ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ – ୨୯୪ରୁ ୨୦୭ ସିଟ୍ । ୧୫ ବର୍ଷର ଶାସନର ଅନ୍ତ ଘଟିଲା । କିନ୍ତୁ ଯେତେବେଳେ କୋଲକାତାରେ ଭୋଟ୍ ଗଣତି ଚାଲିଥିଲା, ସେତେବେଳେ ନ୍ୟୁୟର୍କ, ଦୋହା ଏବଂ ୱାଶିଂଟନ୍ର ନ୍ୟୁଜ୍ ରୁମ୍ରେ ଏକ ଭିନ୍ନ ଗଣତି ଚାଲିଥିଲା। ବିଦେଶୀ ଗଣମାଧ୍ୟମ ନିର୍ବାଚନ ଫଳାଫଳ ଅପେକ୍ଷା କରିନଥିଲେ, ସେମାନେ ପୂର୍ବରୁ ହିଁ ସ୍ଥିର କରିସାରିଥିଲେ ଯେ ସେମାନେ କ’ଣ ଲେଖିବେ ।

ଏକ୍ସପୋଜ୍ ହେଲା ସେହି ‘Foreign Media’ର ବେଙ୍ଗଲ ପ୍ଲାନ । କିଭଳି ନ୍ୟୁୟର୍କ ଟାଇମ୍ସ, ଅଲ୍ଜଜିରା ଏବଂ ଦି ଡିପ୍ଲୋମାଟ୍ ଭଳି ସଂସ୍ଥାଗୁଡିକ ଭାରତର ଗଣତନ୍ତ୍ରକୁ ଅପମାନିତ କରିବା ପାଇଁ ପୂର୍ବ ପ୍ରସ୍ତୁତ ସ୍କ୍ରିପ୍ଟ ବ୍ୟବହାର କଲେ?
ବଙ୍ଗଳା ନିର୍ବାଚନକୁ ନେଇ ବିଦେଶୀ ଗଣମାଧ୍ୟମର କଭରେଜ୍ କୁ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ।

୧. ସଚ୍ଚୋଟ କ୍ୟାମ୍ପ୍: ୱାଶିଂଟନ୍ ପୋଷ୍ଟରେ ବିଲ୍ ଡ୍ରେକ୍ସେଲ୍ ଲେଖିଲେ ଯେ, ଏହି ବିଜୟ ମୋଦୀଙ୍କ ବିରାସତକୁ ମଜବୁତ କରିଛି। ସେ ‘ତାନ୍ତ୍ରିକ’ ବା ‘ଡିକ୍ଟେଟର’ ଶବ୍ଦ ବଦଳରେ ‘Resilient’ (ମଜବୁତ) ଶବ୍ଦ ବ୍ୟବହାର କଲେ।। ଏହା ଏକ ସଚ୍ଚୋଟ ବିଶ୍ଳେଷଣ ଥିଲା ।
୨. ଫତୱା ଜାରି କରୁଥିବା କ୍ୟାମ୍ପ୍: ନ୍ୟୁୟର୍କ ଟାଇମ୍ସ ଏବଂ ଅଲ୍ଜଜିରା ଭଳି ସଂସ୍ଥା, ଯେଉଁମାନେ ରିପୋର୍ଟ ନୁହେଁ ବରଂ ଉପଦେଶ ଦିଅନ୍ତି । ନ୍ୟୁୟର୍କ ଟାଇମ୍ସ ହେଡଲାଇନ୍ ଦେଲା – “Modi’s Hindu Nationalists Conquer…”। ଏଠାରେ ‘Conquer’ ବା ‘ଆକ୍ରମଣ’ ଶବ୍ଦ ବ୍ୟବହାର କରାଯାଇଛି, ଯାହା ସାଧାରଣତଃ ଶତ୍ରୁ ବା ଆକ୍ରମଣକାରୀ ସେନା ପାଇଁ ବ୍ୟବହାର ହୁଏ, ଜଣେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ନେତାଙ୍କ ପାଇଁ ନୁହେଁ।
ନ୍ୟୁୟର୍କ ଟାଇମ୍ସର ବ୍ୟୁରୋ ଚିଫ୍ ମୁଜିବ୍ ମାଶାଲଙ୍କ ଲେଖନୀ ଶୈଳୀ ଅଜବ। ସେ ଆଗରୁ ଏକ ନିଷ୍କର୍ଷରେ ପହଞ୍ଚନ୍ତି ଏବଂ ତା’ପରେ ତାକୁ ପ୍ରମାଣ କରିବା ପାଇଁ ଘଟଣାଗୁଡିକୁ ଖଞ୍ଜନ୍ତି । ଏହାକୁ କୁହାଯାଏ ‘ରିଭର୍ସ ଇଞ୍ଜିନିୟରିଂ’। ସେ ଭାରତର ସେକୁଲାର ଚେହେରା ବଦଳି ଯାଇଛି ବୋଲି ବାରମ୍ବାର କହୁଛନ୍ତି, କିନ୍ତୁ ବଙ୍ଗଳାର ଜନତା କାହିଁକି ବିଜେପିକୁ ଭୋଟ୍ ଦେଲେ, ତାହାର ଅସଲ କାରଣକୁ ଲୁଚାଉଛନ୍ତି ।

ଅଲ୍ଜଜିରାର ୟଶରାଜ ଶର୍ମାଙ୍କ ରିପୋର୍ଟକୁ ଦେଖନ୍ତୁ । ସେ ଜଣେ ହିନ୍ଦୁ ଚାକରାଣୀ ସୀମା ଦାସଙ୍କ ଉଦାହରଣ ଦେଇ କହୁଛନ୍ତି ଯେ “ଦିଦି ମୁସଲମାନଙ୍କୁ ପକ୍ଷପାତ କରୁଛନ୍ତି”, ତେଣୁ ସେ ଭୋଟ୍ ବଦଳାଇଲେ। ଏହା କେବଳ ରିଲିଜିୟସ୍ ପୋଲାରାଇଜେସନ୍ ବା ଧାର୍ମିକ ଧ୍ରୁବୀକରଣ ଦେଖାଇବାର ଏକ ପ୍ରୟାସ ।
ଏହି ରିପୋର୍ଟରେ ଏସଆଇଆର ଏବଂ ୯ ମିଲିୟନ ଭୋଟରଙ୍କ ନାମ କଟାଯିବା କଥା ବାରମ୍ବାର କୁହାଗଲା, କିନ୍ତୁ ସୁପ୍ରିମକୋର୍ଟ ଏହି ବିଷୟରେ ପ୍ରକୃତରେ କ’ଣ କହିଥିଲେ, ତାହା ଉଲ୍ଲେଖ କରାଗଲା ନାହିଁ। ତାଙ୍କ ପାଇଁ ନିଷ୍କର୍ଷ ଆଗରୁ ପ୍ରସ୍ତୁତ ଥିଲା, ରିପୋର୍ଟ ଥିଲା କେବଳ ସଜାବଟ ।

‘ଦି ଡିପ୍ଲୋମାଟ୍’ (The Diplomat) ପତ୍ରିକାରେ ସ୍ନେହଦୁତ ଭଟ୍ଟାଚାର୍ଯ୍ୟ ଲେଖିଲେ – “Hindu Supremacist BJP”, “Saffron Hegemony”, “Modi’s Authority and Regime”। ଏହି ଶବ୍ଦଗୁଡିକୁ ଧ୍ୟାନର ସହ ଶୁଣନ୍ତୁ । ଏହା ଜଣେ ନିରପେକ୍ଷ ବିଶ୍ଳେଷକର ଭାଷା ନୁହେଁ, ଏହା ଜଣେ ବିରୋଧୀ ଦଳର ‘ପ୍ରୋପାଗାଣ୍ଡା’ ଭାଷା।
ବିଦେଶୀ ଗଣମାଧ୍ୟମ ଏହିଭଳି ଶବ୍ଦ ବ୍ୟବହାର କରି ବିଶ୍ୱ ଦରବାରରେ ଭାରତର ଏକ ନକାରାତ୍ମକ ଚିତ୍ର ପ୍ରସ୍ତୁତ କରୁଛନ୍ତି । ଯେତେବେଳେ ୨୦୧୯ରେ ବିଜେପି ଜିତେ, ସେମାନେ ଏହାକୁ କଟ୍ଟରପନ୍ଥୀ ବୋଲି କହନ୍ତି, ଆଉ ଯେତେବେଳେ ୨୦୨୪ରେ ଫଳାଫଳ ଟିକିଏ ଭିନ୍ନ ହୁଏ, ସେମାନେ ତାକୁ ‘ଡେମୋକ୍ରାଟିକ କରେକ୍ସନ’ ବୋଲି କହନ୍ତି। କିନ୍ତୁ ବଙ୍ଗଳାରେ ବିଜୟ ପରେ ପୁଣି ସେହି ‘ଆକ୍ରମଣକାରୀ’ ଭାଷା ଫେରିଆସିଲା।

ସତ୍ୟ ଏହା ଯେ, ବଙ୍ଗଳା ଭୋଟ୍ ଦେଲା ଏବଂ ବିଜେପି ଜିତିଲା । ବାକି ସବୁ ହେଉଛି ରିପୋର୍ଟରଙ୍କ ମନଗଢା ବ୍ୟାଖ୍ୟା। ଯେତେବେଳେ ବିଦେଶୀ ଗଣମାଧ୍ୟମରେ ଭାରତ ବିଷୟରେ କିଛି ଲେଖା ପଢୁଛନ୍ତି , ତେବେ ଏହି କିଛିଟା କଥାରେ ଧ୍ୟାନ ଦିଅନ୍ତୁ : ଲେଖକଙ୍କ ନାମ, ସେମାନଙ୍କର ପୁରୁଣା ରିପୋର୍ଟ ଏବଂ ସେମାନେ ବ୍ୟବହାର କରୁଥିବା ଶବ୍ଦ। ସେମାନଙ୍କର ଟ୍ରାକ୍ ରେକର୍ଡ ହିଁ ସେମାନଙ୍କର ଅସଲ ଉଦ୍ଦେଶ୍ୟ କହିଦେବ ।
also read : https://purvapaksa.com/prashant-kishore-jogendra-yadav-and-pradeep-gupta-strategists-or-just-tukkabaaz/


