ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଓ ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନଙ୍କ ମଧ୍ୟରେ ଇସ୍ତାନବୁଲଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ, ପ୍ରତିରକ୍ଷା ଓ ରଣନୈତିକ ସହଯୋଗ ବୃଦ୍ଧି ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ପ୍ରକାଶ ପାଇଛି। ତେବେ ଏହି ସାଧାରଣ ଦେଖାଯାଉଥିବା ବୈଠକକୁ ନେଇ ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ (RAW) ର ପୂର୍ବତନ ଏଜେଣ୍ଟ ଲକି ବିଷ୍ଟ ଭାରତକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଭେଟଘାଟ ଆଗାମୀ ସମୟରେ ଭାରତ ପାଇଁ ବଡ଼ ବିପଦର କାରଣ ପାଲଟିପାରେ।
![]()
ନେଟୋ (NATO) ର ଛତ୍ରଛାୟାରେ ପାକିସ୍ତାନକୁ ମିଳିବ ସହାୟତା ?
ଲକି ବିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବର୍ତ୍ତମାନ ସମଗ୍ର ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ସମୟରେ ଏହି ବୈଠକର ଟାଇମିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ‘କେନ୍ଦ୍ରୀୟ ଅକ୍ଷ’ (ସାଉଦି ଆରବର ପଇସା, ତୁର୍କୀର ଟେକ୍ନୋଲୋଜି ଓ ପାକିସ୍ତାନର ସେନା) ପରଦା ପଛରେ ସକ୍ରିୟ ହୋଇଉଠିଛି।
4 जुलाई 2026 को इस्तांबुल में पाकिस्तान के पीएम शहबाज़ शरीफ और तुर्किये के राष्ट्रपति एर्दोगान की मुलाकात को मीडिया में भले ही एक ‘सामान्य सरकारी बैठक’ दिखाकर कवर किया जा रहा हो,।
जिस वक्त पूरा मिडिल ईस्ट बारूद के ढेर पर है और रूस-यूक्रेन जंग जारी है, उस टाइमिंग पर 43 देशों के…
— Lucky Bisht (@iamluckybisht) July 5, 2026
ଏହି ସମଗ୍ର ଖେଳର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ତୁର୍କୀ ‘ନେଟୋ’ (NATO) ର ଏକ ସଦସ୍ୟ ଦେଶ। ଲକି ବିଷ୍ଟଙ୍କ ଦାବି ଅନୁଯାୟୀ, ଯଦି ଭବିଷ୍ୟତରେ ପାକିସ୍ତାନ କୌଣସି ଯୁଦ୍ଧ ପରିସ୍ଥିତିକୁ ଆସେ, ତେବେ ନେଟୋ କେବେ ହେଲେ ସାମ୍ନାକୁ ଆସିବ ନାହିଁ। ବରଂ ତୁର୍କୀକୁ ଆଗରେ ରଖି ପଛରୁ ନେଟୋର ରଡାର୍ ଡାଟା ଏବଂ ସାଟେଲାଇଟ୍ ଇଣ୍ଟେଲିଜେନ୍ସ ସିଧାସଳଖ ତୁର୍କୀ ଜରିଆରେ ପାକିସ୍ତାନର ୱାର୍-ରୁମ୍ ପର୍ଯ୍ୟନ୍ତ ପହଞ୍ଚାଯିବ। ସାମ୍ନାରେ ତୁର୍କୀ ଥିବାରୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଏହା ଉପରେ କଟକଣା ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେବେ।
ସଦାସର୍ବଦା ପାକିସ୍ତାନକୁ ସମର୍ଥନ କରିଆସିଛି ତୁର୍କୀ
ତୁର୍କୀ ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଆସିଛି। ଏପରିକି ଗତ ବର୍ଷ ‘ଅପରେସନ୍ ସିନ୍ଦୂର’ ସମୟରେ ମଧ୍ୟ ତୁର୍କୀ ପାକିସ୍ତାନକୁ ରଣନୈତିକ ସହାୟତା ଯୋଗାଇ ଦେଇଥିଲା। ଏହା ବ୍ୟତୀତ ରାଷ୍ଟ୍ରପତି ଏର୍ଦୋଗାନ ଜାତିସଂଘ ସାଧାରଣ ସଭାରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ସପକ୍ଷରେ କହିଛନ୍ତି।

ଭାରତ ସର୍ବଦା ଏର୍ଦୋଗାନଙ୍କ ଏହି ଟିପ୍ପଣୀକୁ ପ୍ରତ୍ୟାଖ୍ୟାନ କରିଆସିଛି ଏବଂ କାଶ୍ମୀର ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛି। ଏଭଳି ସ୍ଥିତିରେ ଦୁଇ ଦେଶର ଶୀର୍ଷ ନେତାଙ୍କ ଏହି ଗୁପ୍ତ ରଣନୀତି ଉପରେ ନଜର ରଖିବା ଭାରତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ପୂର୍ବତନ ର’ ଏଜେଣ୍ଟ ପ୍ରକାଶ କରିଛନ୍ତି।


