ଭାରତୀୟ ସଂସ୍କୃତି ଓ ଆୟୁର୍ବେଦରେ ଗୋମୂତ୍ରକୁ ‘ସଞ୍ଜୀବନୀ’ କିମ୍ବା ଅମୃତ ଭାବେ ବିବେଚନା କରାଯାଏ। ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହାର ଔଷଧୀୟ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଥିଲେ ମଧ୍ୟ ଏହାକୁ ନେଇ ସର୍ବଦା ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଥାଏ। କିନ୍ତୁ ବର୍ତ୍ତମାନ ଆଧୁନିକ ବିଜ୍ଞାନ ଏବଂ ଆମେରିକାର ପେଟଣ୍ଟ୍ କାର୍ଯ୍ୟାଳୟ ଗୋମୂତ୍ରର ଚମତ୍କାରୀ ତଥା ଔଷଧୀୟ କ୍ଷମତାକୁ ସ୍ୱୀକାର କରିଛି। ଆମେରିକାରେ ଗୋମୂତ୍ରକୁ ନେଇ ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନ ଏବଂ ଏହାର ପେଟଣ୍ଟ୍ ପ୍ରକ୍ରିୟା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
![]()
ଆମେରିକାରେ କିଏ ଏବଂ କାହିଁକି କରାଇଲା ପେଟଣ୍ଟ୍?
ଭାରତର ‘କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ’ (CSIR) ଏବଂ ଦେଶର ବୈଜ୍ଞାନିକମାନେ ମିଳିତ ଭାବେ ଗୋମୂତ୍ର ଉପରେ ଗବେଷଣା କରି ଆମେରିକାରେ ଏହାର ପେଟଣ୍ଟ୍ କରାଇଛନ୍ତି।
![]()
- ପେଟଣ୍ଟ୍ ନମ୍ବର : ବର୍ଷ ୨୦୦୨ ଏବଂ ପରବର୍ତ୍ତୀ ସମୟରେ ଆମେରିକାରେ ଗାଈର ପରିସ୍ରାରୁ ପ୍ରସ୍ତୁତ ‘କାଉ ମିଉରିନ୍ ଡିଷ୍ଟିଲେଟ୍’ ବା ବିଶୁଦ୍ଧ ଗୋମୂତ୍ର ଅର୍କ ପାଇଁ ସ୍ୱତନ୍ତ୍ର ପେଟଣ୍ଟ୍ ପ୍ରଦାନ କରାଯାଇଛି।
- ବାୟୋ-ଏଞ୍ହାନସର୍ (Bio-enhancer) ଗୁଣ : ବୈଜ୍ଞାନିକମାନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ଗୋମୂତ୍ର ଅର୍କରେ ଏପରି କିଛି ପ୍ରାକୃତିକ ଉପାଦାନ ରହିଛି, ଯାହା ଶରୀରରେ ଆଣ୍ଟିବାୟୋଟିକ୍, ଆଣ୍ଟି-ଫଙ୍ଗାଲ୍ ଏବଂ ଆଣ୍ଟି-କ୍ୟାନସର୍ ଔଷଧଗୁଡ଼ିକର କାର୍ଯ୍ୟକାରିତାକୁି କେତେଗୁଣା ବୃଦ୍ଧି କରିଦେଇଥାଏ।
ବୈଜ୍ଞାନିକ ଅନୁସନ୍ଧାନ ଏବଂ ଔଷଧୀୟ ଉପଯୋଗ
ଗବେଷକମାନଙ୍କ ମତରେ, ସାଧାରଣ ଗୋମୂତ୍ରକୁ ଯେତେବେଳେ ଡିଷ୍ଟିଲେସନ୍ ପ୍ରକ୍ରିୟା ଦ୍ୱାରା ବିଶୁଦ୍ଧ କରାଯାଇ ‘ଡିଷ୍ଟିଲେଟ୍’ ପ୍ରସ୍ତୁତ କରାଯାଏ, ସେଥିରେ କୌଣସି କ୍ଷତିକାରକ ଜୀବାଣୁ ନଥାଏ। ଏହା ଶରୀର ଭିତରେ ଔଷଧର ଅବଶୋଷଣ କ୍ଷମତାକୁ ବଢ଼ାଇଥାଏ:
![]()
- ଔଷଧର ପ୍ରଭାବ ବୃଦ୍ଧି : ଏହାକୁ ଆଣ୍ଟିବାୟୋଟିକ୍ ଔଷଧ ସହିତ ମିଶାଇଲେ ରୋଗ ନିବାରକ ଶକ୍ତି ଦ୍ରୁତଗତିରେ କାମ କରିଥାଏ।
- କ୍ୟାନସର ବିରୋଧୀ ଗବେଷଣା : ଗୋମୂତ୍ରର କିଛି ଉପାଦାନ କୋଷିକା ସ୍ତରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।
ଡାକ୍ତରଙ୍କ ସତର୍କତା
![]()
ବିଜ୍ଞାନ ଏବଂ ପେଟଣ୍ଟ୍ ସ୍ୱୀକୃତି ମିଳିଥିଲେ ହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଆୟୁର୍ବେଦ ଡାକ୍ତରମାନେ ସାଧାରଣ ଜନତାଙ୍କୁ ସତର୍କ କରାଇ କହିଛନ୍ତି ଯେ କୌଣସି ପ୍ରକାରର ଅଶୋଧିତ କିମ୍ବା ଅପରୀକ୍ଷିତ ଗୋମୂତ୍ରକୁ ସିଧାସଳଖ ଘରେ ବ୍ୟବହାର କରିବା ଉଚିତ୍ ନାହିଁ। କେବଳ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ଔଷଧୀୟ ଅର୍କକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରାଯିବା ଆବଶ୍ୟକ।


