ରାଜ୍ୟର ରାସ୍ତାଘାଟ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ୨୦୨୪ ମସିହାରେ ଦେଶର ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶାରେ ୫୪୯ଟି ଘଟଣା ଘଟିଥିବାବେଳେ ଆମ ପଛକୁ ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ରହିଛି। ସେଠାରେ ୨୦୨୪ ମସିହାରେ ୧୯୮ଟି ଏଭଳି ଘଟଣା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ପକ୍ଷରୁ ଭାରତରେ ଅପରାଧ- ୨୦୨୪ ରିପୋର୍ଟରୁ ଏଭଳି ଉଦ୍ବେଗଜନକ ଚିତ୍ର ସାମନାକୁ ଆସିଛି।

ପ୍ରଥମ ଥର ପାଇଁ ଏନ୍ସିଆର୍ବି ପକ୍ଷରୁ ସର୍ବସାଧାରଣ ସ୍ଥାନ/ ରାସ୍ତାରେ ଯୌନ ନିର୍ଯାତନା ନାମରେ ଏକ ପୃଥକ୍ ବର୍ଗର ରିପୋର୍ଟ ସାମିଲ କରାଯାଇଛି। ଦ୍ଵିତୀୟ ସ୍ଥାନରେ ରହିଛି ବୋଲି ଏନ୍ସିଆର୍ବି ୨୦୨୩ ମସିହା ପର୍ଯ୍ୟନ୍ତ ଏନ୍ସିଆର୍ବି ପକ୍ଷରୁ କର୍ମସ୍ଥଳୀ ବା କାର୍ଯ୍ୟାଳୟ ପରିସର, ସର୍ବସାଧାରଣ ପରିବହନ, ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ନିର୍ଯାତନାକୁ ପ୍ରକାଶ କରାଯାଉଥିଲା । କର୍ମସ୍ଥଳୀରେ ନିର୍ଯାତନାକୁ ଏଥର ଅଧିକ ବ୍ୟବସ୍ଥିତ କରାଯାଇଛି। ପୂର୍ବରୁ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କର୍ମସ୍ଥଳୀରେ ହେଉଥିବା ନିର୍ଗଯାତନା ଗୋଟିଏ ସ୍ତମ୍ଭରେ ରଖାଯାଉଥିଲା। କିନ୍ତୁ ନୂଆ ରିପୋର୍ଟରେ କାର୍ଯ୍ୟସ୍ଥଳୀରେ ଦୋକାନ, ମଲ୍, କାରଖାନା ଏବଂ ଘରକୁ ମଧ୍ୟ ସାମିଲ କରାଯାଇଛି। କାର୍ଯ୍ୟାଳୟ ପରିସରକୁ ଅନ୍ୟ ଏକ ପୃଥକ ବର୍ଗରେ ରଖାଯାଇଛି। କେବଳ ସେତିକି ନୁହେଁ, ୨୦୨୪ରେ ହିଂସ୍ର ଅପରାଧ ହାର ମଧ୍ୟ ଓଡ଼ିଶାରେ ସବୁଠୁ ଅଧିକ ରହିଛି। ସେହିଭଳି ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ରିପୋର୍ଟରୁ ଜଣାଯାଇଛି।
![]()
ପ୍ରତି ୧ ଲକ୍ଷ ଲୋକରେ ଅତିକମ୍ରେ ୧୬୧.୬ ଜଣ ଲୋକ ଓଡ଼ିଶାରେ ଜଘନ୍ୟ ଅପରାଧ ଯଥା ହତ୍ୟା, ଦୁଷ୍କର୍ମ, ଅପହରଣ ଆଦିର ଶିକାର ହୋଇଛନ୍ତି। ବିହାର ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି। ବିହାରରେ ୧ ଲକ୍ଷ ଲୋକରେ ୮୩ ଜଣ ଏପ୍ରକାର ଅପରାଧରେ ପୀଡ଼ିତ ହୋଇଛନ୍ତି। କିନ୍ତୁ ସଂଖ୍ୟା ଦୃଷ୍ଟିରୁ ବିହାର ସବୁଠୁ ଆଗରେ ରହିଛି।

ଏନ୍ସିଆର୍ବି ତଥ୍ୟରୁ ଜଣାଯାଇଛି ଯେ ଓଡ଼ିଶାରେ ୨୦୨୪ରେ ମୋଟ ୭୫,୪୦୩ଟି ଜଘନ୍ୟ ଅପରାଧ ପଞ୍ଜୀକୃତ ହୋଇଛି। ମୋଟ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ୧,୦୭,୩୦୩ ମାମଲା ସହ ବିହାର ସବା ଆଗରେ ଥିବାବେଳେ ୮୭,୭୯୧ ମାମଲା ସହ ମହାରାଷ୍ଟ୍ର ଦ୍ଵିତୀୟ ଏବଂ ୮୫,୬୪୭ ମାମଲା ସହ ଉତ୍ତରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ହୋଇଥିବା ମୋଟ ଜଘନ୍ୟ ଅପରାଧ ମଧ୍ୟରୁ ୫୫୬୪୦ଟି ମାମଲାରେ ଆହତ କିମ୍ବା ଗୁରୁତର ଆହତ ଘଟଣା ରହିଛି | ସେହିଭଳି ୬୮୧୪ଟି ଅପହରଣ ରିପୋର୍ଟ ହୋଇଥିବାବେଳେ ୫୦୭୯ଟି ହତ୍ୟା ଉଦ୍ୟମ ମାମଲା, ୧୨୬୮ଟି ଦୁଷ୍କର୍ମ ମାମଲା ଏବଂ ୧୨୫୮ଟି ହତ୍ୟା ମାମଲା ରହିଛି।

ଏନ୍ସିଆର୍ବି ପକ୍ଷରୁ ଓଡ଼ିଶାର ଜନସଂଖ୍ୟା ୪.୬୬ କୋଟି ଏବଂ ବିହାର ଜନସଂଖ୍ୟା ୧୨.୯୧ କୋଟି ବୋଲି ଆକଳନ କରାଯାଇଛି। ତେଣୁ ଜନସଂଖ୍ୟାକୁ ଦେଖିଲେ ଜଘନ୍ୟ ଅପରାଧ ହାର ଓଡ଼ିଶାରେ ଚିନ୍ତାଜନକ ରହିଛି। ୨୦୨୨ରେ ଏପ୍ରକାର ଅପରାଧ ସଂଖ୍ୟା ଓଡ଼ିଶାରେ ୪୩,୫୬୬ ରହିଥିଲା। ୨୦୨୩ରେ ତାହା ୩୧,୭୪୯କୁ କମିଥିଲା । କିନ୍ତୁ ୨୦୨୪ରେ ଏହା ଦୁଇଗୁଣାରୁ ଅଧିକ ହୋଇଯାଇଛି। ମହିଳାମାନଙ୍କ ବିରୋଧରେ ଅପରାଧ ମଧ୍ୟ ବଢ଼ିଛି। ୨୦୨୩ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୨୫,୯୧୪ ରହିଥିଲା। କିନ୍ତୁ ୨୦୨୪ରେ ଏହି ସଂଖ୍ୟା ୨୭,୪୪୯ରେ ପହଞ୍ଚିଛି। ଓଡ଼ିଶାରେ ପ୍ରତି ଲକ୍ଷେ ମହିଳାରେ ୧୧୮.୩ଟି ଅପରାଧ ହୋଇଛି। ଓଡ଼ିଶା ଏ କ୍ଷେତ୍ରରେ ତେଲେଙ୍ଗାନା ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ତେଲେଙ୍ଗାନାରେ ପ୍ରତି ଲକ୍ଷେ ମହିଳାରେ ୧୨୮.୬ଟି ଅପରାଧ ହୋଇଛି। ଏନ୍ସିଆର୍ବି ପକ୍ଷରୁ ରିପୋର୍ଟରେ ଓଡ଼ିଶା ଓ ତେଲେଙ୍ଗାନାର ମହିଳା ଜନସଂଖ୍ୟା ଯଥାକ୍ରମେ ୨.୩୨ କୋଟି ଏବଂ ୧.୯୦ କୋଟି ବୋଲି ଆକଳନ କରାଯାଇଛି।
also read : https://purvapaksa.com/regional-parties-are-in-existential-crisis/
ଆଞ୍ଚଳିକ ଦଳମାନଙ୍କର ଅସ୍ତିତ୍ୱ ସଙ୍କଟ ! || Regional parties are in existential crisis!


