ଆଜି ଭାରତର ପ୍ରତିରକ୍ଷା କ୍ଷେତ୍ରରୁ ଏକ ବହୁତ ବଡ଼ ଏବଂ ସୁଖଦ ଖବର ସହ ଓଡ଼ିଶା ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମ ଦେଶର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ ବା ଡିଆରଡିଓ (DRDO) ଏଭଳି ଏକ ଚମତ୍କାର ଏବଂ ଐତିହାସିକ ସଫଳତା ହାସଲ କରିଛି, ଯାହା ପରେ ଭାରତ ବିଶ୍ଵର ସେହି ଅଳ୍ପ କେତେକ ପ୍ରତିଷ୍ଠିତ ଦେଶମାନଙ୍କ ତାଲିକାରେ ସାମିଲ ହୋଇଯାଇଛି ଯାହାଙ୍କ ପାଖରେ ନିଜସ୍ଵ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ (Ballistic Missile Defense System) ରହିଛି। ସରଳ ଭାଷାରେ କହିଲେ, ଶତ୍ରୁ ପକ୍ଷରୁ ଆସୁଥିବା ଯେକୌଣସି ଶକ୍ତିଶାଳୀ ମିସାଇଲ୍କୁ ଭାରତ ଏବେ ଆକାଶରେ ହିଁ ମାରି ଖସାଇ ଦେଇପାରିବ। ଏଥିପାଇଁ ଏବେ ଶତ୍ରୁଦେଶ ସହିତ ବିକଶିତ ଦେଶମାନଙ୍କର ନଜର ଏବେ ଓଡ଼ିଶା ଉପକୂଳ ଉପରେ ପଡ଼ିଛି।
୫୦୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଶତ୍ରୁର ମିସାଇଲ୍ ଭାରତ ଆଡ଼କୁ ମାଡ଼ିଆସେ, ତେବେ କେମିତି ଆମର ଏହି ନୂଆ ସିଷ୍ଟମ୍ ତାକୁ ପବନରେ ଉଡ଼ାଇ ଦେବ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— କଣ ଭାରତ ନିଜର ଏକ ସ୍ଵଦେଶୀ ଆଇରନ୍ ଡୋମ୍ (Iron Dome) କିମ୍ବା ରୁଷିଆର S-400 ଭଳି ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରିସାରିଛି?
ରିପୋର୍ଟ ଅନୁସାରେ, ଗତ ଜୁନ୍ ୧୦ ଏବଂ ୧୧ ତାରିଖରେ ଓଡ଼ିଶାର ବାଲେଶ୍ଵର ସ୍ଥିତ ଆଇଟିଆର୍ (Integrated Test Range) ରୁ ଡିଆରଡିଓ ଦ୍ଵାରା ଏହି ‘ମଲ୍ଟି ଲେୟାର୍ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍’ (Multi-layered BMD) ର ସଫଳ ପ୍ରଦର୍ଶନ କରାଯାଇଛି। ଏହି ପରୀକ୍ଷଣ ସମୟରେ ଆମର ଏଡି-୧ (AD1) ଏବଂ ଏଡି-୨ (AD2) ଇଣ୍ଟରସେପ୍ଟର ମିସାଇଲ୍ର ବ୍ୟବହାର ହୋଇଥିଲା। ଏହା ସହିତ ସମୁଦ୍ରରେ ବ୍ୟବହାର କରାଯାଉଥିବା ‘ନେଭାଲ୍ ଆଣ୍ଟି-ସିପ୍ ମିସାଇଲ୍’ (Naval Anti-Ship Missile – Medium Range) ର ମଧ୍ୟ ସଫଳ ଟେଷ୍ଟିଂ କରାଯାଇଛି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ପରୀକ୍ଷଣ ଏତେ ଗୁରୁତ୍ଵପୂର୍ଣ୍ଣ ଏବଂ ବିପଜ୍ଜନକ ଥିଲା ଯେ ବାଲେଶ୍ଵର ଉପକୂଳର ପ୍ରାୟ ୧୧ଟି ଗାଁରୁ ୧୧,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏମିତି କାହିଁକି କରାଯାଇଥିଲା? କାରଣ ଏହି ଟେଷ୍ଟିଂ ସମୟରେ ଭାରତ ନିଜର ପ୍ରସିଦ୍ଧ ‘ଅଗ୍ନି’ (Agni) ସିରିଜ୍ର ବାଲିଷ୍ଟିକ୍ ମିସାଇଲ୍କୁ ଏକ ଟାର୍ଗେଟ୍ ବା ଶତ୍ରୁର ମିସାଇଲ୍ ଭାବେ ନିଜ ଆଡ଼କୁ ଛାଡ଼ିଥିଲା। ଆଉ ଏହି ନୂଆ ଡିଫେନ୍ସ ସିଷ୍ଟମ୍ ଯାଇ ସେହି ଆସୁଥିବା ମିସାଇଲ୍କୁ ମଝି ଆକାଶରେ ଧ୍ଵଂସ କରିବାର ଥିଲା। ଯେମିତି ପୁରାଣ କାଳରେ ଦୁଇଟି ତୀର ପରସ୍ପର ସହ ଆକାଶରେ ଧକ୍କା ହୁଅନ୍ତି, ଠିକ୍ ସେମିତି ହେଡ୍-ଟୁ-ହେଡ୍ (Head-to-Head) ଟକ୍କର ଦେଖିବାକୁ ମିଳିଥିଲା। ଯଦି କୌଣସି କାରଣରୁ ମିସଫାୟାର୍ ହୋଇଥାନ୍ତା, ତେବେ ବଡ଼ ବିପଦ ଥାନ୍ତା, ସେଥିପାଇଁ ଗାଁଗୁଡ଼ିକୁ ଖାଲି କରାଯାଇଥିଲା। ରକ୍ଷାମନ୍ତ୍ରୀ ନିଜେ ଏହି ସଫଳତା ପାଇଁ ସାରା ଦେଶକୁ ବଧେଇ ଜଣାଇଛନ୍ତି।
ଶତ୍ରୁ ପକ୍ଷରୁ ମୁଖ୍ୟତଃ ଦୁଇ ପ୍ରକାର ମିସାଇଲ୍ ଆସିଥାଏ। ଗୋଟିଏ ହେଉଛି କ୍ରୁଜ୍ ମିସାଇଲ୍ (Cruise Missile), ଯାହା ଭୂମି ସହ ସମାନ୍ତରାଳ ଭାବେ କମ୍ ଉଚ୍ଚତାରେ ଗତି କରିଥାଏ। ଏହାକୁ ରୋକିବା ପାଇଁ ଭାରତ ପାଖରେ ରୁଷିଆର S-400 ଏବଂ ଅନ୍ୟାନ୍ୟ ସିଷ୍ଟମ୍ ଅଛି। କିନ୍ତୁ ବାଲିଷ୍ଟିକ୍ ମିସାଇଲ୍ (Ballistic Missile) ବହୁତ ଦୂରରୁ, ଯେମିତି କି ଚୀନ୍ କିମ୍ବା ପାକିସ୍ତାନର ଗଭୀର ଅଞ୍ଚଳରୁ ଛଡ଼ାଯାଏ। ଏହା ପ୍ରଥମେ ରକେଟ୍ ସାହାଯ୍ୟରେ ବହୁତ ଉପରକୁ ଅର୍ଥାତ୍ ମହାକାଶ ପର୍ଯ୍ୟନ୍ତ ଚାଲିଯାଏ ଏବଂ ସେଠାରୁ ଏକ ପାରାବୋଲିକ୍ ପାଥ୍ (Parabolic Path) ବା ବକ୍ର ପଥରେ ତଳକୁ ଖସିଥାଏ। ତଳକୁ ଆସିବା ସମୟରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି (Gravity) ଏହାର ବେଗକୁ ଏତେ ବଢ଼ାଇ ଦିଏ ଯେ ଏହା ପ୍ରାୟ ୫୦୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ମାଡ଼ିଆସେ। ଏତେ ଦ୍ରୁତ ଗତିରେ ଆସୁଥିବା ଏବଂ ପରମାଣୁ ବୋମା ବହନ କରିବାକୁ ସକ୍ଷମ ଏହି ମିସାଇଲ୍କୁ ମଝି ଆକାଶରେ ରୋକିବା ଏକ ଅସମ୍ଭବ କାମ ଭଳି ମନେହୁଏ।
ଏହି ଜଟିଳ କାମକୁ ସଫଳ କରିବା ପାଇଁ ମୁଖ୍ୟତଃ ତିନିଟି ଜିନିଷର ମିଳିତ ସହଯୋଗ ଆବଶ୍ୟକ ହୋଇଥାଏ: ୧. ଶକ୍ତିଶାଳୀ ରଡାର୍ (Radar): ଭାରତ ପାଖରେ ‘ସ୍ଵୋର୍ଡଫିସ୍’ (Swordfish) ଭଳି ଶକ୍ତିଶାଳୀ ରଡାର୍ ଅଛି, ଯାହା ପ୍ରାୟ ୫୦୦୦ କିଲୋମିଟର ଦୂରରୁ ଶତ୍ରୁର ଗତିବିଧିକୁ ଚିହ୍ନଟ କରିପାରେ।
୨. ସୁପର କମ୍ପ୍ୟୁଟର (Super Computer): ମିସାଇଲ୍ ଉଡ଼ିବା ମାତ୍ରେ ସୁପର କମ୍ପ୍ୟୁଟର କିଛି ସେକେଣ୍ଡ ମଧ୍ୟରେ ହିସାବ କରିଦିଏ ଯେ ଏହା କେଉଁ ସ୍ଥାନକୁ ଆଘାତ କରିବ ଏବଂ କେଉଁ ସମୟରେ ଆସିବ।
୩. ଇଣ୍ଟରସେପ୍ଟର ମିସାଇଲ୍ (Interceptor Missile): କମ୍ପ୍ୟୁଟରର ସୂଚନା ପାଇବା ମାତ୍ରେ ଭାରତୀୟ ସେନାର ଏଡି-୧ କିମ୍ବା ଏଡି-୨ ମିସାଇଲ୍ ସ୍ଵୟଂକ୍ରିୟ ଭାବେ ଲଞ୍ଚ ହୋଇଯାଏ ଏବଂ ବାୟୁମଣ୍ଡଳର ବହୁ ଉପରେ (Endo and Exo-Atmosphere) ହିଁ ଶତ୍ରୁର ମିସାଇଲ୍କୁ ପିନ୍-ପଏଣ୍ଟ ଟାର୍ଗେଟ୍ କରି ଧ୍ଵଂସ କରିଦିଏ।
ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଭାରତ ପାଖରେ ତ ପୂର୍ବରୁ ପୃଥିବୀ ଏୟାର୍ ଡିଫେନ୍ସ (PAD) ଏବଂ ଆଡଭାନ୍ସ ଏୟାର୍ ଡିଫେନ୍ସ (AAD) ଯାହାକୁ ‘ଅଶ୍ଵିନୀ’ ମିସାଇଲ୍ ସିଷ୍ଟମ୍ କୁହାଯାଏ, ତାହା ରହିଥିଲା। ତେବେ ଏହି ନୂଆ ପରୀକ୍ଷଣର ଆବଶ୍ୟକତା କଣ ଥିଲା?
ପୂର୍ବରୁ ଆମ ପାଖରେ ଯେଉଁ ସିଷ୍ଟମ୍ ଥିଲା, ତାହାର ରେଞ୍ଜ କମ୍ ଥିଲା। ସେଗୁଡ଼ିକ ପାକିସ୍ତାନ ଭଳି ପାଖ ଦେଶରୁ ଆସୁଥିବା ପ୍ରାୟ ୨୦୦୦ କିଲୋମିଟର ରେଞ୍ଜର ମିସାଇଲ୍କୁ ରୋକିବା ପାଇଁ ଉପଯୁକ୍ତ ଥିଲା। କିନ୍ତୁ ଆଜିର ସମୟରେ ଚୀନ୍ ପାଖରେ ଏଭଳି ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ICBM) ଅଛି, ଯାହା ବହୁ ଦୂରରୁ ଆସି ଆଘାତ କରିପାରେ। ଏହି ନୂଆ ଏଡି-୧ ଏବଂ ଏଡି-୨ ହେଉଛି ଭାରତର ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସର ‘ସେକେଣ୍ଡ ଫେଜ୍’ ବା ଦ୍ଵିତୀୟ ପର୍ଯ୍ୟାୟ। ଏହାଦ୍ଵାରା ଏବେ ଚୀନ୍ର ଦୂରଗାମୀ ମିସାଇଲ୍ ଆକ୍ରମଣରୁ ମଧ୍ୟ ଭାରତ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ।
ଏବେ ଆସନ୍ତୁ S-400 ଏବଂ ଏହି BMD ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା। S-400 ହେଉଛି ଏକ ମଲ୍ଟିଟାସ୍କିଂ ସିଷ୍ଟମ୍, ଯାହା ଶତ୍ରୁର ଯୁଦ୍ଧବିମାନ, ଡ୍ରୋନ୍ କିମ୍ବା କ୍ରୁଜ୍ ମିସାଇଲ୍କୁ ମାରିପାରେ। କିନ୍ତୁ ଏହି ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ହେଉଛି ଏକ ସ୍ଵତନ୍ତ୍ର ଏବଂ ଡେଡିକେଟେଡ୍ ସିଷ୍ଟମ୍, ଯାହା କେବଳ ଏବଂ କେବଳ ସବୁଠାରୁ ବିପଜ୍ଜନକ ବାଲିଷ୍ଟିକ୍ ମିସାଇଲ୍କୁ ଧ୍ଵଂସ କରିବା ପାଇଁ ତିଆରି ହୋଇଛି।
ସବୁଠାରୁ ଗର୍ବର କଥା ହେଉଛି, ଭାରତ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିଜେ ବିକଶିତ କରିଛି, ଏଥିରେ କୌଣସି ବିଦେଶୀ ଦେଶର ସାହାଯ୍ୟ ନିଆଯାଇନାହିଁ। ସାରା ବିଶ୍ଵରେ ଆମେରିକାର ‘ଥାର୍ଡ’ (THAAD) ଏବଂ ‘ପାଟ୍ରିଅଟ୍’ (Patriot) ସିଷ୍ଟମ୍, ଇସ୍ରାଏଲ୍ର ‘ଏରୋ’ (Arrow) ସିଷ୍ଟମ୍ ଏବଂ ରୁଷିଆ ପାଖରେ ହିଁ ଏଭଳି ପ୍ରଯୁକ୍ତିବିଦ୍ୟା ରହିଛି। ଏବେ ଭାରତ ଏହି ଏଲିଟ୍ କ୍ଲବ୍ (Elite Club) ରେ ସାମିଲ ହୋଇଛି। ଭାରତ ୨୦୨୫ରୁ ଯେଉଁ ‘ମିଶନ ସୁଦର୍ଶନ ଚକ୍ର’ ଉପରେ କାମ କରୁଛି, ଯାହା ଭାରତ ପାଇଁ ଏକ ଅଭେଦ୍ୟ ପ୍ରତିରକ୍ଷା କବଚ ସାଜିବ, ଏହି ସଫଳ ପରୀକ୍ଷଣ ସେହି ଦିଗରେ ଏକ ବହୁତ ବଡ଼ ପଦକ୍ଷେପ।
ତେଣୁ, ଓଡ଼ିଶାର ବାଲେଶ୍ଵର ଉପକୂଳରୁ ମିଳିଥିବା ଏହି ସଫଳତା କେବଳ ଏକ ମିସାଇଲ୍ ପରୀକ୍ଷଣ ନୁହେଁ, ବରଂ ଏହା ଚୀନ୍ ଏବଂ ପାକିସ୍ତାନ ଭଳି ଶତ୍ରୁ ଦେଶମାନଙ୍କ ପାଇଁ ଏକ ସ୍ପଷ୍ଟ ଚେତାବନୀ ଯେ ଭାରତକୁ ଆଉ ଆକାଶପଥରୁ ଆଘାତ କରିବା ସହଜ ହେବନାହିଁ। ଆମର ବୈଜ୍ଞାନିକମାନଙ୍କର ଏହି ଅକ୍ଳାନ୍ତ ପରିଶ୍ରମ ପାଇଁ ସାରା ଦେଶ ଆଜି ଗର୍ବିତ।
AlsoRead; https://purvapaksa.com/drdo-successfully-tests-indigenous-long-range-cruise-missile/


