ ଗବେଷଣା, DRDO, IIT, ସେମିକଣ୍ଡକ୍ଟର ଏବଂ ଡିଫେନ୍ସ ଇନୋଭେସନ୍ରେ ଖର୍ଚ୍ଚ ହୁଅନ୍ତା, ତେବେ ଆମକୁ କୌଣସି ଦେଶ ଆଗରେ ନେହାକି ହେବାକୁ ପଡ଼ନ୍ତା ନାହିଁ!
ଯଦି ଭାରତକୁ ସତରେ ‘ବିଶ୍ୱଗୁରୁ’ ହେବାକୁ ହେବ, ତେବେ ଆମକୁ ଏହି ମାଗଣା ସଂସ୍କୃତିରୁ ବାହାରି ନିଜର ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ଉପରେ ନିବେଶ କରିବାକୁ ପଡ଼ିବ।
ଫ୍ରାନ୍ସ ଏବଂ ଭାରତର ଏହି ଷଷ୍ଠ ପିଢ଼ିର ଫାଇଟର ଜେଟ୍ ମେଣ୍ଟ ଭବିଷ୍ୟତରେ ଆମୋଦାୟକ ମୋଡ଼ ନେବାକୁ ଯାଉଛି। ଏହା ଦ୍ୱାରା ନା କେବଳ ଭାରତୀୟ ବାୟୁସେନା (IAF) ଏବଂ ନୌସେନା (Indian Navy) ଶକ୍ତିଶାଳୀ ହେବେ, ବରଂ ଭାରତ ଏରୋସ୍ପେସ୍ କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବ।
ଆପଣଙ୍କ ମତରେ:
• ଭାରତ ଫ୍ରାନ୍ସ ସହ ମିଶି ଏହି 6th Gen FCAS ପ୍ରୋଜେକ୍ଟରେ ସାମିଲ ହେବା ଉଚିତ୍ କି ନୁହେଁ?
• କ’ଣ ଆମ ଦେଶରେ ମାଗଣା ଯୋଜନା ବନ୍ଦ କରି ପ୍ରତିରକ୍ଷା ଗବେଷଣା (R&D) ରେ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ଉଚିତ୍?
AlsoRead; https://purvapaksa.com/plans-may-go-wrong-people-of-these-6-zodiac-signs-should-be-careful/


