ଗତ କିଛିଦିନ ହେବ ଦେଶରେ ଛାତ୍ର ଆନ୍ଦୋଳନ ଏବଂ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ନେଇ ଯେଉଁ ଘଟଣାକ୍ରମ ଚାଲିଛି, ତାହା କେବଳ ଏକ ସାଧାରଣ ପ୍ରତିବାଦ ନୁହେଁ, ବରଂ ଏହା ପଛରେ ରହିଛି ଏକ ବଡ଼ଧରଣର ରାଜନୈତିକ ଷଡ଼ଯନ୍ତ୍ର ଏବଂ ବିଦେଶୀ ଶକ୍ତିମାନଙ୍କର ଇସାରା।
ଜନ୍ତରମନ୍ତରରୁ ସଂସଦ ଘେରାଉ ନା ଅରାଜକତାର ଖେଳ?
କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ଆରମ୍ଭ ହୋଇଥିଲା ସୋନମ ୱାଙ୍ଗଚୁକ ଏବଂ ଦୀପକେଙ୍କ ଦ୍ୱାରା ଜନ୍ତରମନ୍ତରରେ ଅନଶନରୁ। ଦୁଇ ଦିନ ବସିବା ପରେ ସେମାନେ ଆଉ ବସିପାରିଲେ ନାହିଁ। ଗତ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କଲା। କାରଣ ଅଦାଲତର ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ରହିବା ଉଚିତ ନୁହେଁ। କିନ୍ତୁ ପ୍ରକୃତ ଖେଳ ଆରମ୍ଭ ହେଲା ସୋମବାର ଦିନ।
ସୋମବାର ଦିନ ପ୍ରାୟ ୧୦ରୁ ୧୧ ହଜାର ଛାତ୍ରଛାତ୍ରୀ ଏବଂ ଅନ୍ୟ କିଛି ଲୋକ ଜନ୍ତରମନ୍ତରରେ ଏକାଠି ହୋଇ ସଂସଦ ଆଡ଼କୁ ମାଡ଼ିଯିବାକୁ ଚେଷ୍ଟା କଲେ। ବ୍ୟାରିକେଡ୍ ଭାଙ୍ଗିଲେ, ପୋଲିସ ଉପରେ ପଥରଫିଙ୍ଗିଲେ, ଯେଉଁକାରଣରୁ ଅନେକ ପୋଲିସ କର୍ମଚାରୀ ଆହତ ହେଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡ଼ିଲା। ଏହି ଧସ୍ତିଧସ୍ତିରେ କିଛି ଛାତ୍ର ଏବଂ ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି। ସବୁଠାରୁ ଦୁଃଖର କଥା ହେଲା, ଏହି ଆନ୍ଦୋଳନକାରୀମାନେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଶାହିନବାଗ ଆନ୍ଦୋଳନ ଭଳି ଆଗରେ ଝିଅମାନଙ୍କୁ, ଛାତ୍ରୀମାନଙ୍କୁ ଆଗରେ ରଖିଥିଲେ। ସେହି ଭିଡ଼ ଏବଂ ଦଳାଚକଟାରେ ଜଣେ କୁନି ଝିଅ ଗୁରୁତର ଆହତ ହୋଇଛି। ପୋଲିସ ନିଜ ଆଡ଼ୁ ସମସ୍ତଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭିଡ଼ର ସେହି ଅରାଜକତା ମଧ୍ୟରେ କାହାକୁ ବଞ୍ଚାଇବା ବହୁତ କଷ୍ଟକର ହୋଇପଡ଼ିଥିଲା।
ପ୍ରଶାସନର ଦୁର୍ବଳତା ଏବଂ ସରକାରଙ୍କ ଆଭିମୁଖ୍ୟ
ଏହି ସମଗ୍ର ଘଟଣାର ଦୁଇଟି ପକ୍ଷ ରହିଛି। ପ୍ରଥମଟି ହେଲା ସରକାର ଏବଂ ପୋଲିସର କିଛି ପରିମାଣରେ ଦୁର୍ବଳତା ବା ଅସାବଧାନତା। ପୋଲିସ ହୁଏତ ଆକଳନ କରିପାରିନଥିଲା ଯେ ଏମାନେ ଏତେ ଦୂର ବ୍ୟାରିକେଡ୍ ଭାଙ୍ଗି ସଂସଦ ପର୍ଯ୍ୟନ୍ତ ଚାଲିଯିବେ। କିନ୍ତୁ କଥା ହେଲା, ପୋଲିସକୁ କଡ଼ା ନିର୍ଦ୍ଦେଶ ଥିଲା ଯେ କୌଣସି ପରିସ୍ଥିତିରେ ଅତ୍ୟଧିକ ବଳ ପ୍ରୟୋଗ କରାଯିବ ନାହିଁ, ଗୁଳି ଚାଲିବ ନାହିଁ ଏବଂ ରବର ବୁଲେଟ୍ ମଧ୍ୟ ବ୍ୟବହାର କରାଯିବ ନାହିଁ। ଯେତେବେଳେ ଏଭଳି ସୀମିତ ନିର୍ଦ୍ଦେଶ ଥାଏ, ସେତେବେଳେ ଏତେ ବଡ଼ ଜନସମୁଦ୍ରକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଏ।
ଏହାପରେ ଯାହା ଘଟିଲା, ତାହା ଆହୁରି ହାସ୍ୟାସ୍ପଦ। ସେମାନଙ୍କର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଭେଟିବାକୁ ଗଲେ। ପୋଲିସ ଅଧିକାରୀଙ୍କ ଜରିଆରେ ସେମାନେ ସମୟ ମାଗିଲେ ଏବଂ ସମୟ ମଧ୍ୟ ମିଳିଗଲା। ସକାଳ ୧୧ଟା କିମ୍ବା ୧୧:୧୦ ସମୟରେ ଯେତେବେଳେ ସେମାନେ ଜେ.ପି. ନଡ୍ଡାଙ୍କୁ ଭେଟିବାକୁ ପହଞ୍ଚିଲେ, ସେତେବେଳେ ନଡ୍ଡାଜୀ ପଚାରିଲେ— “ଆପଣଙ୍କର ମେମୋରାଣ୍ଡମ୍ ବା ଦାବିପତ୍ର କେଉଁଠି?” ସେମାନଙ୍କର ଉତ୍ତର ଥିଲା— “ଆମେ ଆଣିନୁ, ଆମେ ତାହା ଅପରାହ୍ନ ୪ଟାରେ ଦେବୁ!” ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଏହି ଲୋକମାନେ ନିଜର ଆନ୍ଦୋଳନ ଏବଂ ଛାତ୍ରମାନଙ୍କ ସମସ୍ୟା ପ୍ରତି କେତେ ଗମ୍ଭୀର!
ଐତିହାସିକ ଆନ୍ଦୋଳନ ବନାମ ଏହି ପ୍ରାୟୋଜିତ ଅରାଜକତା
ଯଦି ଏହାର ତୁଳନା ଅନ୍ନା ହଜାରେଙ୍କ ଆନ୍ଦୋଳନ ସହିତ କରିବେ, ତେବେ ଜାଣିପାରିବେ ଏକ ପ୍ରକୃତ ସ୍ୱତଃସ୍ଫୁର୍ତ୍ତ (Organic) ଜନଆନ୍ଦୋଳନ ଏବଂ ଏକ ବିଦେଶୀ ଶକ୍ତି ଦ୍ୱାରା ପ୍ରାୟୋଜିତ ଆନ୍ଦୋଳନ ମଧ୍ୟରେ ପାର୍ଥକ୍ୟ କ’ଣ। ଅନ୍ନାଙ୍କ ଆନ୍ଦୋଳନରେ ଲୋକମାନେ ନିଜଘରୁ ସ୍ୱଚ୍ଛାରେ ଛୋଟ ପିଲାମାନଙ୍କୁ ଧରି ବାହାରି ଆସୁଥିଲେ, କାରଣ ସେତେବେଳେ ଦେଶରେ କଂଗ୍ରେସ ସରକାରର ଦୁର୍ନୀତି ବିରୁଦ୍ଧରେ ଜନଅସନ୍ତୋଷ ଥିଲା । କିନ୍ତୁ ଆଜିର ଏହି ଆନ୍ଦୋଳନ ସମ୍ପୂର୍ଣ୍ଣରୂପେ ଶାହିନବାଗର କାହାଣୀକୁ ଦୋହରାଉଛି।
ଯେପରି ଶାହିନ ବାଗରେ ଭାରତବିରୋଧୀ ଏବଂ ଜିହାଦୀ ତତ୍ତ୍ୱମାନେ ଏକାଠି ହୋଇଥିଲେ, ସେହିପରି ଏଠାରେ ମଧ୍ୟ ବିଶାଲ ଦଦଲାନୀ, ଶବାନା ଆଜମୀ ଏବଂ ନସୀରୁଦ୍ଧିନ ଶାହାଙ୍କ ଭଳି ବ୍ୟକ୍ତିମାନେ ଆସି ପହଞ୍ଚିଲେ, ଯାହାଙ୍କର କେବେବି ଛାତ୍ରମାନଙ୍କ କୌଣସି ସମସ୍ୟା ସହିତ କୌଣସି ସମ୍ପର୍କ ନଥିଲା।
ଅରବିନ୍ଦ କେଜ୍ରିୱାଲଙ୍କ ହାସ୍ୟାସ୍ପଦ ବୟାନ
ଏହି ସମୟରେ ଅରବିନ୍ଦ କେଜ୍ରିୱାଲ ଏପରି କିଛି କହିଲେ ଯାହା ଶୁଣିଲେ ଯେକେହି ବି ହସିବ। ସେ କହିଲେ ଯେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ଜଲିଆୱାଲାବାଗ ହତ୍ୟାକାଣ୍ଡକୁ ମଧ୍ୟ ମାତ୍ ଦେଇଛି! ଜଣେ ସାଧାରଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତି କ’ଣ ଏଭଳି କଥା କହିପାରେ? ଯାହାର ମାନସିକ ସନ୍ତୁଳନ ଠିକ୍ ନାହିଁ, କେବଳ ସେହିପରି ଲୋକ ହିଁ ଏଭଳି କଥା କହିପାରେ। ସେ ଆହୁରି ମଧ୍ୟ କହିଲେ ଯେ ଜେନେରାଲ ଡାୟର ନରେନ୍ଦ୍ର ମୋଦୀଙ୍କ ରୂପରେ ପୁନର୍ଜନ୍ମ ନେଇଛି! ସରକାରଙ୍କ ସମାଲୋଚନା କରିବା ଗଣତନ୍ତ୍ରରେ ସମସ୍ତଙ୍କ ଅଧିକାର ଅଛି , କିନ୍ତୁ ମିଛ ଏବଂ ଅପପ୍ରଚାରର ମଧ୍ୟ ଏକ ସୀମା ରହିବା ଦରକାର।
ନୀଟ୍ ପ୍ରଶ୍ନପତ୍ର ଏବଂ ପ୍ରକୃତ ଉଦ୍ଦେଶ୍ୟ
ଯଦି ପ୍ରକୃତ ମୁଦ୍ଦା ଛାତ୍ରମାନଙ୍କର ଭବିଷ୍ୟତ ଏବଂ ନୀଟ୍ ପରୀକ୍ଷା ଥିଲା, ତେବେ ତାର ତଦନ୍ତ ଚାଲିଛି, ଦୋଷୀମାନେ ଗିରଫ ହୋଇଛନ୍ତି ଏବଂ ପୁନର୍ବାର ପରୀକ୍ଷା ହୋଇ ତାର ଫଳାଫଳ ମଧ୍ୟ ଆସିସାରିଛି। ଆଗାମୀ କିଛି ଦିନ ମଧ୍ୟରେ ନାମଲେଖା ମଧ୍ୟ ହୋଇଯିବ। ଯଦି ପ୍ରକୃତ ଉଦ୍ଦେଶ୍ୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ହୋଇଥା’ନ୍ତା, ତେବେ ତାହାକୁ ସ୍ୱାଗତ କରାଯାଇଥା’ନ୍ତା। କିନ୍ତୁ ଏଠାରେ ପ୍ରସଙ୍ଗ ଶିକ୍ଷା ସୁଧାର ନୁହେଁ, ବରଂ କେମିତି ଦେଶରେ ଅରାଜକତା ସୃଷ୍ଟି କରାଯିବ, ସେଇଆ ହିଁ ମୁଖ୍ୟ ଉଦ୍ଦେଶ୍ୟ। ସେଠାରେ ଏପରି ମଧ୍ୟ ସ୍ଲୋଗାନ ଦିଆଯାଉଥିଲା ଯେ ଦେଶକୁ “ନେପାଳ କିମ୍ବା ବାଂଲାଦେଶ” ବନାଇ ଦିଆଯିବ। କିନ୍ତୁ ଭାରତ କେବେବି ନେପାଳ କିମ୍ବା ବାଂଲାଦେଶ ହେବ ନାହିଁ; ଭାରତ ହେଉଛି ବିବିଧତାରେ ଏକତାର ଦେଶ, ଏବଂ ଏହି ଦେଶର ଜନସାଧାରଣ ଯେକୌଣସି ବୁଦ୍ଧିଜୀବୀଙ୍କଠାରୁ ଅଧିକ ବୁଦ୍ଧିମାନ।
ବିରୋଧୀଙ୍କ ଦୁର୍ବଳତା ଏବଂ ଦେଶବାସୀଙ୍କ ଜ୍ଞାନ
ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆହତମାନଙ୍କୁ ଦେଖିବାକୁ ହସ୍ପିଟାଲକୁ ଯାଉଛନ୍ତି। କିନ୍ତୁ ଯେତେବେଳେ ସୋନମ ୱାଙ୍ଗଚୁକ ଦିନ ଦିନ ଧରି ଜନ୍ତରମନ୍ତରରେ ବସିଥିଲେ, ସେତେବେଳେ ସେମାନେ କାହିଁକି ଦେଖାକରିବାକୁ ଗଲେ ନାହିଁ? ଯେତେବେଳେ ସଂସଦରେ ଏହି ପ୍ରସଙ୍ଗରେ କହିବାକୁ କୁହାଗଲା, ସେତେବେଳେ ରାହୁଲ ଗାନ୍ଧୀ ମନା କରିଦେଲେ ଏବଂ ବିଦେଶରେ ଛୁଟି କାଟିବାକୁ ଚାଲିଗଲେ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଏହି ଲୋକମାନେ କେତେ ଗମ୍ଭୀର।
ଏହା କେବଳ ବିଦେଶୀ ଶକ୍ତିମାନଙ୍କର ଏକ ଷଡ଼ଯନ୍ତ୍ରର ମୋହରା ହେବା ବ୍ୟତୀତ ଆଉ କିଛି ନୁହେଁ। ଦେଶର ବିରୋଧୀ ଦଳଗୁଡ଼ିକ ଆଜି ଏତେ ପରିମାଣରେ ହତାଶ ହୋଇଯାଇଛନ୍ତି ଯେ ସେମାନେ ନିଜର ଶକ୍ତି ବଳରେ କିଛି କରିପାରୁ ନାହାନ୍ତି ଏବଂ ଏଭଳି ଭିତ୍ତିହୀନ ଓ ଆଧାରହୀନ ତତ୍ତ୍ୱମାନଙ୍କ ଉପରେ ନିର୍ଭର କରୁଛନ୍ତି। ଦିଲ୍ଲୀ ଭଳି ସହରରେ ଯଦି କେହି ରାସ୍ତାକଡ଼ରେ ଠିଆ ହୋଇଯାଏ, ତେବେ ସେଠାରେ ହଜାରେ-ଦୁଇ ହଜାର ଲୋକ ଜମା ହୋଇଯିବା ସ୍ୱାଭାବିକ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଏହା ଏକ ବଡ଼ ଜନଆନ୍ଦୋଳନ ଥିଲା।
AlsoRead; https://purvapaksa.com/12-people-lost-their-lives-in-road-accidents-in-a-single-day/


