ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଏକ ବଡ଼ ଭୂ-ରାଜନୈତିକ ଘଟଣାକ୍ରମ ସାମ୍ନାକୁ ଆସିଛି। ପାକିସ୍ତାନ ପ୍ରାୟୋଜିତ ସୀମାପାର ସନ୍ତ୍ରାସବାଦ ବିରୋଧରେ ଭାରତ ନେଇଥିବା ଦୃଢ଼ ଆଭିମୁଖ୍ୟକୁ ଆଫଗାନିସ୍ତାନ ପକ୍ଷରୁ ସମର୍ଥନ ମିଳିଛି। ସନ୍ତ୍ରାସବାଦ ରପ୍ତାନି କରୁଥିବା ଏକ ରାଷ୍ଟ୍ର କେବେହେଲେ ବନ୍ଧୁତା କିମ୍ବା ଆନ୍ତର୍ଜାତୀୟ ଚୁକ୍ତିର ସୁବିଧା ପାଇବାକୁ ଯୋଗ୍ୟ ନୁହେଁ ବୋଲି ଭାରତର ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ସହମତି ମିଳୁଥିବା ଦେଖାଯାଇଛି।

ଆତଙ୍କବାଦ ଓ ଜଳ ଚୁକ୍ତି ଏକାଠି ଚାଲିପାରିବ ନାହିଁ
ପହଲଗାମ୍ ସନ୍ତ୍ରାସବାଦୀ ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ସନ୍ତ୍ରାସବାଦକୁ ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବେ ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଭାରତ ଏହି ଚୁକ୍ତିର କୌଣସି ସର୍ତ୍ତ ମାନିବାକୁ ବାଧ୍ୟ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, “ମାନବତାର ଶତ୍ରୁ ଏବଂ ସନ୍ତ୍ରାସବାଦୀଙ୍କ ଆଶ୍ରୟଦାତାଙ୍କ ପାଖକୁ ସିନ୍ଧୁ ନଦୀର ଜଳ ପହଞ୍ଚିବାକୁ ଦିଆଯିବ ନାହିଁ।”
ପାକିସ୍ତାନର ଧମକ ଓ ଆଫଗାନିସ୍ତାନର ଆଭିମୁଖ୍ୟ
![]()
ଭାରତର ଏହି କଠୋର ନିଷ୍ପତ୍ତି ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, “ପାକିସ୍ତାନ ଅଂଶର ପାଣି ଉପରେ ଯିଏ ହାତ ଦେବ, ତା’ର ହାତ କାଟି ଦିଆଯିବ।” ତେବେ ପାକିସ୍ତାନର ଏଭଳି ଧମକକୁ ଭାରତ ଆଦୌ ଗୁରୁତ୍ୱ ଦେଇନାହିଁ। ଅନ୍ୟପଟେ, ସିନ୍ଧୁ ନଦୀ ଅବବାହିକାରେ ଭାଗିଦାର ଥିବା ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ସନ୍ତ୍ରାସବାଦୀ ନୀତି ଯୋଗୁଁ ତା’ର ବିରୋଧ କରିଛି ଏବଂ ଭାରତର ସୁରକ୍ଷା ଚିନ୍ତାକୁ ନ୍ୟାୟୋଚିତ ବୋଲି ଦର୍ଶାଇଛି।
ପାକିସ୍ତାନରେ ଜଳ ସଙ୍କଟ ତୀବ୍ର
Everything else is temporary, but team 93k’s pants removing ceremony is permanent 😂 pic.twitter.com/SsEtN5DKKO
— Fazal Afghan (@fhzadran) July 1, 2026
ସିନ୍ଧୁ ନଦୀର ଜଳ ଉପରେ ପାକିସ୍ତାନର ପ୍ରାୟ ୮୦% କୃଷି ଓ ଜଳସେଚନ ନିର୍ଭର କରେ। ଭାରତ ଚୁକ୍ତି ସ୍ଥଗିତ ରଖିବା ସହ ଚେନାବ୍ ଓ ଅନ୍ୟାନ୍ୟ ନଦୀଗୁଡ଼ିକରେ ଜଳ ବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେଉଥିବାରୁ ପାକିସ୍ତାନର ସିନ୍ଧ ଓ ବାଲୋଚିସ୍ତାନ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କଲାଣି। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏବଂ ବୈଦେଶିକ ମନ୍ତ୍ରାଳୟ ଜାତିସଂଘ ମଞ୍ଚରେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୧୯୬୦ ମସିହାରେ ହୋଇଥିବା ଏହି ପୁରୁଣା ଚୁକ୍ତି ଆଜିର ସମୟରେ ପ୍ରାସଙ୍ଗିକ ନୁହେଁ ଏବଂ ସନ୍ତ୍ରାସବାଦ ବିସ୍ତାର କରୁଥିବା ଦେଶକୁ କୌଣସି ଜଳ ସୁବିଧା ପ୍ରଦାନ କରାଯାଇପାରିବ ନାହିଁ।


