ଡ୍ରେସ୍ କୋଡ୍ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିବା କମ୍ପାନୀ ଲେନ୍ସକାର୍ଟର ସେୟାର ଆଜି କାରବାର ସମୟରେ ଚାରି ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସେୟାର ବଜାରରେ ବୃଦ୍ଧି ସତ୍ତ୍ୱେ, ଏହି ଚଷମା କମ୍ପାନୀର ସେୟାର ହ୍ରାସ ପାଇଛି । ପୂର୍ବ ସେସନରେ କମ୍ପାନୀ ଷ୍ଟକ୍ ୫୩୪.୮୫ ଟଙ୍କାରେ ବନ୍ଦ ହୋଇଥିବା ବେଳେ ଆଜି ୫୩୦.୦୫ ଟଙ୍କାରେ ଖୋଲିଥିଲା । କାରବାର ସମୟରେ ଏହା ପ୍ରାୟ ୫ ପ୍ରତିଶତ ହ୍ରାସ ପାଇ ୫୦୮.୭୦ ଟଙ୍କାରେ ପହଞ୍ଚିଛି । ଏହା ଏପ୍ରିଲ ୧୫ ତାରିଖରେ ୫୫୯.୮୦ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । କିନ୍ତୁ ତା ପରଠାରୁ ଏହା ୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଏହା ସହିତ, କମ୍ପାନୀର ବଜାର ପୁଞ୍ଜି ୯୦ ହଜାର କୋଟି ଟଙ୍କାରୁ କମ୍ ରହିଛି । ଲେନ୍ସକାର୍ଟର IPO ଗତ ବର୍ଷ ନଭେମ୍ବରରେ ଆସିଥିଲା । ଏହା ୩୧ ଅକ୍ଟୋବରରେ ଖୋଲିଥିଲା ଏବଂ ୪ ନଭେମ୍ବରରେ ବନ୍ଦ ହୋଇଥିଲା । ଏହାର ଇସ୍ୟୁ ମୂଲ୍ୟ ୪୦୨ ଟଙ୍କା ଥିଲା ଏବଂ ଏହା ୨୮.୨୬ ଥର ସବସ୍କ୍ରାଇବ ହୋଇଥିଲା । ଏହା ନଭେମ୍ବର ୧୦ ତାରିଖରେ BSE ଏବଂ NSE ରେ ତାଲିକାଭୁକ୍ତ ହୋଇଥିଲା । ତେବେ ଚଳିତ ବର୍ଷ ଏହାର ମୂଲ୍ୟ ୧୭.୫୮% ବୃଦ୍ଧି ପାଇଛି ଯେତେବେଳେ କି ଗତ ଛଅ ମାସ ମଧ୍ୟରେ ଏହା ୨୭.୯୧% କୁ ବୃଦ୍ଧି ପାଇଛି ।
କମ୍ପାନୀ ଏ ନେଇ କ୍ଷମା ମାଗିଛି
ଏହି ସମୟରେ, ଏକ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ଡକ୍ୟୁମେଣ୍ଟକୁ ନେଇ ସୋସିଆଲ ମିଡିଆରେ ବିରୋଧ ପରେ କମ୍ପାନୀ କ୍ଷମା ମାଗିଛି । ଏହା ସହିତ, କମ୍ପାନୀ ଏକ ନୂତନ ‘ଇନ-ଷ୍ଟୋର ଷ୍ଟାଇଲ୍ ଗାଇଡ୍’ ଜାରି କରିଛି, ଯେଉଁଥିରେ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଧାର୍ମିକ ଏବଂ ସାଂସ୍କୃତିକ ପ୍ରତୀକ ପିନ୍ଧିବାକୁ ଅନୁମତି ଦିଆଯାଇଛି । X ରେ ଏକ ବିବୃତ୍ତି ଜାରି କରି କମ୍ପାନୀ କହିଛି ଯେ ଏହା ଗ୍ରାହକ ଏବଂ ସମ୍ପ୍ରଦାୟର ଚିନ୍ତାକୁ ଦୂର କରିବା ପାଇଁ ଏହାର ନିର୍ଦ୍ଦେଶାବଳୀକୁ ସାର୍ବଜନୀନ ଏବଂ ସ୍ୱଚ୍ଛ କରୁଛି ।

ନୂତନ ନୀତିରେ, ବିଶ୍ୱାସ ସହିତ ଜଡିତ ସମସ୍ତ ପ୍ରତୀକ ଯେପରିକି ‘ବିନ୍ଦି, ତିଳକ, ସିନ୍ଦୁର, କଳାଭା, ମଙ୍ଗଳସୂତ୍ର, କଡ଼ା, ହିଜାବ ଏବଂ ପଗଡ଼ି’ ଦଳର ସଦସ୍ୟମାନେ ଗ୍ରହଣ କରିଛନ୍ତି । ଏନେଇ କମ୍ପାନୀ କହିଛି “ଆମର କୌଣସି କାର୍ଯ୍ୟକ୍ଷେତ୍ର ଯୋଗାଯୋଗ ଯଦି କାହାକୁ ଆଘାତ ଦେଇଛି କିମ୍ବା ସେମାନଙ୍କୁ ଅନୁଭବ କରାଇଛି ଯେ ସେମାନଙ୍କର ବିଶ୍ୱାସ ଏଠାରେ ସ୍ୱାଗତଯୋଗ୍ୟ ନୁହେଁ, ତେବେ ଆମେ ଗଭୀର ଭାବରେ ଦୁଃଖିତ । ଏହା ଲେନ୍ସକାର୍ଟର ପରିଚୟ ନୁହେଁ ଏବଂ କେବେ ହେବ ମଧ୍ୟ ନାହିଁ।”
ଷ୍ଟକ୍ର ଗତିବିଧି :
- ଷ୍ଟକ୍ ବଜାରରେ ବୃଦ୍ଧି ମଧ୍ୟରେ ଲେନ୍ସକାର୍ଟର ସେୟାର ହ୍ରାସ ପାଇଛି
- ଆଜି କମ୍ପାନୀର ସେୟାର ତିନି ପ୍ରତିଶତରୁ ଅଧିକ ହ୍ରାସ ପାଇଛି
- ଏହା ସହିତ, କମ୍ପାନୀର ବଜାର ମୂଲ୍ୟ ୯୦ ହଜାର କୋଟି ଟଙ୍କା ତଳେ ଆସିଛି
- ଡ୍ରେସ୍ କୋଡ୍ ବିବାଦ ଆରମ୍ଭ ହେବା ପୂର୍ବରୁ ଏହା ସର୍ବକାଳୀନ ଉଚ୍ଚ ସ୍ତରରେ ଥିଲା
ସମ୍ପୂର୍ଣ୍ଣ କଥା କ’ଣ ?
କର୍ମଚାରୀଙ୍କ ପାଇଁ ଏକ କଥିତ ନୀତି ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିବାଦ ପ୍ରକାଶ ପାଇଥିଲା । ଯେଉଁଥିରେ ବିନ୍ଦି ଏବଂ ତିଲକ ଭଳି କିଛି ଧାର୍ମିକ ପ୍ରତୀକକୁ ନିଷେଧ କରାଯାଇଥିବା ଦାବି କରାଯାଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଲେନ୍ସକାର୍ଟର ବୟକଟ ଦାବି କରିଥିଲେ । ଏହି ପ୍ରସଙ୍ଗରେ, କମ୍ପାନୀ ପ୍ରତିଷ୍ଠାତା ‘ପୀୟୁଷ ବଂଶଲ’ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଭାଇରାଲ ଡକ୍ୟୁମେଣ୍ଟଟି ଏକ ‘ପୁରୁଣା ସଂସ୍କରଣ’ ଏବଂ ଏହା କମ୍ପାନୀର ବର୍ତ୍ତମାନ ନୀତିକୁ ପ୍ରତିଫଳିତ କରେ ନାହିଁ।
ପିୟୁଷ କହିଛନ୍ତି “ଏହି ଡକ୍ୟୁମେଣ୍ଟ ଆମର ବିଦ୍ୟମାନ ନିର୍ଦ୍ଦେଶାବଳୀକୁ ପ୍ରତିଫଳିତ କରେ ନାହିଁ। ଆମର ନୀତି ବିନ୍ଦି ଏବଂ ତିଲକ ଭଳି କୌଣସି ଧାର୍ମିକ ଅଭିବ୍ୟକ୍ତିକୁ ନିଷେଧ କରେ ନାହିଁ,।” ଏହି ପ୍ରକାର ଦ୍ୱନ୍ଦ୍ୱ ଉପୁଜି ବା ପାଇଁ ଓ ଚିନ୍ତା ପାଲଟିଥିବା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କମ୍ପାନୀ ତା’ର ସଦ୍ୟତମ ବିବୃତ୍ତିରେ କହିଛି ଯେ ,’ଏହାର ୨,୪୦୦ ରୁ ଅଧିକ ଷ୍ଟୋର୍ ସେମାନଙ୍କ ବିଶ୍ୱାସ ଏବଂ ପରମ୍ପରା ସହିତ କାମ କରୁଥିବା ଲୋକଙ୍କ ଏବେ ସୁଦ୍ଧା ଦ୍ୱାରା ପରିଚାଳିତ।’
Also read : https://purvapaksa.com/bjd-drama-is-brewing-prabhat-biswal-v-s-pranab-prakash-das/


