“ଶକ୍ତି”ର ସମ୍ମାନ ଏବଂ ମହିଳା ସଶକ୍ତିକରଣ – ଏହି ଦୁଇଟି ଶବ୍ଦ ଆଜିକାଲି ରାଜନୀତିର ମୁଖ୍ୟ ପ୍ରସଙ୍ଗ। କିନ୍ତୁ କଂଗ୍ରେସ ଦଳ ମଧ୍ୟରେ କ’ଣ ପ୍ରକୃତରେ ମହିଳାମାନଙ୍କୁ ସମ୍ମାନ ମିଳୁଛି? ନା ଏହା କେବଳ ଏକ ନିର୍ବାଚନୀ ସ୍ଳୋଗାନ? କେମିତି କଂଗ୍ରେସର ଦୁଇ ପ୍ରମୁଖ ମହିଳା ନେତ୍ରୀ – ଶମା ମହମ୍ମଦ ଏବଂ ହସିନା ସୟଦ, ଦଳ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ପ୍ରଶ୍ନ ଉଠାଇ ଏବେ ଅପମାନିତ ହେଉଛନ୍ତି ?
କଂଗ୍ରେସ ଯେଉଁ ୩୩ ପ୍ରତିଶତ ମହିଳା ସଂରକ୍ଷଣର କଥା କହୁଛି, ତାହା କ’ଣ ନିଜ ଦଳରେ ଲାଗୁ କରିବାକୁ ସେମାନେ ପ୍ରସ୍ତୁତ?

କେରଳର ପ୍ରସିଦ୍ଧ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । କେରଳ ବିଧାନସଭା ନିର୍ବାଚନ ସମୟରେ ଟିକେଟ୍ ବଣ୍ଟନକୁ ନେଇ ସେ ନିଜର ଦୁଃଖ ପ୍ରକାଶ କରିଥିଲେ । ସେ ଏକ୍ସ (Twitter) ରେ ଲେଖିଥିଲେ ଯେ, କେରଳର ୯୨ଟି ଆସନ ମଧ୍ୟରୁ ମାତ୍ର ୯ଟି ଆସନ ମହିଳାମାନଙ୍କୁ ଦିଆଯାଇଛି। ସେହିପରି ୧୬ଟି ଲୋକସଭା ଆସନ ମଧ୍ୟରୁ ମାତ୍ର ଜଣେ ମହିଳାଙ୍କୁ ଟିକେଟ୍ ମିଳିଛି।
ଶାମା ମହମ୍ମଦ କହିଥିଲେ, “ଯଦି ଜଣେ ମହିଳା ପ୍ରତିଭାବାନ, ତେବେ ତାଙ୍କୁ ସୁଯୋଗ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।” ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ ମହିଳାଙ୍କୁ ସମର୍ଥନ କରିବା ପାଇଁ, କିନ୍ତୁ ଶେଷରେ ତାଙ୍କ ସ୍ୱରକୁ ଚାପି ଦିଆଗଲା।
କେରଳ ପରେ ତାମିଲନାଡୁ ମହିଳା କଂଗ୍ରେସ ସଭାନେତ୍ରୀ ହସିନା ସୟଦଙ୍କୁ ଦଳରୁ ବାହାର କରି ଦିଆଯାଇଛି।
ତାଙ୍କର ଅପରାଧ ଥିଲା ସେ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍ ମାଗୁଥିଲେ । ନିଜର ହକ ପାଇଁ ସେ ପାର୍ଟି ଅଫିସ୍ ସାମ୍ନାରେ ଧାରଣା ଦେଇଥିଲେ । ହସିନା ପ୍ରଶ୍ନ କରିଥିଲେ ଯେ, ଯେଉଁ ଦଳ ୩୩% ସଂରକ୍ଷଣ କଥା କହୁଛି, ସେ ତାମିଲନାଡୁରେ ମହିଳାଙ୍କୁ ଏକ-ତୃତୀୟାଂଶ ଟିକେଟ୍ ମଧ୍ୟ କାହିଁକି ଦେଉନାହିଁ?
ହସିନା ସୟଦ କେବଳ ରାଜ୍ୟ ନେତୃତ୍ୱ ନୁହେଁ, ବରଂ ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଲକା ଲାମ୍ବାଙ୍କ ଉପରେ ମଧ୍ୟ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା ହେଉଛି, ମହିଳା ନେତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ସେମାନଙ୍କୁ ଅଣଦେଖା କରାଯାଉଛି। ଏପରିକି ହସିନା ପାଲଟା ଜବାବ ଦେଇ କହିଥିଲେ, “ମୁଁ ନିଜେ ଇସ୍ତଫା ଦେଇସାରିଛି, ଦଳ ମୋତେ ବାହାର କରିବାର ନାଟକ କରୁଛି।”

ଏଠାରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଏବଂ ଗ୍ରାଉଣ୍ଡ ରିଆଲିଟି ମଧ୍ୟରେ ଥିବା ବଡ ପାର୍ଥକ୍ୟକୁ । କିଛି ଦିନ ପୂର୍ବରୁ ମହିଳା ଦିବସରେ ରାହୁଲ କହୁଥିଲେ ଯେ, ସେ ଏପରି ଏକ ପରିବାରରେ ବଡ଼ ହୋଇଛନ୍ତି ଯେଉଁଠି ମହିଳାମାନେ ହିଁ “ବସ୍” ଥିଲେ । କିନ୍ତୁ ଆଜି ଯେତେବେଳେ ସେହି ମହିଳାମାନେ ଟିକେଟ୍ ମାଗୁଛନ୍ତି କିମ୍ବା ରାଜନୈତିକ ପ୍ରତିନିଧିତ୍ୱ ମାଗୁଛନ୍ତି, ସେତେବେଳେ କଂଗ୍ରେସ ହାତରେ ସେମାନଙ୍କ ପାଇଁ ସ୍ଥାନ ନାହିଁ।
ଶମା ମହମ୍ମଦ ଏବଂ ହସିନା ସୟଦ—ଦୁଇଜଣ ଯାକ ମହିଳା ଏବଂ ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ମଧ୍ୟ ଆସୁଛନ୍ତି। ଯେତେବେଳେ ନିଜ ଦଳର ମହିଳାମାନେ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ କଂଗ୍ରେସର “ନ୍ୟାୟ ଯାତ୍ରା” କୁଆଡେ ଗଲା?

ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପାସ୍ କରି ଏହି ମହିଳା ବିରୋଧୀ ମାନସିକତାକୁ ବେନକାବ କରିଛନ୍ତି।
ଶେଷରେ ଗୋଟିଏ କଥା ସ୍ପଷ୍ଟ, ରାଜନୀତିରେ ମହିଳାଙ୍କ ସମ୍ମାନ କେବଳ ମଞ୍ଚରେ ଭାଷଣ ଦେଲେ ହୁଏନି, ତାଙ୍କୁ ପ୍ରକୃତ ଶକ୍ତି ଏବଂ ସୁଯୋଗ ଦେବାର ଆବଶ୍ୟକତା ରହିଛି। କଂଗ୍ରେସ ମଧ୍ୟରେ ଚାଲିଥିବା ଏହି ବିବାଦ ପରେ କୁହାଯାଇପାରେ ଯେ, ସ୍ୱର ଉଠାଇଲେ ଶୁଣିବା ପରିବର୍ତ୍ତେ ବାହାର କରିଦେବା ହିଁ କଂଗ୍ରେସର ପରମ୍ପରା ପାଲଟିଛି।
also read : https://purvapaksa.com/bjps-biggest-trick-in-bengal-will-mamatas-throne-be-overturned/


