ତିନିବର୍ଷରୁ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ । ଗୋଷ୍ଟି କନ୍ଦଳ ଓ ଆତଙ୍କବାଦୀଙ୍କ ମିସାଇଲ ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଚାଲିଥିଲା ଲଢେଇ । ତେବେ ଏହା ମଧ୍ୟରେ ନିଆଁରେ ଘିଅ ଢାଳିଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ ଅଡିଓ ଲିକ୍ । ମଣିପୁରର କୁକି-ଅଧିକୃତ କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏହି ଜାତିଗତ ସଂଘର୍ଷରେ ଜଡିତ ଥିବା ସନ୍ଦେହ ଧୀରେ ଧୀରେ ଲୋକଙ୍କ ଭିତରେ ଦୃଢ ହେବାରେ ଲାଗିଛି ।

ତେବେ ଘଟଣାଟି କିଛି ଏପରି କି ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ସହ ଜଡିତ ଏକ ୪୮ ମିନିଟର ଅଡିଓ କ୍ଲିପ୍ ବର୍ତ୍ତମାନ ଲିକ୍ ହୋଇଛି । ଯେଉଁଥିରେ ସେ ୨୦୨୩-୨୦୨୪ ଜାତିଗତ ହିଂସାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହା ସହ ପ୍ରାରମ୍ଭିକ ଫୋରେନ୍ସିକ ରିପୋର୍ଟରେ କ୍ଲିପ୍ ସହିତ ହେରଫେର ହୋଇଥିବା ସୂଚାଇଥିଲେ ମଧ୍ୟ ସୁପ୍ରିମକୋର୍ଟ। ତେବେ ଏହାର ପୁରା ଯାଞ୍ଚ କରିବାକୁ ଜାତୀୟ ଫୋରେନ୍ସିକ ସାଇନ୍ସ ବିଶ୍ୱବିଦ୍ୟାଳୟ (NFSU) ଦ୍ୱାରା ସମ୍ପୂର୍ଣ୍ଣ ୪୮ ମିନିଟର ଅଡିଓର ପୁନଃ ନୂତନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

କୁକି ସଂଗଠନର ଅଭିଯୋଗ କରିଛି କି , ହ୍ୟୁମାନ୍ ରାଇଟ୍ସ ଟ୍ରଷ୍ଟ ଅନୁଯାୟୀ, ଅଡିଓରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଲୁଟ ସମ୍ପର୍କରେ ଆଲୋଚନା ହୋଇଥିବା ଏବଂ ହିଂସାକୁ ପ୍ରୋତ୍ସାହିତ କରିବା ଭଳି ସମ୍ପୃକ୍ତି ଥିବା ଜଣାପଡିଛି । ଏନେଇ ଜନଆନ୍ଦୋଳନ ତୀବ୍ର ହେବା ପରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଗୁଜରାଟର NFSUକୁ ସମ୍ପୂର୍ଣ୍ଣ ୪୮ ମିନିଟର ରେକର୍ଡିଂର ଏକ ବିସ୍ତୃତ ଫୋରେନ୍ସିକ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ନଭେମ୍ବର ୨୦୨୫ରେ, ଏକ ରିପୋର୍ଟରେ ଅଡିଓକୁ “ପରିବର୍ତ୍ତିତ, ସମ୍ପାଦିତ ଏବଂ ହେରଫେର” କରାଯାଇଥିଲା ବୋଲି କୁହାଯାଇଥିଲା । ତଥାପି, ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ କେବଳ ଚୟନିତ ଅଂଶଗୁଡ଼ିକର ପରୀକ୍ଷା କରାଯାଇଥିଲା, ଯାହା ଫଳରେ କୋର୍ଟ ସମ୍ପୂର୍ଣ୍ଣ ରେକର୍ଡିଂର ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଫୋରେନସିକ୍ ରିପୋର୍ଟ ଦାଖଲ କରିବାରେ ବିଳମ୍ବକୁ ସମାଲୋଚନା କରିବା ସହ ଏହାର ଚୂଡ଼ାନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଓ ଅଡିଓ ଟେପ୍ କୁ ନେଇ ନ୍ୟାୟିକ ତଦନ୍ତ ଦାବି କରି ଆରମ୍ଭ ହୋଇଛି ଏକ ବିଶାଳ ପ୍ରତିବାଦ । ଯେଉଁଥିରେ ହଜାର ହଜାର କୁକି-ଜୋ ସମ୍ପ୍ରଦାୟର ସଦସ୍ୟ ଓ ମୁଖ୍ୟତଃ ସେଠାକାର ମହିଳା ମାନେ ବିଦ୍ରୋହ କରି ରାସ୍ତାକୁ ଓହ୍ଲାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନେଇ କରାଯାଇଥିବା ଅଭିଯୋଗର ନିରପେକ୍ଷ ନ୍ୟାୟ ସହିତ ଏପ୍ରିଲ ୨୪ ତାରିଖରେ ଉକ୍ରଳ ଜିଲ୍ଲାର ମୁଲାମ ଏବଂ ସୋଙ୍ଗଫେଲ ଗାଁରେ ନିର୍ଦ୍ଦୋଷ ଶିଶୁମାନଙ୍କ ହତ୍ୟା ପାଇଁ ବିଭିନ୍ନ ନାଗରିକ ସମାଜ ସଂଗଠନର ସଦସ୍ୟମାନଙ୍କୁ ନେଇ ଗଠିତ ପ୍ରତିବାଦକାରୀମାନେ ନ୍ୟାୟ ଦାବି କରିଥିଲେ।
also read : https://purvapaksa.com/heavy-rain-pounds-bengaluru-11-dead-in-24-hours/


